ମାଳିକାର ବଡ ଭବିଷ୍ୟବାଣୀ ! ସାରା ବିଶ୍ୱକୁ ପେଟ୍ରୋଲ ଯୋଗାଇବ ଓଡିଶାର ଏହି ଜିଲ୍ଲା, ଜାଣନ୍ତୁ କେବେଠୁ…

ପ୍ରତ୍ୟେକ ଥର ଭଳି ପୁଣିଥରେ ମାଳିକା ବିଶାରଦ୍ ବାବା ଦିବାକର ଦାସଙ୍କ ର ମାଳିକାର ବର୍ଣ୍ଣନାକୁ ଆମେ ଉପସ୍ଥାପନ କରିବାକୁ ଯାଉଛୁ ଆପଣଙ୍କ ସମ୍ମୁଖରେ ୟାହା ଛଅ ଶହ ବର୍ଷ ତଳର ମାଳିକା ବିଚାର ଅଟେ । ଯାହା ଜାଣିଲେ , ଶୁଣିଲେ ଆପଣ ଅନେକ ଶାନ୍ତି ପାଇଥାନ୍ତି । ଆଗତ ଭବିଷ୍ୟତକୁ ନେଇ ଯେଉଁ ମାଳିକା ର ବିଚାର ରହିଛି ତାହା କିଭଳି ଭାବରେ ମାନବ ସମାଜ ପାଇଁ ଉପାଦେୟ ତାହା ଆମକୁ ମାଳିକା ପଠନରୁ ସ୍ପଷ୍ଟ ଭାବରେ ଅନୁମେୟ ହୋଇଥାଏ ।

ମାଳିକାର ଆଜି ଆମେ ସ୍ଥାନତତ୍ବ ନିରୂପଣ ଶାସ୍ତ୍ର ବିଷୟରେ ଜଣାଇବୁ । ବହିର ନାମ ଓଡିଶା ସ୍ଥାନତ୍ତତ୍ବ ନିରୂପଣ । ତେବେ ଆଜି ଆମେ ମାଳିକାରେ ବର୍ଣ୍ଣିତ ଏମିତି ଏକ ଜିଲ୍ଲା ବିଷୟରେ ଆପଣଙ୍କୁ ଜଣାଇବୁ ଯେଉଁ ଜିଲ୍ଲାରେ ଏହି ସବୁ ଘଟଣା ନିହାତି ଭାବରେ ହେବ । ସେହି ଜିଲ୍ଲାଟି ହେଉଛି କନ୍ଧମାଳ । ତେବେ ଆଗକୁ କନ୍ଧମାଳ ଜିଲ୍ଲାରେ କଣ ହେବ ସେ ବିଷୟରେ ମହାପୁରୁଷ କଲମ କରିଛନ୍ତି –

କନ୍ଧମାଳ ଯେଉଁ ଓଡିଶା ଭୂଇଁ , ମର୍ତ୍ତ୍ୟର ସ୍ବର୍ଗ ଯେ ସେ ସ୍ଥାନ ସେହି । ସ୍ବର୍ଗରୁ ଦେବତା ଆସି ସେଠାରେ, ସ୍ନାନ କରିବେ ମିଦୁବାନ୍ଦରେ । ଦୁଃଖ ପଡିଲେ ଅପାରୁ ଅପାର , ଭକ୍ତକୁ ରଖିବେ ଆନନ୍ଦେଶ୍ବର । ଅର୍ଥାତ କନ୍ଧମାଳ ଜିଲ୍ଲା ହେଉଛି ମର୍ତ୍ତ୍ୟର ସ୍ବର୍ଗ ଆଉ ସେହି ଜିଲ୍ଲାର ମିଦୁବାନ୍ଦ ନାମକ ଏକ ସ୍ଥାନ ଅଛି ଯେଉଁଠିକୁ ସ୍ବର୍ଗରୁ ଦେବତାମାନେ ଆସି ସ୍ନାନ କରିବେ ।

ଆଉ ଯେତେବେଳେ କନ୍ଧମାଳ ଜିଲ୍ଲାରେ ଦୁଃଖର ଲହରୀ ଖେଳିଯିବ ସେତେବେଳେ କନ୍ଧମାଳ ବାସୀଙ୍କୁ ଆନନ୍ଦେଶ୍ବର ନାମକ ଦେବଦେବ ମହାଦେବ ରକ୍ଷା କରିବେ । ପୁଣି୍ ମହାପୁରୁଷ କଲମ କରିଛନ୍ତି –

ବିରୁପାକ୍ଷ ହୋଇ ରହିବେ ହର , ଭୂତଳେ ରହିଛି ତେଲ ସେଠାର । ଅର୍ଥାତ କନ୍ଧମାଳ ଜିଲ୍ଲାରେ ମାଟିତଳେ ଅନେକ ତୈଳ ରହିଛି ଏବଂ ବିରୁପାକ୍ଷ ରୂପରେ ହର ସେଠାରେ ଭକ୍ତମାନଙ୍କ ଉପରେ କୃପାକରି ରହିବେ । ଦୁଷ୍ଟମାନେ ସେଠି ପ୍ରବଳ ହୋଇ , ପ୍ରକୃତି କୂଳରୁ ପୁତ୍ର ନେବେ ବୋହାଇ । ତେବେ ପ୍ରକୃତିର ପୁତ୍ର ହେଉଛନ୍ତି ଯେଉଁମାନେ ପ୍ରକୃତିରୁ ସୃଷ୍ଟି ଅର୍ଥାତ ପାହାଡ, ଜଙ୍ଗଲଙ୍କୁ ଅନେକ ମାଫିଆମାନେ ଜଙ୍ଗଲକୁ କ୍ଷୟକରିବେ ନଷ୍ଟ କରିବେ ଏଭଳି ପରିସ୍ଥିତି ମଧ୍ୟ କନ୍ଧମାଳ ଜିଲ୍ଲାରେ ଉପୁଜିପାରେ ।

ତେଣୁ ମହାପୁରୁଷ କହିଛନ୍ତି କନ୍ଧମାଳ ଜିଲ୍ଲା ରେ ଅତ୍ୟଧିକ ପ୍ରକୃତିକ୍ଷୟ ହେବ । ତେଣୁ ଏହି କନ୍ଧମାଳ ଭୂମି କୁ ସ୍ବର୍ଗ ର ପୁର ବୋଲି ଅର୍ଥାତ ଦ୍ବିତୀୟ ସ୍ବର୍ଗ ବୋଲି କହିଛନ୍ତି ମହାପୁରୁଷ । ତେବେ ଆଗତ ଭବିଷ୍ୟତରେ ମହାପୁରୁଷ କେବଳ ଏହି ଓଡିଶାରେ ପୂର୍ବ ଓଡିଶା କଥା ଲେଖି ନାହାଁନ୍ତି ବରଂ ପଶ୍ଚିମ ଓଡିଶା କଥା ମଧ୍ୟ ଅନେକ ଲେଖିଛନ୍ତି ଏବଂ ବିଶ୍ବ ତଥା ଭାରତ କଥା କୁ ମଧ୍ୟ ସେ ତାଙ୍କ ଠାର ଗାର ରେ ଲେଖିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।