ଦେଖନ୍ତୁ. ତପୁ ମିଶ୍ର ଙ୍କ ଏହି ଭିଡିଓ , ମୃତ୍ୟୁ କରିବାର କିଛି ଦିନ ଆଗରୁ ସେ ଲୋକଙ୍କୁ ଜଣାଇଥିଲେ ଏହି ଦୁଃଖର ବିଷୟ …ପୁରା ଭିିଡିଓ ଦେଖିଲେ ଆଖିରୁ ଲୁହ ଆସିବ….

ଗତକାଲି ରାତି 11 ଟାରେ ଲୋକପ୍ରିୟ ଓଡିଆ କଣ୍ଠଶିଳ୍ପୀ ତପୁ ମିଶ୍ର ଙ୍କ ପରଲୋକ ହୋଇଛି ।ଭୁବନେଶ୍ୱର ସ୍ଥିତ ସମ୍ ହସପିଟାଲ୍ ରେ ତାଙ୍କର ଦେହାନ୍ତ ହୋଇଛି । କରୋନାରୁ ଭଲ ହୋଇଥିଲେ ବି କୋଭିଡ୍ ପରବର୍ତ୍ତୀ ଜଟିଳତାର ଶିକାର ହୋଇଥିଲେ ତପୁ ମିଶ୍ର ।ଫଳରେ ତାଙ୍କୁ ଭୁବନେଶ୍ୱର ର ସମ୍ ହସପିଟାଲ୍ ରେ ଭର୍ତ୍ତି କରାଯାଇଥିଲା ।କରୋନା ଯୋଗୁଁ ତାଙ୍କର ଫୁସଫୁସ୍ ପାଖାପାଖି 50 ପ୍ରତିଶତ ନଷ୍ଟ ହୋଇଯାଇଥିଲା ।ତେଣୁ ତାଙ୍କୁ 100 ପ୍ରତିଶତ ଭେଣ୍ଟିଲେଟର ରେ ରଖାଯାଇଥିଲା ।

ଆଧୁନିକ ଓଡିଆ ସଙ୍ଗୀତରେ ଜଣାଶୁଣା ଥିଲେ ତପୁ ମିଶ୍ର ।ଦାର୍ଘ ଦୁଇ ଦଶନ୍ଧି ଧରି ସେ ଓଡିଆ ଦର୍ଶକ ଓ ଶ୍ରୋତାଙ୍କୁ ଦେଇଥିଲେ ବହୁ ହିଟ୍ ହିଟ୍ ଗୀତ ।ଜଣେ ଭର୍ସାଟାଇଲ୍ ଫିମେଲ୍ ପ୍ଲେ- ବ୍ୟାକ୍ ସିଙ୍ଗର ଭାବେ ସେ ଅନେକ ପ୍ରଶଂସା ସାଉଁଟି ସାରିଥିଲେ ।ସେ ଏହି ଭିଡିଓ ମାଧ୍ୟମରେ କହିଛନ୍ତି , ଆପଣ ମାନଙ୍କର ଭଲ ପାଇବା ପାଇଁ ମିୁଁ ଆଜି ତପୁ ମିଶ୍ର ହୋଇପାରିଛି ! ଏବଂ ସେ କରୋନା କୁ ନେଇ ମଧ୍ୟ ଜନସାଧାରଣଙ୍କୁ ସତର୍କତା ବାର୍ତ୍ତା  ଦେଇଥିଲେ  , ! ସେ ଆଜି ଆମ ମାନଙ୍କର ଗ୍ରହଣରେ ନଥିଲେ ମଧ୍ୟ ତାଙ୍କର ସୁନ୍ଦର ଗୀତ ଏବଂ ଅଭୁଲା ସ୍ମୃତି ଆଜି ସାରା ଓଡିଶା ବାସୀ ଙ୍କ ହୃଦୟରେ  ରାଜ କରିବ !

ଯେତେବେଳେ ମୁମ୍ବାଇ ଓ କୋଲକାତାରୁ ସିଙ୍ଗର ମାନେ ଆସି ଓଡିଆ ଗୀତ ଗାଉଥିଲେ , ସେତେବେଳେ ତପୁ ମିଶ୍ର ଫିଲ୍ମ ଇଣ୍ଡଷ୍ଟ୍ରି ରେ ପାଦ ଥାପି ଥିଲେ । 15 ବର୍ଷ ହୋଇଥିବା ବେଳେ ତପୁ ଆରମ୍ଭ କରିଥିଲେ ସଙ୍ଗୀତ ଦୁନିଆରେ ନିଜର କ୍ୟାରିୟର ।କଭର୍ ସଙ୍ଗ୍ ହେଉ ବା ଷ୍ଟୁଡିଓ ଭର୍ସନ ପ୍ରତିଟି ଗୀତକୁ ସେ ମନ ଦେଇ ଗାଇଥାନ୍ତି ।ରଙ୍ଗବତୀ ଗୀତର ଗୁରୁ ପ୍ରଭୁଦତ୍ତ ପ୍ରଧାନ ଓ ଜ୍ଞାନ ରଞ୍ଜନ ମହାପାତ୍ର ଙ୍କ ଠାରୁ କ୍ଲାସିକାଲ୍ ଗୀତ ଶିକ୍ଷା କରିଥିଲେ ତପୁ ।

ଏହାପରେ ବିଶିଷ୍ଟ ଗିତୀକାର, ନିର୍ଦ୍ଦେଶକ ସ୍ୱରୁପ ନାୟକ ତାଙ୍କୁ ଓଲିଉଡ୍ ରେ ବ୍ରେକ୍ ଦେଇଥିଲେ ।ତାଙ୍କସହିତ ସେ କଲିକତା ଯାଇ ଅନେକ ଡବିଂ କରିଥିଲେ । ଫିଲ୍ମ କୁଳନନ୍ଦନ ରେ ସେ ପ୍ରଥମ ଗୀତ ଗାଇଥିଲେ । ସେବେଠୁ ତାଙ୍କର କଣ୍ଠଶିଳ୍ପୀ ଜୀବନର ଜୟଯାତ୍ରା ଆଗକୁ ବଢି ଚାଲିଥିଲା । ଫିଲ୍ମ କୃଷ୍ଣ ସୁଦାମା , ମାତୃଶକ୍ତି , ଯେ ପାଞ୍ଚେ ପରମନ୍ଦ . ଆଇ ଲଭ ୟୁ ଓ ଚକଲେଟ୍ ଭଳି ଅନେକ ଫିଲ୍ମ ରେ ସେ ହିଟି ଦୀତ ଗାଇଥିଲେ ।

ଫିଲ୍ମ ଆଇ ଲଭି ୟୁ ରେ ଗାତ ଗାଇ ସେ ବହୁତ ପ୍ରଶଂସା ସାଉଁଟି ଥିଲେ ।ଆରେ ନା .. .. ବଜାନା ବଂଶୀ , ଏହି ଗୀତ ତାଙ୍କୁ ଆଣି ଦେଇଥିଲା ପ୍ଲେ – ବ୍ୟାକ୍ ସିଙ୍ଗର ର ପ୍ରସିଦ୍ଧି । ସେ ସମ୍ବଲପୁରୀ ଭାଷାରେ ଅନେକ ଗୀତ ମଧ୍ୟ ଘାଇଛନ୍ତି । କିଛି ଗୀତରେ ସେ ମଧ୍ୟ ନିଜେ ନିର୍ଦ୍ଦେଶନା ବି ଦେଇଥିଲେ ଓ ସେ 4 ଥର ରାଜ୍ୟ ପୁରସ୍କାର ମଧ୍ୟ ପାଇଥିଲେ ।