Breaking news- ଆଜି 13 ଜିଲ୍ଲାକୁ ଘଡ଼ଘଡ଼ି ହେବା ସହିତ ପବନ ଏବଂ ପ୍ରବଳ ବର୍ଷା ହେବ, ପାଣିପାଗ ବିଭାଗ ପକ୍ଷରୁ ଜାରିହେଲା ସତର୍କତା……

ତେବେ ରାଜ୍ୟ ରେ ଏବେ ମୋସୁମୀ ଯୋଗୁଁ କେତକ ଜିଲ୍ଲା ରେ ବର୍ଷା ଲାଗି ରହୁଛି | ଜୁନ ପହିଲା ରୁ ଏହି ବର୍ଷା ହେବାର ଦେଖା ଯାଉଛି | ତେବେ ପାଣିପାଗ ସୂଚନା ଅନୁଯାଇ ଆଗକୁ ବର୍ଷା ର ସମ୍ଭାବନା ଦୁଇ ଦିନ କମ ହେବ ବୋଲି ଯାହା ସୂଚନା ମିଳିଛି | କିନ୍ତୁ ପୁଣି ଆଗକୁ ଅର୍ଥାତ ୨୧ ତାରିଖ ବେଳକୁ କେତେକ ଜିଲ୍ଲା ରେ ବର୍ଷା ଲାଗି ରହିବ ବୋଲି ସୂଚନା ମିଳିଛି |

ତେବେ ପାଣିପାଗ ବିଭାଗ ରୁ ସୂଚନା ଯେ ୧୩ ଟି ଜିଲ୍ଲା ରେ ପ୍ରବଳ ମାତ୍ରା ରେ ବର୍ଷା ହେବା ବେଳେ ୧୪ ଟି ଜିଲ୍ଲା ରେ ବର୍ଷା ସ୍ୱାଭାବିକ ରହିଛି ଏବଂ ଶୁକ୍ରବାର ସୁଦ୍ଧା ତିନୋଟି ଜିଲ୍ଲା ରେ ସ୍ୱାଭାବିକ ଠାରୁ ମଧ୍ୟ ବର୍ଷା କମ ରହିଛି ବୋଲି ଜଣା ପଡ଼ିଛି | ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲା ରେ କେତେ ପ୍ରତିଶତ ର ବର୍ଷା ହୋଇଛି |

ତେବେ ପାଣିପାଗ କେନ୍ଦ୍ର ରୁ ସୂଚନା ମିଳିଛି ଯେ ଏହି ମୌସୁମୀ ରେ ଜୁନ ପହିଲା ରୁ ୨୪ ପ୍ରତିଶତ ରୁ ମଧ୍ୟ ଅଧିକ ବର୍ଷା ହୋଇଛି | ତେବେ ଝାରସୁଗୁଡ଼ାରେ ୧୨୨% ଅଧିକ ବର୍ଷା ହୋଇଥିବାବେଳେ ସୁନ୍ଦରଗଡ଼ରେ ୧୧୯%, କୋରାପୁଟରେ ୧୦୫%, ବରଗଡ଼ରେ ୯୭%, ସୋନପୁରରେ ୮୬%, ନୂଆପଡ଼ାରେ ୮୬%, ସମ୍ବଲପୁରରେ ୭୮% ଅଧିକ ବର୍ଷା ହୋଇଛି |

ତେବେ ଏହି ସାତ ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଛି | ମାଲକାନଗିରିରେ ୫୫%, ପୁରୀରେ ୪୭%, କଟକରେ ୪୮%, ଜଗତସିଂହପୁରରେ ୩୫%, ଦେବଗଡ଼ରେ ୫୪%, ଢେଙ୍କାନାଳରେ ୩୯% ଅଧିକ ବର୍ଷା ରେକର୍ଡ ହୋଇଛି | ଏ ୬ ଗୋଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି ଜୁନ୍‌ ପହିଲାରୁ ଆଜି ସୁଦ୍ଧା |

ଏହାପରେ ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁରରେ ସ୍ୱାଭାବିକ ରହିଛି ଏହି ମୌସୁମୀ ବର୍ଷା | ତେବେ ୩ ଟି ଜିଲ୍ଲା ରେ ସ୍ୱାଭାବିକ ଠାରୁ ମଧ୍ୟ କମ ବର୍ଷା ରହିଛି, ଗଜପତି ୩୮ %, ଗଞ୍ଜାମ ୨୯ % ଏବଂ ଭଦ୍ରକ ରେ ୩୦ % ବର୍ଷା କମ ରହିଛି |

ତେବେ ଶନିବାର ଏବଂ ରବିବାର ଦିନ ଓଡ଼ିଶା ର ପ୍ରାୟ ଜିଲ୍ଲା ରେ ଅଧିକ ବର୍ଷା ରହିବ ବୋଲି ପାଣିପାଗ କେନ୍ଦ୍ର ରୁ ସୂଚନା ମିଳିଛି | ୨୧ ତାରିଖ ରେ ବରଗଡ଼, ବଲାଙ୍ଗିର, ସୋନପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ,କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି | ତେବେ ୨୨ ତାରିଖ ରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକରେ ପ୍ରବଳ ବର୍ଷା ହୋଇପାରେ ବୋଲି ଯାହା ଜଣା ପଡ଼ିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।