ଦେଖନ୍ତୁ ଏହି viral ଭିଡିଓ ! ପ୍ରେମିକ ଘର ସାମ୍ନାରେ ପ୍ରେମିକାର ଡ୍ରାମା , ମୋତେ ମୋ ସ୍ବାମୀ କୁ ଦିଅ ନହେଲେ ନିଆଁ ଲଗେଇ ଦେବି….ପୁରା କାରନାମା ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଛିଃ ଛିଃ…

ଏଠି ଲୋଭ ଲାଭ କିଛି ବି ଦେଖୁନି ପ୍ରେମିକା ।କେବଳ ନିଜ ପାଇଁ ନ୍ୟାୟ ମାଗୁଛି ।କିରୋସିନ୍ ବୋଟଲ୍ ଆଉ ଦିଆସିଲି ଧରି ପ୍ରେମିକ ଘର ବାରଣ୍ଡାରେ ବସି ରହିଛି । ଆଉ କହୁଛି , ଡାକ , ତୁମ ପୁଅକୁ ଡାକ ।ଯେଉଁଠି ଥିଲେ ବି ଡାକି ଆଣ ।ପ୍ରେମରେ ଏତେ ମଜି ଗଲେ ଉଭୟ ଯେ,ପରିବାର ସମାଜ ସଂସ୍କାର କିଛି ଦେଖା ଗଲାନି । ମିଶିବାର ଭୋକ ପାଇଁ ବାପା ମାଆ ଙ୍କୁ ଛାଡି ଘର ଦ୍ୱାର ଛାଡି ପଳାଇଗଲେ ।କିଛି ଦିନ ପୂର୍ବରୁ ପ୍ରେମିକ ଆଉ ପ୍ରେମିକା ଘର ଛାଡି ଫେରାର ହୋଇ ଯାଇଥିଲେ ।ତାର କିଛି ଦିନ ଯାଇଛି , ପ୍ରେମିକ ଜଣକ ଝିଅଟିକୁ ଏକା ଛାଡି ନିଜେ କେଉଁଆଡେ ପଳାଇ ଯାଇଛି ।ପ୍ରେମ କାହାଣୀ ପରର ଇଏ ହେଉଛି ବାସ୍ତବିକ୍ ଚିତ୍ର ।

ତେବେ ସୂଚନା ଅନୁସାରେ . ଘଟଣାଟି ଘଟିଛି , ବଲାଙ୍ଗୀର ଜିଲ୍ଲାରେ । କିଛି ଦିନ ତଳେ ପ୍ରେମ ପାଇଁ ବନ୍ଧୁକ ମୁନରେ ପରିବାରକୁ ଦୀର୍ଘ 6 ଘଣ୍ଟା ଧରି ବନ୍ଧକ ରଖିବାର ଘଟଣାର ଚର୍ଚ୍ଚା ଆଜି ପ୍ରତି ଘରେ ଘରେ ଚାଲିଛି ।ତା ପଛକୁ ସେହି ସହରରେ ସେହି ଘଟଣା ପୁଣି ସାମ୍ନାକୁ ଆସିଛି ।

ପ୍ରେମିକ ଘରୁ ଭଗେଇ ନେଇ ଉଭୟଙ୍କ ସହମତି ରେ ଶାରୀରିକ ସମ୍ପର୍କ ରଖିବା ପରେ ସ୍ତ୍ରୀ ର ମାନ୍ୟତା ଦାବି କରୁଛି ଏବେ ପ୍ରେମିକା ।ପ୍ରେମିକ ଘର ଆଗରେ ଧାରଣାରେ ବସି ରହିଛି ।କାରଣ ଯାହାକୁ ଭରଷା କରି ଘର ଛାଡିଥିଲା , ସିଏ ହିଁ ଛାଡି ପଳାଇଛି ।ଏଭଳି ଅଭବାନୀୟ ଘଟଣା ଟି ଦେଖିବାକୁ ମିଳିଛି ,ଆଗଲପୁର ବ୍ଲକ କଳାସର ଗ୍ରାମରେ । ଗାଁ ଲୋକ ବି ଏ ବିଷୟ ନେଇ ମୁହଁ ଖୋଲି ନାହାନ୍ତି ।କଳାସର ଗାଁ ର ପିଣ୍ଟୁ ଚନ୍ଦନ ଏବଂ ଦଳିତ ଯୁବତୀ ଉଭୟ ଉଭୟଙ୍କୁ ଭଲ ପାଉଥିଲେ ।

ଉଭୟ ବିବାହ କରିବା ପାଇଁ ଘର ଛାଡି ଫେରାର ବି ହୋଇ ଯାଇଥିଲେ ।ବେଲପାହାଡରେ କିଛି ଦିନ ଏକାଠି ରହିଲେ ମଧ୍ୟ । ହେଲେ କିଛିଦିନ ପରେ ଯବକୀଙ୍କୁ ଛାଡି ପିଣ୍ଟୁ କେଉଁଆଡେ ଚାଲିଯାଇଥିଲେ ।ଏବେ ନିଜ ପାଇଁ ନ୍ୟାୟ ମାଗୁଛନ୍ତି ପିଡୀତା ।ଲୋଇସିଂହା ପୋଲିସର ସହୟତା ପାଇଁ ନିବେଦନ କରିବା ସହ ନ୍ୟାୟ ପଇବା ଆଶାରେ ପ୍ରେମିକ ଘର ଆଗରେ ଧାରଣା ଦେଇ ବସିଛନ୍ତି ।

ତା ସହ ସେ କହୁଛନ୍ତି ପୋଲିସ୍ କିଛି ବି ବୁଝୁନାହିଁ ।ତେଣୁ ମୁଁ ଏଇଠି ଆସିଲି ,ଏମିତି ବସିଛି । କେହି ନ ଶୁଣିଲେ କିରୋସିନ୍ ଢାଳି ହୋଇଯିବି ।ଯଦି ନ୍ୟାୟ ନ ମିଳିଲା ମୁଁ କୁଆଡେ ବି ଯିବିନି ।ନିଜ ଦେହରେ କିରୋସିନ୍ ଢାଳି ହୋଇ ଆତ୍ମହୁତି ଦେବି ଏଇଠାରେ ।ତେବେ କେହି ଜଣେ ଭିଡିଓ କରିବା ସମୟରେ ଏଭଳି ଧମକ ଦେଉଛନ୍ତି ପ୍ରେମିକା ଜଣକ । ଏବେ ଘଟଣାର ତଦନ୍ତ କରୁଛି ପୋଲିସ୍ ।ବଲାଙ୍ଗୀର ଜିଲ୍ଲାରେ ପ୍ରେମ ବ୍ୟାପାର କୁ ନେଇ ଏତେ କାହାଣୀ ସାମ୍ନାକୁ ଆସୁଛି ଯେ , ସହରରେ କେବଳ ଏହି ଚର୍ଚ୍ଚା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।