ଦେଖନ୍ତୁ Exclusive ଭିଡ଼ିଓ , ଅଭିଷେକ ଙ୍କ ପରେ ଆଉ ଜଣେ ମହିଳାଙ୍କର କରୁଣ କାହାଣୀ ! ମୋ ଉପରେ ଟିକେ ଦୟା କରନ୍ତୁ ,ମୋ ସ୍ବାମୀ ଙ୍କୁ ବଞ୍ଚାଇ ଦିଅନ୍ତୁ……

ମୋ ସ୍ୱାମୀ ଙ୍କୁ ବଞ୍ଚାଇ ଦିଅ ।ପାଖରେ ଆଉ ଟଙ୍କା ନାହିଁ । ମୋର ଦୁଇ ପିଲା ।ଭୋକରେ ସେମାନେ ଆଉଟୁ ପାଉଟୁ ହେଉଛନ୍ତି ।ସେମାନଙ୍କୁ ଖାଇବାକୁ ଦେବାକୁ କିଛି ବି ନାହିଁ ।ଏମିତି ଗୋଟେ ଏକ ଭିଡିଓ ଆସି ପହଞ୍ଚିଛି ଯାହାର ଏ ଦୃଶ୍ୟ ଦେଖି ଆପଣଙ୍କ ହୃଦୟ ବ୍ୟଥିତ ହୋଇ ଉଠିବ । ଯେଉଁଥ୍ରେ କି ଜଣେ ସ୍ତ୍ରୀ ଲୋକ ଥାଳି ଧରି ଗାଁ ରେ ବୁଲୁଛନ୍ତି ।କିନ୍ତୁ ଦୃଶ୍ୟ ପଛରେ ଲୁଚି ରହିଛି ଏକ ଦୁଃଖଦ କାହାଣୀ ।ଯାହାକୁ ଶୁଣିଲେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଆସିଯିବ ।

ତେବେ ଯାହାର ହାତ ଧରି ବିବାହ କରିଥିଲେ ସେ ଆଜି ବିଛଣାରେ ।ଦିନେ ଯେ ରୋଜଗାର କରି ପରିବାର ମୁହଁରେ ଆହାର ଦେଉଥିଲା ସେ ଆଜି ହାତ ବାନ୍ଧି ବସି ରହିଛି ।ସେ ନିଜ ଇଚ୍ଛାରେ ବସି ନାହିଁ ବରଂ ରୋଗ ତାକୁ ବିଛଣାରେ ଶୋଇବାକୁ ବାଧ୍ୟ କରିଛି ।

ତେବେ ସୂଚନା ଅନୁସାରେ , ଏ ହୃଦୟ ବିଦାରକ ଦୃଶ୍ୟଟି ହେଉଛି ସୋନପୁର ଜିଲ୍ଲାବୀର ମହାରାଜପୁର ବ୍ଲକ ହନୁମାନପଲ୍ଲୀ ଗାଁ ର ସୌମିତ୍ରୀ ମେହେର ।ଆଜକୁ ଦୁଇ ବର୍ଷ ହେଲାଣି କ୍ୟାନସର ରୋଗରେ ଯୁଝି ହେଉଛନ୍ତି ।ଜୀବନ କାଳରେ ଯାହା ରୋଜଗାର କରି ରଖିଥିଲେ ସେତକ ବି ସରିଗଲାଣି ।ଚିକିତ୍ସା ପାଇଁ ଆଉ ପାଖରେ ଟଙ୍କା ନାହିଁ ।ରୋଗର ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି ।

କିନ୍ତୁ ଚିକିତ୍ସା ପାଇଁ ଆବଶ୍ୟକ ଥିବା ଅର୍ଥ ର ଘୋର ଅଭାବ ରହିଛି ।ଆଉ ସ୍ୱାମୀଙ୍କୁ ଭଲ କରିଦେବା ପାଇଁ ଥାଳି ଧରିଛନ୍ତି ସ୍ତ୍ରୀ ।କେବଳ ସେ ନୁହେଁ ବରଂ ନିଜର ଏହି କୁନି କୁନି ପିଲାଙ୍କୁ ଧର ଗାଁ ମଝିରେ ଭିକ୍ଷା ମାଗୁଛନ୍ତି ସୌମିତ୍ରୀ ଙ୍କ ପତ୍ନୀ ସୌଭାଗିନୀ ।

ବର୍ତ୍ତମାନ ପରିସ୍ଥିତି ଏମିତି ହେଲାଣି ଯେ ,ଘରେ ଖାଇବାକୁ ପାଖରେ ଟଙ୍କା ବି ନାହିଁ ।ଗୋଟିଏ ପଟେ ଯିଏ ସାତ ଜନ୍ମର ସାଥୀ ହୋଇ ରହିବେ ବୋଲି ଅଗ୍ନିକୁ ସାକ୍ଷୀ ରଖି ପ୍ରତିଶ୍ରୁତି ଦେଇଥିଲେ , ସେ ଆଜି ବିଛଣାରେ । ଆଉ ସେପଟେ ଭୋକିଲା ପିଲାଙ୍କ ପେଟରେ କେମିତି ଦାନା ମୁଠାଏ ଦେବେ ସେହି ଚିନ୍ତାରେ ଭୋ ଭୋ ହୋଇ କାନ୍ଦୁଛନ୍ତି ସୌଭାଗିନୀ ।

ତେବେ ସୌଭାଗିନୀଙ୍କୁ ଗାଁ ଲୋକେ ସହୋଯଗର ହାତ ବଢାଇଛନ୍ତି ।ପୂରା ଘଟଣା ଜାଣିବା ପରେ ଗାଁ ରେ ତୁରନ୍ତ ବୈଠକ ଡାକି ସୌଭାଗିନୀଙ୍କୁ ଆର୍ଥିକ ସାହାଯ୍ୟ କରାଯାଇଛି ।ହେଲେ ତାହା ସମୁଦ୍ରକୁ ସଙ୍ଖେ ପାଣି ସହିତ ସମାନ କହିଲେ କିଛି ଭୁଲ୍ ହେବା ନାହିଁ ।ଆଉ ଉନ୍ନତମାନର ଚିକିତ୍ସା ପାଇଁ ସୌଭାଗିନୀ ଙ୍କୁ ସମସ୍ତେ ସାହାଯ୍ୟ କରନ୍ତୁ ବୋଲି ଗ୍ରାମବାସୀମାନେ ମଧ୍ୟ ନିବେଦନ କରିଛନ୍ତି ।