Breaking news- ଆଉ ଶୁଣିବାକୁ ମିଳିବନି ତାଙ୍କ କଣ୍ଠର ଗୀତ, ପରଲୋକରେ ପ୍ରସିଦ୍ଧ ଗାୟିକା ତପୁ ମିଶ୍ର, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ..ଆଉ ..ସାରା ଓଡିଶାରେ ଶୋକରଛାୟା

କରୋନା ନେଲାଣି ଅନେକ ଜଣାଶୁଣା ଚେହେରା ଙ୍କ ଜୀବନ । ପୁଣି ଜଣେ ଓଡିଆ ସେଲିବ୍ରିଟି ଏହାର ଶିକାର ହୋଇଛନ୍ତି ।ଓଡିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ତପୁ ମିଶ୍ର ଆଉ ନାହାନ୍ତି ।ଦୀର୍ଘ ଦିନରୁ ସେ କରୋନାର ପିଡୀତ ହୋଇଥିଲେ ଏବଂ ଏଥିରୁ ଭଲ ହେବା ପରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା । ଯାହା ପାଇଁ ସେ ଭୁବନେଶ୍ୱର ର ଏକ ଘରୋଇ ହସପିଟାଲ୍ ରେ ଚିକିତ୍ସାଧାନ ରହିଥିଲେ ।ତାଙ୍କର ଅକ୍ସିଜେନ୍ ସ୍ତର କମି ଯାଇଥିଲା ।ସେ ଭେଣ୍ଟିଲେଟର ରେ ଥିଲେ ।

ସୂଚନାଯୋଗ୍ୟ , ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେବା ବଦଳରେ ବିଗିଡିବାରେ ଲାଗିଥିଲା ।ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତି 11 ଟା ରେ ତାଙ୍କର ନିଧନ ହୋଇଥିବା ଜଣା ପଡିଛି ।ଦୀର୍ଘ 28 ଦିନ ଧରି ହସପିଟାଲ୍ ରେ ଚିକିତ୍ସିତ ହେବା ପରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ତପୁ ମିଶ୍ର ।

କରୋନା ନେଗେଟିଭ୍ ହେବା ପରେ ବି ତାଙ୍କ ଫୁସଫୁସ୍ ସଂକ୍ରମିଣ ଘଟି ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିଲା ।କରୋନା ଯୋଗୁଁ ତାଙ୍କ ଫୁସଫୁସ୍ ର 75 ପ୍ରତିଶତ ସଂକ୍ରମିତ ହୋଇ ସାରିଥିବା ସୂଚନାରହିଥିଲା । 100 ପ୍ରତିଶତ ଅକ୍ସିଜେନ୍ ସପୋର୍ଟ ରେ ରହିଥିଲେ ସୁଦ୍ଧା ତାଙ୍କ ଶରୀରରେ ଅମଳଜାନ ସ୍ତର ତଳକୁ ଖସି ଚାଲିଥିଲା । ଯାହା ପାଇଁ ଡାକ୍ତର ତାଙ୍କୁ ଏକମୋ ମେସିନ୍ ଲଗାଇବାକୁ ପରାମର୍ଶ ଦେଇ ପାରନ୍ତି ବୋଲି ତପୁ ମିଶ୍ର ଙ୍କ ବଡ ଭଉଣୀ ଧ୍ରୁତିଦୀପା ନିକଟରେ ସର୍ବ ସାଧାରଣରେ ପ୍ରକାଶ କରିବା ସହ ଆର୍ଥିକ ସହାୟତା ମଧ୍ୟ ଚାହିଁଥିଲେ ।


ଓଡିଆ ସିନେମା ଓ ଆଲବମ୍ ଜଗତରେ ତପୁ ମିଶ୍ର ବେଶ୍ ପରିଚିତ ଚେହେରା । ତାଙ୍କ କଣ୍ଠ ର ଯାଦୁ ସମସ୍ତଙ୍କୁ ବିମୋହିତ କରିଥାଏ ।ସେ ଓଡିଶାର ଅନେକ ସୁପରହିଟ୍ ଗୀତ ଶ୍ରୋତା ଙ୍କୁ ଭେଟି ଦେଇଛନ୍ତି । ଦୀର୍ଘ 20 ବର୍ଷ ଧରି ସେ ନିଜ ସୁଲଳିତ କଣ୍ଠରେ ଦର୍ଶକଙ୍କୁ ମନୋରଞ୍ଜନ କରି ଆସିଛନ୍ତି । ଓଡିଆ ଚଳଚ୍ଚିତ୍ର ଜଗତର ପ୍ରାୟ ସବୁ କଳାକାର ଙ୍କ ପାଇଁ ସେ କଣ୍ଠଦାନ କରିଛନ୍ତି ।

ସେ ଓଡିଶା ର ଦର୍ଶକଙ୍କ ଘରେ ଘରେ ପରିଚିତ ଥିଲେ ।କିନ୍ତୁ ତାଙ୍କର ଏହି ମୃତ୍ୟୁରେ ଓଡିଆ ସନେ ଜଗତରେ ଶୋକର ଛାୟା ଖେଳି ଯାଇଛି । ତେଣୁ ଆମେ ଓ ଆପଣମାନେ ଭଗବାନ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରନ୍ତୁ କି ତପୁ ଙ୍କର ଆତ୍ମାକୁ ସଦଗତି ମିଳୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।