ଦେଖନ୍ତୁ Exclusive ଭିଡ଼ିଓ.. : କାନ୍ଦ ବୋବାଳି ରେ ଫାଟି ପଡୁଛି ଗାଁ, ପାଠୁଆ ପୁଅର ଜୀବନ ନେଲା ମେସ ମାଲିକ.! ଦୟାକରି ଏହି ଭିଡିଓ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ…

ତଳେ ମୁଣ୍ଡ ବାଡେଇ କାନ୍ଦୁଛନ୍ତି ବାପା ମାଆ ।କାରଣ ଆସିଛି ପୁଅର ଆତ୍ମାହତ୍ୟା ଖବର ।ପାଠୁଆ ପୁଅକୁ ମାରି ଦେଲେ କହି ଗଡି ଯାଉଛନ୍ତି ପୂରା ପରିବାର ।ସାହି , ପଡିଶା , ବନ୍ଧୁ ବାନ୍ଧବ ସମସ୍ତଙ୍କ ଆଖିରେ ଲୁହ ,ମନରେ କୋହ । ଚାରିଦିନ ତଳେ ତ ପୁଅଟି ହସୁଥିଲା , ହେଲେ କାହିଁକୁ ପୁଅଟି ବେକରେ ଗାମୁଛା ଦେଇଦେଲା ।ସେହି କଷ୍ଟ ଏବେ ଖାଇ ଯାଉଛି ପୂରା ଗାଁ କୁ ।ନିଜ ପେଟରୁ କାଟି ଭୋକ ଉପାସରେ ରହି ପୁଅକୁ ପାଠ ପଢାଉଥିଲେ ବାପା ମାଆ ।ସ୍ୱପ୍ନ ଦେଖିଥିଲେ ପୁଅକୁ ପାଠ ପଢି ଚାକିରୀ କରିବ ଏବଂ ବୁଢା ବୟସରେ ସାହାର ହେବ ।ମାତ୍ର ଦଇବ ଏ କଣ କଲା ।

ମାତ୍ରା 19 ବର୍ଷ କ ଣ ଏମିତି ଘଟିଗଲା ଯେ ପୁଅ ଦଉଡି ଦେଇ ଝୁଲି ପଡିଲା ।ପୁଅ ମରିବା ଦିନ ଠାରୁ ଘରେ ଚୁଲି ଜଳି ନାହିଁ । ନ ଖାଇ ନ ପାଇ ଗୋଟିଏ ବିଛଣାରେ ପଡି କାନ୍ଦୁଛନ୍ତି ପୂରା ପରିବାର ।

ତେବେ ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଯମୁନାଶୁଳ ଗ୍ରାମର ଏହି ହୃଦୟ ବିଦାରକ କାହାଣୀ ସମସ୍ତଙ୍କୁ ଭାବ ବିହ୍ୱଳ କରି ଦେଇଛି ।ତପନ ମଣ୍ଡଳ ଙ୍କ ପୁଅ ଅମରେନ୍ଦ୍ର ମଣ୍ଡଳ ।ଜଣେ ମେଧାବୀ ଛାତ୍ର । ମ୍ୟାଟ୍ରିକ୍ ରେ 532 ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପରେ ଘରର ଆର୍ଥିକ ସମ୍ବଳ ନ ଥିବା ସତ୍ତ୍ୱେ ବାପା ମାଆ ଧାର କରଜ କରି ବାଲେଶ୍ୱର ରେ ଏକ କଲେଜ ଭର୍ତ୍ତି କରାଇଥିଲେ ।

ସେଠାରେ ମଠ ସାହି ସ୍ଥିତ ବସନ୍ତ ନିବାସ ନାମକ ଏକ ଘରୋଇ ଛାତ୍ରାବାସରେ ରହି କଲେଜ କଲେଜକୁ ଯିବା ଆସିବା କରୁଥିଲେ ସେ ।ତେବେ କରୋନା କଟକଣା ଯୋଗୁଁ କଲେଜ ବନ୍ଦ ଥିବାରୁ ଅମରେନ୍ଦ୍ର ଗାଁ କୁ ଆସିଥିଲେ । ଘରେ ରହି ଅନଲାଇନ୍ କ୍ଲାସ୍ କରୁଥିଲେ ।କିଛିଦିନ ପୂର୍ବରୁ ଛାତ୍ରାବାସର ମାଲିକ ଅମରେନ୍ଦ୍ରଙ୍କୁ ଫୋନ କରି ଛାତ୍ରାବାସରେ ରହିବା ପାଇଁ ଡକାଇଥିଲେ ।ତାପରେ ଅମରେନ୍ଦ୍ର ବାପା ଙ୍କ ଠାରୁ କିଛି ଟଙ୍କା ନେଇ ବାଲେଶ୍ୱର ଛାତ୍ରାବାସକୁ ଯାଇଥିଲେ ।

ସେଠାରେ ଅନଲାଇନ୍ କ୍ଲାସ୍ କରିବା ସହିତ ଟ୍ୟୁସନ୍ ମଧ୍ୟ କରୁଥିଲେ । ହେଲେ ହଠାତ୍ ବେକରେ ରସି ଲଗାଇ ଅମରେନ୍ଦ୍ର ଆତ୍ମହତ୍ୟା କରିଛି ବୋଲି ଛାତ୍ରାବାସର ମାଲିକ କେଶଭଚନ୍ଦ୍ର ମହାନ୍ତି ତାଙ୍କ ଘରକୁ ଫୋନ କରି ଜଣାଇଥିଲେ ।

ପୁଅର ମୃତ୍ୟୁ ଖବର ଶୁଣି ବାପାମାଆ ବିଶ୍ୱାସ କରି ପାରିନଥିଲେ ।ଏହା ଶୁଣି ପରିବାର ଲୋକ ବାଲେଶ୍ୱର ଯାଇଥିଲେ ଏବଂ ସେଠାରେ ଦେଖିଲେ ଯେ ଅମରେନ୍ଦ୍ର ଙ୍କ ଶରୀରୀରେ ବିଭିନ୍ନ ସ୍ଥାନରେ କ୍ଷତ ହେବା ସହ ପ୍ରବଳ ରକ୍ତ ସ୍ରାବ ମଧ୍ୟ ହେଉଥିଲା ।ତେବେ ଛାତ୍ରାବାସ ର ମାଲିକ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ଅମରେନ୍ଦ୍ରଙ୍କ ପରିବାର ଏହାକୁ ଏକ ଯୋଜନାବଦ୍ଧ ହତ୍ୟାବୋଲି କହୁଛନ୍ତି ।

ଛାତ୍ରାବାସର ମାଲିକ ଅମରେନ୍ଦ୍ରକୁ ଅତି ନିର୍ମମ ଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଝୁଲାଇ ଦେଇଛନ୍ତି ବୋଲି ପୁଅର ବାପା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।