Ollywood କଣ୍ଠଶିଳ୍ପୀ Tapu Mishra ଙ୍କ ମୃତ୍ୟୁ ପରେ ସ୍ବାମୀ କାନ୍ଦି କାନ୍ଦି ଏମିତି କହିଲେ ଶୁଣିଲେ ଆପଣଙ୍କ ହୃଦୟ କମ୍ପି ଉଠିବ….ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି…

ଓଡିଆ ସିଙ୍ଗର ତପୁ ମିଶ୍ର ଙ୍କୁ କିଏ ବା ନ ଜାଣେ ।ସବୁଠାରୁ ହିଟ୍ ଗୀତ ଦେଇଛନ୍ତି ଦୁଇ ଦଶନ୍ଧି ମଧ୍ୟରେ ଏବଂ ଲୋକଙ୍କ ମାନଙ୍କ ହୃଦୟରେ ବେଳ୍ ଜାଗା ତୋଳିଛନ୍ତି ତପୁ ମିଶ୍ର । ତେବେ ତପୁ ମିଶ୍ର ଙ୍କ ବିୟୋଗ ଏବେ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ଦୁଃଖର ଛାୟା ଖେଳି ଯାଇଛି ।ଯେତିକି ଦୁଃଖ ଓଲିଉଡ୍ ଇଣ୍ଡଷ୍ଟ୍ରି କୁ ଦେଇଛନ୍ତି ସେତିକି ଦୁଃଖ ପରିବାର କୁ ମଧ୍ୟ ଦେଇଛି ।ତେବେ ପରିବାର ଭିତରେ ଏବେ ସବୁଠାରୁ ଦୁଃଖରେ ଅଛନ୍ତି ତପୁ ମିଶ୍ରଙ୍କ ସ୍ୱାମୀ ଦିପକ ପୂଜାରୀ । ଦୀପକ ପୂଜାରୀ ଜଣେ ଆକ୍ଟର ଏବଂ 2018 ରେ ତପୁ ମିଶ୍ରଙ୍କୁ ସେ ଲଭ୍ ମ୍ୟାରେଜ୍ କରିଥିଲେ ।ତପୁ ଏବଂ ଦୀପକ ଙ୍କ ମଧ୍ୟରେ କମ୍ବିନେସନ୍ ଖୁବ୍ ଭଲ ଥିଲା ।

ଦୁଇ ଜଣ ଦୁଇ ଜଣଙ୍କୁ ଭହୁତ ଭଲ ପାଉଥିଲେ ଏବଂ ଦୀର୍ଘ ଦେଢ ବର୍ଷର ସମ୍ପର୍କ ଉପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦୀହକ ପୂଜାରୀ ଏବଂ ତପୁ ମିଶ୍ର ।ତେବେ ଦୀପକ ପୂଜାରୀ ଏବେ ତପୁ ମିଶ୍ର ଙ୍କୁ ହରାଇ ନିଜ ଜୀବନ ସାଥୀ କୁ ହରାଇ ଦୁଃଖ ସାବ୍ୟସ୍ତ କରିଛନ୍ତି । ଦୁଃଖକୁ ନିଜେ କହି ଛନ୍ତି ସୋସିଆଲ୍ ମିଡିଆ ଏବଂ ମିଡିଆ ସାମ୍ନାରେ ।

ଅନେକ ଦିନ ହେବ ତପୁ ମିଶ୍ର ଙ୍କ ଚିକିତ୍ସା ଏବଂ ତାଙ୍କର ମେଡିକାଲ୍ ଖର୍ଚ୍ଚରେ ବ୍ୟସ୍ତ ଥିବା ଦୀପକ ହଠାତ୍ ଭାବି ନ ଥିଲେ କି କେବେ ତାଙ୍କ ଜୀବନ ସାଥୀ ତପୁ ମିଶ୍ର ତାଙ୍କ ହାତ ଛାଡି ଏକାକୀ କରି ଚାଲିଯିବେ ଏବଂ ଯାହାକି ତାଙ୍କୁ ବହୁତ ଦୁଃଖ ପହଞ୍ଚାଇଛି । ଦୀପକ ଙ୍କ କହିବା ଅନୁସାରେ ସେ ଗତ କାଲି 11 ଟାରେ ତାଙ୍କୁ ଫୋନ୍ ଆସିଥିଲା ଯେ, ତପୁ ଆଉ ନାହାନ୍ତି ।

ତେବେ ଦୀପକ ଙ୍କ କହିବା ଅନୁସାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଟିକେ ଟିକେ ସୁଧୁରି ଆସୁଥିଲା ଏବଂ ଡାକ୍ତରମାନେ ମଧ୍ୟ ପଜିଟିଭ୍ ରେସପନ୍ସ ଦେଉଥିଲେ , 40 ରୁ 60 ପ୍ରତିଶତ ଅମ୍ଳଜାନ ଭାଗ ରହୁଥିଲା ।ଯାହାକୁ ଆଗରୁ ମଧ୍ୟ ରହୁଥିଲା ।କିନ୍ତୁ ମୋର ଆଶା ଥିଲା ସେ ଭଲ ହୋଇଯିବେ ଏବଂ ସେ ପୁଣିଥରେ ଫେରି ଆସିବେ ଓ ମୋତେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ , ଆମେ ପୁଣିଥରେ ଏକାଠି ଜୀବନଯାପନ କରିଥାନ୍ତେ ।

କିନ୍ତୁ ହଠାତ୍ ଅଧା ବାଟରେ ମୋତେ ଛାଡି ଚାଲିଯିବେ ବୋଲି ମୁଁ କେବେ ଭାବି ନ ଥିଲି ।ତପୁ ଙ୍କ କଥା କହୁ କହୁ ଦୀପକ କାନ୍ଦି ପକେଇଛନ୍ତି ମିଡିଆ ସାମ୍ନାରେ , ଯାହା କି ଏକ ହୃଦୟ ବିଦାରକ ଘଟଣା ।


ଦୀର୍ଘ 3 ବର୍ଷର ବିବାହ ପରେ ହାତ ଛାଡି ଚାଲିଯାଇଛନ୍ତି ଦୀପକଙ୍କ ଜୀବନସାଥୀ ତପୁ ମିଶ୍ର । ଓଡିଆ ଚଳଚ୍ଚିତ୍ର ଜଗତ ଏବଂ ଆଲବମ୍ ଜଗତରେ ଖୁବ୍ ସକ୍ରିୟ ହୋଇ ରହିଥିଲେ ଏବଂ ଭୋଜନ ମଧ୍ୟ ଅନେକ ଗାଇଛନ୍ତି ।ପ୍ରାୟ 68 ରୁ ଅଧିକ ଚଳଚ୍ଚିତ୍ରରେ ନିଜ କଣ୍ଠ ଦାନ କରି ବେଶ୍ ଲୋକପ୍ରିୟ ହୋଇଥିଲେ ତପୁ ମିଶ୍ର । ତେବେ ତପୁ ମିଶ୍ର ଙ୍କୁ ହରାଇ ଯେତିକି ଦୁଃଖ ପ୍ରକାଶ କରିଛନ୍ତି ପରିବାର ଲୋକେ ସେତିକି ଦୁଃଖ ପ୍ରକାଶ କରିଛନ୍ତି ତା ଠାରୁ ଅଧିକ ଦୁଃଖରେ ଅଛନ୍ତି ତପୁ ମିଶ୍ର ଙ୍କ ସ୍ୱାମୀ ଦୀପକ ପୂଜାରୀ ।

ତେବେ ଆମେ ସମସ୍ତେ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛି କି ତପୁ ମିଶ୍ର ଙ୍କ ପରିବାରକୁ ସୁଦୃଢ କରନ୍ତୁ ଓ ତାଙ୍କୁ ସାହାସ ଦିଅନ୍ତୁ । ତା ସହିତ ତପୁ ମିଶ୍ରଙ୍କ ସ୍ୱମୀ ତଛା ଦୀପକଙ୍କୁ ମଧ୍ୟ ଭଗବାନ ସାହାସ ଦିଅନ୍ତୁ ସେ କିଭଳି ସାମ୍ନା କରିବେ ଆଗକୁ ଦୁଃଖର ।