ଦେଖନ୍ତୁ Exclusive ଭିଡ଼ିଓ.. କୋଳ ଖାଲି କରିଦେଲା କରୋନା || ବେଦି ବଦଳରେ ମଶାଣିକୁ ଗଲା ପୁଅ…ପୁରା ଭିଡ଼ିଓ ଦେଖିବା ପରେ ଆପଣଙ୍କ ଆଖିରୁ ଲୁହ ଆସିଯିବ….

ପ୍ରତିଦିନ ସଂକ୍ରମଣ , ପ୍ରତିଦିନ ମୃତ୍ୟୁ । କରୋନାର କରାଳ ରୂପ ଏତେ ଭୟଙ୍କର ହେଲାଣି ଯେ, ନିଜ ପ୍ରିୟଜନକୁ ହରାଇବା ଏକ ସାଧାରଣ ଘଟଣା ହୋଇ ଗଲାଣି । ତେବେ ସେ କଷ୍ଟକୁ ବଳି ଯାଉଛି ଶବର ଶେଷ ଦର୍ଶନ କର ହେଉ ନାହିଁ କି ଶେଷ ବିଦାୟ ମଧ୍ୟ ଦେଇ ହେଉ ନାହିଁ । କିଏ ଇଚ୍ଛାରେ ତ କିଏ ଅନିଚ୍ଛାରେ ବାଧ୍ୟ ହେଉଛି । ତେଣୁ ପୁଅ ନିଜ ବାପା ମାଆ ଙ୍କୁ ବି ଦେଇ ପାରୁନି ମୁଖାଗ୍ନି । ଭୟଙ୍କର ବିପଦ ସମୟରେ ସମସ୍ତ ଙ୍କ ଆଚାର ବିଚାର ବ୍ୟବାହର ସମ୍ପୂର୍ଣ୍ଣ ରୂପ ବଦଳାଇ ଦେଇଛି ।କରୋନ ମହାମାରୀ କେତେ ପରିବାରକୁ ନଷ୍ଟ କରି ଦେଉଛି ତାର ହିସାବ ନାହିଁ ।ହଜାର ହଜାର ମାଆ ର କୋଳକୁ ଖାଲି କରି ଦେଲାଣି କରୋନା । ସୁନାର ସଂସାରକୁ ଭାଙ୍ଗି ଚୂନା କରି ଦେଉଛି କରୋନା ।

ଜୁନ୍ 11 ତାରିଖରେ ହୋଇଥାନ୍ତା ବାହାଘର ।ଘରକୁ ଆସିଥାନ୍ତା ନୂଆ ବୋହୂ । ପୁଣି ଜୁନ୍ 15 ତାରିଖରେ ପଡିଥାନ୍ତା ପୁଅର ଜନ୍ମ ତାରିଖ ।ସେଥିପାଇଁ ବି ସରିଥିଲା ପ୍ରସ୍ତୁତି ।ହେଲେ ବିଧିର ବିଧାନ ଥିଲା କିଛି ଅଲଗା ।ହଠାତ୍ ଦେହ ଖରାପ ହେବାରୁ ପୁଅ ର ବାହାଘର ଜୁନ୍ 18 ତାରିଖକୁ ଘୁଞ୍ଚାଇ ଦିଆଗଲା ।

ଅର୍ଥାତ୍ ଆଜି ହୋଇଥାନ୍ତା ବାହାଘର ।କିନ୍ତୁ ହୋଇ ପାରିଲାନି । କାରଣ ତା ପୂର୍ବରୁ କରୋନା ଖାଲି କରିଦେଲା ମାଆ କୋଳ ।ବର ବେଶରେ ବିବାହ ବେଦି ବଦଳରେ ଶବ ହୋଇ ମଶାଣି କୁ ଗଲା ପୁଅ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ମୃତ ଯୁବକଙ୍କ ନାମ ଚନ୍ଦ୍ରମଣି ନାଥ । ତାଙ୍କୁ ମାତ୍ର28 ବର୍ଷ ବୟସର ହୋଇଥିଲା । ସେ ଅସୁରାଣୀ ଅଞ୍ଚଳର ନାଥସାହି ର ପ୍ରାଣବନ୍ଧୁ ନାଥ ଙ୍କ ପୁଅ ଥିଲେ ।


ଗତ ଜୁନ୍ 11 ତାରିଖରେ ଚନ୍ଦ୍ରମଣିଙ୍କର ବିବାହ ପାଇଁ ସବୁ ପ୍ରସ୍ତିତୁ ସରିଥିଲା ।ତେବେ ପୂର୍ବରୁ ତାଙ୍କର ଦେହ ଖାପ ହେଲା । ଜ୍ୱର ହେବାରୁ ତାଙ୍କର କୋରନା ଟେଷ୍ଟ ହେଲା । ଆଉ ରିପୋର୍ଟ ପଜିଟିଭ୍ ଆସିଥିଲା ।ଏହାପରେ ବାହାଘରକୁ ଜୁନ୍ 18 ତାରିଖ ପର୍ଯ୍ୟନ୍ତ ପରିବାର ଲୋକେ ଘୁଞ୍ଚାଇଦେଲେ ।ଘରେ ରହି ଚିକିତ୍ସିତ ହେଉଥିବା ବେଳେ 13 ତାରିଖ ଦିନ ଚନ୍ଦ୍ରମଣି ଗୁରୁତର ହୋଇ ପଡିଲେ ।ନିଃଶ୍ୱାସ ପ୍ରଶ୍ୱାସ ନେବାରେ ତାଙ୍କୁ ଅସୁବ୍ଧା ହେଲା ।

ତାଙ୍କର ଅକ୍ସିଜେନ୍ ସ୍ତର କମିବାକୁ ଲାଗିଲା । 14 ତାରିଖ ଦିନ ତାଙ୍କୁ ପରିବାର ଲୋକେ ଡାକ୍ତରଖାନା ନେଇଯାଇବା ବେଳଏ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା । ଚନ୍ଦ୍ରମଣି ଙ୍କ ମୃତ୍ୟୁକୁ ଗ୍ରହଣ କରିବା ପରିବାର ଲୋକ ପାଇଁ କଷ୍ଟକର ଥିବା ବେଳେ ଏପରି ପରିସ୍ଥିତିରେ ମିଳିଲାନି ଗ୍ରାମବାସୀ ଙ୍କ ସହଯୋଗ ।ପୁ୍ଅର ସଭ ଦାଣ୍ଡ ଦୁଆରେ ପଡିଥିବା ବେଳେ ସ୍ତକାର ପାଇଁ ସହଯୋଗ କଲେନି ଗ୍ରାମବାସୀ ।

ପରେ ସ୍ଥାନୀୟ ସରପଞ୍ଚ , ବ୍ଲକ ପ୍ରଶାସନ, ଓ ମେଡିକାଲ୍ କର୍ମଚାରୀ ଙ୍କ ସହଯୋଗରେ ଚନ୍ଦ୍ରମଣି ଙ୍କର ଶବ ସତ୍କାର କରାଗଲା ।ଏବେ ଏହି ଖବର ପ୍ରଚାର ହେବାପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।