Pregnancy Tips – ଏହି 9 ଟି ଲକ୍ଷଣରୁ ଜାଣନ୍ତୁ କି ଆପଣ ଗର୍ଭବତୀ ଅଛନ୍ତି କି ନାହିଁ

ତେବେ ଦୁନିଆଁ ର ସବୁଠୁ ସୁନ୍ଦର ଅନୁଭବ ହେଉଛି ମା ହେବା | ଗୋଟେ ଯୁବତୀ ଯେତେବେଳେ ଝିଅ ରୁ ମା ହୋଇ ଥାଏ ତେବେ ସେ ଏକ ସୁନ୍ଦର ଅନୁଭବ କରିଥାଏ ଏବଂ ତା ଜୀବନ ର ମୂଲ୍ୟ ସେ ବୁଝି ପାରିଥାଏ | ମା ମାନେ ହିଁ ସବୁଠାରୁ ବଡ଼ କର୍ତ୍ତବ୍ୟ ତୁଲାଇ ଥାଆନ୍ତି, ଏକ ମା ୯ ମାସ ଧରି ଜୀବନ ସହ ଲଢେଇ କରି ତା ଛୁଆ କୁ ଜନ୍ମ ଦେଇ ଥାଏ ଏବଂ ମା ହେବା ପରେ ତା ଜୀବନ ସମ୍ପୂର୍ଣ ବଦଳି ଯାଇ ଥାଏ | ତେବେ ଆମେ ଆଜି ଆପଣଙ୍କୁ ଜଣାଇବୁ ଗର୍ଭବତୀ ହେବାର ୯ ଗୋଟି ଲକ୍ଷଣ ବିଷୟରେ, ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ |

1. ବାରମ୍ବାର ପରିସ୍ରା ଲାଗିବା,
ତେବେ ମହିଳା ମାନଙ୍କୁ ଯଦି ବାରମ୍ବାର ପରିସ୍ରା ଲାଗୁଛି ତେବେ ଏହା ଗର୍ଭବତୀ ର ପ୍ରଥମ ପର୍ଯ୍ୟାୟ | ଏହା ହୋରମନ ର ପରିବର୍ତ୍ତନ କାରଣରୁ ହୋଇଥାଏ |

2. ଥକା ଓ ନିଦ ଲାଗିବା,

ଗର୍ଭବତୀ ହେବାର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ପରଜେଷ୍ଟ୍ର ହୋରମନର କ୍ଷରଣ ଶରୀରରେ ଅଧିକ ହୋଇଥାଏ , ତେଣୁ ଏହି ସମୟରେ ଅଧିକ ଥକା ଲାଗିବା ସହ ନିଦ ମଧ୍ୟ ଲାଗିଥାଏ |

3. କଷ୍ଟକଠିନ୍ୟ ବା ମାଂସପେଶୀ ରେ ଯନ୍ତ୍ରଣା ଅନୁଭବ ହେବ,

ଗର୍ଭବତୀ ହୋଇ ଥିଲେ ଆପଣ ଙ୍କର ମାଂସପେଶୀ ରେ ଯନ୍ତ୍ରଣା ଅନୁଭବ ହେବ |

4. ମୁଣ୍ଡ ଯନ୍ତ୍ରଣା କରିବା,

ତେବେ ଗର୍ଭବତୀ ସମୟ ରେ ହୋରମନ ର ପରିବର୍ତ୍ତନ ହୋଇଥାଏ ତେଣୁ ଏହି ସମୟ ରେ ସାଧାରଣତଃ ମୁଣ୍ଡ ବିନ୍ଧି ଥାଏ |

5. ଅଳ୍ପ ଋତୁସ୍ରାବ ହେବା,
ତେବେ ଏହି ସମୟରେ ମହିଳା ମାନଙ୍କ ଶରୀରରେ ପରଜେଷ୍ଟ୍ର ହୋରମନର କ୍ଷରଣ ଅଧିକ ହେବା ଯୋଗୁଁ କିଛି ଦିନ ପର୍ଯ୍ୟନ୍ତ ଅଳ୍ପ ଋତୁସ୍ରାବ ହୋଇଥାଏ |

6. ସ୍ତନ ନରମ ହେବା,
ଗର୍ଭବତୀ ହେବାର ପ୍ରାରମ୍ଭରୁ ମହିଳା ମାନଙ୍କ ସ୍ତନ ନରମ ଏବଂ ସଫ୍ଟ ହେବା ସହ ସେଥିରେ ଯନ୍ତ୍ରଣା ଅନୁଭବ ହୋଇଥାଏ |

7. ଖାଇବାର ଗନ୍ଧ ରୁ ବାନ୍ତି ଲାଗିବା,
ଗର୍ଭବତୀ ସମୟ ରେ ମହିଳା ମାନେ ଅଧିକାଂଶ ଖାଇବା ଖାଇ ପାରନ୍ତି ନାହିଁ କାରଣ ଏହି ଖାଇବା ଗନ୍ଧ ରୁ ସେମାନଙ୍କୁ ବାନ୍ତି ଆସିଥାଏ |

8.ସ୍ୱଭାବ ଓ ମୁଡରେ ପରିବର୍ତ୍ତନ ହେବା,
ଗର୍ଭବତୀ ର ପ୍ରାଥମିକ ସମୟରେ ମହିଳା ମାନଙ୍କର ଶରୀର ରେ ହୋରମନ ପରିବର୍ତ୍ତନ ହେବାରୁ ସେମାନଙ୍କ ସ୍ଵଭାଵ ରେ ପରିବର୍ତ୍ତନ ହୋଇ ଥାଏ |

9. ମାସିକ ଋତୁସ୍ରାବ ବନ୍ଦ ହେବ,
ଗର୍ଭବତୀ ସମୟ ରେ ମହିଳା ମାନଙ୍କର ମାସିକ ଋତୁସ୍ରାବ ବନ୍ଦ ହେବା ଏକ ସ୍ପଷ୍ଟ ଲକ୍ଷଣ ଅଟେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।