Health Tips ୩ ଦିନ ଏହାକୁ ସେବନ କରନ୍ତୁ, ନବେ ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମ ର ଅଭାବ ହେବ ନାହିଁ |

ତେବେ ଆମେ ଆମର ଶରୀର କିପରି ସୁସ୍ଥ ରହିବ ସେଥିପାଇଁ ଅନେକ ଔଷଧ ଏବଂ ଭିଟାମିନ ସବୁ ଖାଇ ଥାଉ | ଆପଣ ଙ୍କର ଶରୀର ର କ୍ୟାଲସିୟମ କମିବା ଫଳରେ ଆପଣ ଦୁର୍ବଳ ହୋଇ ପଡନ୍ତି ଏବଂ ଶରୀର କୁ ନେଇ ବହୁତ ଚିନ୍ତିତ ହୋଇ ପଡନ୍ତି | ତେବେ ଆମେ ଆଜି ଏହି ଭଳି ଏକ ଘରୋଇ ଉପଚାର ବିଷୟରେ ଜଣାଇବୁ ଯାହା ଆପଣ ଙ୍କ ଶରୀର ପାଇଁ ବହୁତ ହିଁ ଭଲ ଅଟେ | ଯାହାକୁ ତିନି ଦିନ ସେବନ କରିବା ଦ୍ୱାରା ନବେ ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମ ର ଅଭାବ ହେବ ନାହିଁ | ଶକ୍ତି ର ଉତ୍ସ ଅଟେ ଏହି ଉପଚାର | ଯେତେବେଳେ ଆମ ଶରୀର ରେ କ୍ୟାଲସିୟମ ର ଅଭାବ ହୋଇଥାଏ ତେବେ ବହୁ ରୋଗ ର ସାମ୍ନା କରିବାକୁ ପଡିଥାଏ | କ୍ୟାଲସିୟମ ର ଅଭାବ ଦୂର କରିବା ପାଇଁ ଏବଂ ଆଣ୍ଠୁ ଜନିତ ରୋଗ କୁ ଦୂର କରିବା ପାଇଁ ଏହା ଏକ ଚମତ୍କାର ଉପଚାର |

ତେବେ ଏହି ଉପଚାର କୁ ସେମାନେ ବି ବ୍ୟବହାର କରି ପାରିବେ ଯେଉଁ ମାନଙ୍କର କେଶ ଜନିତ ସମସ୍ୟା ଅଛି | ଯେଉଁ ମାନଙ୍କର କେଶ ଧଳା ହୋଇ ଯାଉଛି ଏବଂ ଉପୁଡି ଯାଉଛି ତେବେ ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କର ଏହି ସମସ୍ୟା ମଧ୍ୟ ଦୂର ହୋଇ ଯିବ, ତେବେ ଆସନ୍ତୁ ଜାଣିବା ଏହା କିପରି ପ୍ରସ୍ତୁତ ହୁଏ |

ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ପ୍ୟାନ ଗ୍ୟାସ ରେ ବସାନ୍ତୁ ଏବଂ ସେଥିରେ ଏକ ଚାମଚ ଦେଶୀ ଗାଈ ଘିଅ ପକାନ୍ତୁ | ତେବେ ଏହା ପରେ ଏଥିରେ ଏକ ଚାମଚ ପୋସ୍ତ ପକାନ୍ତୁ, ଏହା ଆପଣଙ୍କୁ ମାର୍କେଟ ରେ ଅତି ସହଜ ରେ ମିଳିଯିବ | ପୋସ୍ତ କୁ ଅଳ୍ପ ଭାଜି ସାରିଲା ପରେ ଏଥିରେ ଏକ ଗ୍ଲାସ କ୍ଷୀର ପକାନ୍ତୁ | କ୍ଷୀର ଗରମ ହୋଇ ସାରିଲା ପରେ ଏଥିରେ ଆପଣ ଏକ ମୁଠା ପଦ୍ମ ମଞ୍ଜି ପକାନ୍ତୁ |

ପଦ୍ମ ମଞ୍ଜି ଆମ ପାଇଁ ବହୁତ ଲାଭଦାୟକ ଅଟେ, ଯେଉଁ ଲୋକ ମାନଙ୍କର କମର ରେ କଷ୍ଟ ରହୁଥାଏ ଏବଂ ହାଡ଼ ଦୁର୍ବଳ ଅଟେ ସେଇମାନଙ୍କୁ ପଦ୍ମ ମଞ୍ଜି ମଜବୁତ ବନେଇ ଦେଇଥାଏ | ତେବେ ଏହା ପରେ ଆପଣଙ୍କ ଇଚ୍ଛା ଅନୁସାରେ ସେଥିରେ ମିଶ୍ରି ପକାନ୍ତୁ | ଏହା ପରେ ଏହାକୁ ଦଶ ମିନିଟ ପର୍ଯ୍ୟନ୍ତ ଭଲକି ଫୁଟିବାକୁ ଛାଡ଼ି ଦିଅନ୍ତୁ, ଏହା ଭଲ ଭାବରେ ଫୁଟି ସାରିଲା ପରେ ଏହାକୁ ଆପଣ ଏକ ଗ୍ଲାସ ରେ ଢାଳି ଦିଅନ୍ତୁ |

ତେବେ ଆପଣ ଏହାକୁ ଦୁଇଟି ପ୍ରକ୍ରିୟା ରେ ସେବନ କରି ପାରିବେ | ସକାଳେ ଏହାକୁ ଆପଣ ଖାଲି ପେଟ ରେ ସେବନ କରି ପାରିବେ ଅବା ରାତିରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ଏହାର ସେବନ କରି ପାରିବେ | ପ୍ରାରମ୍ଭିକ ସମୟରେ ଏହାକୁ କେବଳ ଆପଣ ସପ୍ତାହ ରେ ଦୁଇ ଦିନ ସେବନ କରନ୍ତୁ, ଧୀରେ ଧୀରେ ଏହାକୁ ଆପଣ ପ୍ରତିଦିନ ସେବନ କରିପାରିବେ | ଏହାର ସେବନ ରେ ଆପଣଙ୍କ ଶରୀର ରେ ଆପଣ ବହୁତ ଫାଇଦା ପାଇ ପାରିବେ, ତେବେ ଏହାକୁ ଡେରି ନ କରି ଆଜିଠୁ ହିଁ ସେବନ କରିବା ଆରମ୍ଭ କରି ଦିଅନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।