ଆଶ୍ଟର୍ଯ୍ୟ ଘଟଣା ! ଦେଖନ୍ତୁ ଏହି ମହିଳା ଜଣଙ୍କ କଣ କହୁଛନ୍ତି, ଆମେ ସବୁବେଳେ ଗୋଧି ମାଂସ ଖାଉ ,ରାଜଧାନୀ ଭୁବନେଶ୍ୱର ରୁ ଆସିଛି ଏପରି ଏକ ଘଟଣା….

ତେବେ ଆମ ସାମଜ ରେ ଆମେ ଏହି ଭଳି କିଛି ଦୃଶ୍ୟ ଦେଖି ଥାଉ ଯାହା ବହୁତ ଆଶ୍ଚର୍ଯ୍ୟ ଜନକ ହୋଇ ଥାଏ | ଯେପରି ଆମ ପାଞ୍ଚ ଆଙ୍ଗୁଠି ସମାନ ନୁହେଁ ସେହି ପରି ମନୁଷ୍ୟ ମଧ୍ୟ ବିଭିନ୍ନ ପ୍ରକାର ର | ଯାହା ଙ୍କର ତାଙ୍କର ଜୀବନ ସାଜସଜା ଖାଦ୍ୟ ପୋଷାକ ମଧ୍ୟ ଅଲଗା ଥାଏ | ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ଭିଡ଼ିଓ ଭାଇରାଲ ହୋଇ ଥାଏ, ଏବଂ ଆମେ ଟିଭି ଏବଂ ମୋବଇଲ ଜରିଆରେ ଏହି ସବୁ ଦୃଶ୍ୟ ବିଷୟରେ ଅବଗତ ହୋଇ ପାରିଥାଉ | ତେବେ ଏହି ପରି ଏକ ଅଭିଯୋଗ ଆସିଛି, ଯେଉଁଠି ଗୋଧି ମାଂସ ବିକ୍ରି କରୁଛନ୍ତି ବୋଲି ଅଭିଯୋଗ ଆସିଛି | ଆପଣ ଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗୁ ଥିବ ଯେ ଗୋଧି ମାଂସ ବି ଖାଆନ୍ତି, କିନ୍ତୁ ଏହା ସତ୍ୟ ଅଟେ | ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ |

ତେବେ ଏକ ସ୍ଥାନ ରେ ଗୋଧି ମାଂସ ବିକ୍ରି କରୁ ଥିବାର ଅଭିଯୋଗ ଆସିଛି | ଯାହା ଏବେ ସୋସିଆଲ ମିଡ଼ିଆ ରେ ଏହି ଖବର ଟି ଚାରି ଆଡ଼େ ଘୁରି ବୁଲୁଛି | ତେବେ ରାଜଧାନୀ ଭୁବନେଶ୍ୱର ରୁ ଏହି ଅଭିଯୋଗ ଆସିଛି, ଝାରପଡ଼ା ରସୁଲଗଡ କେନାଲ ରାସ୍ତା ରେ ଏକ ବସ୍ତି ରେ ଗୋଧି ମାଂସ ବିକ୍ରି କରୁଥିବାରୁ 5 ରୁ ଅଧିକ ଗୋଧି ଜବତ କରାଯାଇଛି |

ଏହି ଗୋଧି ମାଂସ ବିକ୍ରି କରୁ ଥିବାରୁ ପୋଲିସ ଦୁଇ ଜଣ ଙ୍କୁ ଅଟକ କରି ରଖିଛି, ସେମାନେ ଦୁଇ ଜଣ ହେଲେ ଶ୍ରୀ କ୍ରିଷ୍ଣା ରାଓ ଏବଂ ରାଘବ | ଗୋଧି ମାଂସ ବିକ୍ରି ବେଳେ ଗହଳି ରହି ଥିଲା ଲୋକ ମାନଙ୍କର ଏହାକୁ ଦେଖି ସେ ସ୍ଥାନ ରେ ପୋଲିସ ପହଞ୍ଚି ଥିଲା | ସେହି ସ୍ଥାନ ରୁ ଅଭିଯୁକ୍ତ ଦଉଡି ପଳାଉ ଥିଲା ବେଳେ ପୋଲିସ କ୍ରିଷ୍ଣା ଏବଂ ରାଘବ ଙ୍କୁ ଧରି ଥାନା କୁ ନେଇ ଯାଇ ଥିଲେ |

ଅଭିଯୁକ୍ତ ଙ୍କର ପରିବାର ର ସଦସ୍ୟ କହିବା କଥା ଯେ ସେମାନେ ପୁରୁଷ ପୁରୁଷ ଧରି ଏହି ଗୋଧି ମାଂସ ଖାଆନ୍ତି କିନ୍ତୁ ଏହି ଗୋଧି ମାଂସ କୁ ବିକ୍ରି କରିବା କଥା କୁ ଅସ୍ବୀକାର କରିଛନ୍ତି ଏବଂ ଅଭିଯୁକ୍ତ କୁ ଛାଡ଼ି ଦେବା ପାଇଁ କାନ୍ଦିକି ପୋଲିସ ଙ୍କ ସାମ୍ନା ରେ ନେହୁରା ହୋଇଛନ୍ତି |

ତେବେ ଯାହା ଜଣା ପଡିଛି ଏହି ଗୋଧି ମାଂସ ସେମାନଙ୍କ ପୂର୍ବ ପୁରୁଷ ମାନେ ବି ଖାଇ ଆସୁ ଥିଲେ ଏବଂ ସେମାନେ ମଧ୍ୟ ଏହି ମାଂସ କୁ ଖାଆନ୍ତି | କିନ୍ତୁ ଏହା କୁ ବିକ୍ରି କରି ନାହାଁନ୍ତି ବୋଲି ସେମାନେ ସ୍ପଷ୍ଟ ମନା କରିଛନ୍ତି | ତେବେ ଏହି ଘଟଣା କୁ ନେଇ ପୋଲିସ ତଦନ୍ତ ଜାରି ରଖିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।