ollywood news ! ମୃତ୍ୟୁ ବରଣ କରିଥିବା. କଣ୍ଠଶିଳ୍ପୀ ତପୁ ମିଶ୍ର ଙ୍କର ପରିବାର ଏବଂ ସମ୍ପତ୍ତି ସମ୍ପର୍କରେ ଜାଣନ୍ତୁ !

ଓଡିଶାର ଭର୍ସାଟାଇଲ୍ ସିଙ୍ଗର ତପୁ ମିଶ୍ର ଙ୍କୁ କିଏ ବା ନ ଜାଣେ । ଦୀର୍ଘ ଦୁଇ ଦଶନ୍ଧି ଧରି ଲୋକମାନଙ୍କ ହୃଦୟ କୁ ଛୁଇଁଲା ଭଳି ଗୀତ ଗାଇ ଲୋକମାନଙ୍କ ହୃଦୟରେ ଅନନ୍ୟ ସ୍ଥାନ ସୃଷ୍ଟି କରିଛନ୍ତି ତପୁ ମିଶ୍ର । ତେବେ ଗତ କାଲି ରାତିରେ ଭୂବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ତପୁ ମିଶ୍ର । କରୋନା ରେ ଆକ୍ରାନ୍ତ ହୋଇ ଗତ ଏକ ମାସ ହେବ ସେ ଚିକିତ୍ସିତ ହେଉଥିଲେ । ଭୂବନେଶ୍ବରର ସମ୍ ହସ୍ପିଟାଲରେ ଗତ କାଲି ମୃତ୍ୟୁ ବରଣ କରି ଥିବାର ପରିବାର ଲୋକମାନେ ସୂଚନା ଦେଇଛନ୍ତି ।

ତେବେ ଭୂବନେଶ୍ବର ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ତପୁ ମିଶ୍ର ପ୍ରଥମ ଥର ପାଇଁ ଚଳଚିତ୍ର ଜଗତ କୂଳନନ୍ଦନ ରେ ଗୀତ ଗାଇଥିଲେ ଏବଂ ସେହି ଦିନଠାରୁ ହିଁ ଲୋକମାନଙ୍କୁ ବେଶ୍ ପସନ୍ଦ ତାଙ୍କ ଗୀତ । ଆଉ ତା ପରେ ପରେ ଏ ଯୁଗର କୃଷ୍ଣ ସୁଦାମା ହେଉ କି ମାତୃଶକ୍ତି, ଯେ ପାଞ୍ଚେ ପରମନ୍ଦ , ଚକୋଲେଟ୍ ଏବଂ ଆଇ ଲଭ ୟୁ ଭଳି ଅନେକ ଅନେକ ଚଳଚିତ୍ରରେ ଗୀତ ଗାଇ ଲୋକମାନଙ୍କୁ ହିଟ୍ ଭେଟି ଦେଇଥିଲେ ତପୁମିଶ୍ର ।

ତେବେ ଓଡିଆ ଫେମସ୍ ସିଙ୍ଗର ତପୁ ମିଶ୍ର ଗତ କାଲି ରାତି 11 ଟା ରେ ମୃତ୍ୟୁ ବରଣ କରିଛନ୍ତି । କୋଭିଡ୍ ରୁ ସୁସ୍ଥ ହେବା ପରେ ଫୁସଫୁସ୍ ଜନିତ କୌଣସି କାରଣ ଯୋଗୁଁ ଆକ୍ରାନ୍ତ ହୋଇଥିଲେ ଏବଂ ଶେଷରେ ସେ କରୋନା ସହ ଲଢିଲଢି ଦେହ ତ୍ୟାଗ କରିଛନ୍ତି । ତେବେ ତପୁ ମିଶ୍ର ଗାଇଥିବା ଅନେକ ଚଳଚିତ୍ର ଗୀତ ଏବଂ ଆଲବମ୍ ଗୀତ ଲୋକମାନେ ଏବେ ବି ଗୁଣଗୁଣାନ୍ତି ଏବଂ ଲୋକ ମାନଙ୍କୁ ତାଙ୍କର ସେହି ଗୀତ ଗୁଡିକ୍ ବେଶ୍ ପସନ୍ଦ ଆସି ଥାଏ ।

ସୂଚନା ଅନୁସାରେ ତପୁ ମିଶ୍ର 2018 ମସିହାରେ ଦୀପକ ପୁଜ୍ଝାରୀଙ୍କ ହାତ ଧରିଥିଲେ ଲଭ୍ ମ୍ୟାରେଜ୍ କରି । ଦୀପକ ପୂଜ୍ଝାରୀ ଜଣେ ଆକ୍ଟର ଅଟନ୍ତି ଏବଂ ଦୀର୍ଘ ଦେଢ ବର୍ଷର ପ୍ରେମ ସଂପର୍କ ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତପୁ ମିଶ୍ରଙ୍କ ପରିବାର କହିଲେ ଦୁଇ ଭଉଣୀ ମଧ୍ୟ ଅଛନ୍ତି , ଦିପ୍ତିରେଖା ଓ ଦିପ୍ତିଶିଖା । ତେବେ ଦିପ୍ତିରେଖା ସିଙ୍ଗର ଥିବା ବେଳେ ଦିପ୍ତିଶିଖା କୌଣସି ଏକ କଂମ୍ପାନୀରେ ମ୍ୟାନେଜର ଅଛନ୍ତି । ତପୁ ମିଶ୍ରଙ୍କ ବାପା କ୍ଷେତ୍ରମୋହନ ମିଶ୍ର ଏବଂ ମାଁ ଚାରୁଣୀଲତା ମିଶ୍ର ।

କଟକରେ 11 ଜାନୁୟାରୀରେ ଜନ୍ମ ଗ୍ରହଣ କରିଥିଲେ ତପୁମିଶ୍ର । ସେ ସହିଠାରେ ରୁହନ୍ତି ଏବଂ ସେହିଠାରୁ ହିଁ ନିଜର ସିଙ୍ଗର କ୍ୟାରିୟର ଆରମ୍ଭ କରିଥିଲେ । ପ୍ରଥମ ଥର ପାଇଁ କୂଳନନ୍ଦନରେ ଗୀତ ଗାଇ ଲୋକମାନଙ୍କୁ ବେଶ୍ ଛୁଇଁଥିଲା ତାଙ୍କ ଗୀତ ଗୁଡିକ ଏବଂ ଏହାପରେ ନିଜର ଜର୍ଣ୍ଣିଂ ଆରମ୍ଭ କରିଥିଲେ ତପୁମିଶ୍ର । ତେବେ ତପୁମିଶ୍ରଙ୍କ ଅକାଳ ବିୟୋଗରେ ସମସ୍ତ ଅଲିଉଡ ଜଗତରେ ଦୁଃଖ ପ୍ରକାଶ କରିବା ସହିତ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ।