ହେ ଭଗବାନ ! ଏହି ଭୟଙ୍କର ରୋଗରେ ପୀଡିତ ଅଛି କୁନି ପିଲାଟି, ଯାହାର ଇଞ୍ଜେକ୍ସନ ଦାମ 16 କୋଟି ଟଙ୍କା, ଏହି କୁନି ପିଲାର ଜୀବନ ବଞ୍ଚାଇବା ପାଇଁ ଅଧିକରୁ ଅଧିକ ସେୟାର କରନ୍ତୁ

ଦୁନିଆ ଯେତେ ଉନ୍ନତ ହେଉଛି , ଯେତେ ପ୍ରକାରର ନୂଆ ନୂଆ ଟେକ୍ନୋଲୋଜି ର ଆବିଷ୍କାର ହେଲେ ମଧ୍ୟ ସେହିପରି ଦୁନିଆରେ ନୂଆ ନୂଆ ରୋଗକାରୀ ଜୀବାଣୁ , ଭୂତାଣୁ ଆଦି ଜନ୍ମ ହେଉଛନ୍ତି । ସେହି ଜୀବମାନେ ମଣିଷ ଶରୀରରେ ବିଭିନ୍ନ ପ୍ରକରାର ରୋଗ ମଧ୍ୟ ସୃଷ୍ଟି କରୁଛି ।ଯେଉଁ ରୋଗଗୁଡିକ କି ଆଗରୁ କେବେ ବି ଶୁଣିବାକୁ ମିଳୁ ନ ଥିଲା ଏବଂ ସେହି ରୋଗଗୁଡିକର ଚିକିତ୍ସା ଏତେ ମହଙ୍ଗା ଯେ ପରିବାର ବର୍ଗମାନଙ୍କୁ ଅନ୍ୟ ପାଖରେ ହାତ ପତାଇବାକୁ ବାଧ୍ୟ କରି ଦେଉଛି ।ତେବେ ଏହିପରି ଏକ ଦୁଃଖଦ ଖବର ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଯେଉଁଥିରେ କି ନିଜ 5 ବର୍ଷ ବୟସର ପୁଅ କୁ ରୋଗରୁ ବଞ୍ଚାଇବା ପାଇଁ ଓ ପୁଅର ଚିକିତ୍ସା ପାଇଁ ଆକୁଳ ନିବେଦନ କରି ସାହାଯ୍ୟ ଲୋଡିଛନ୍ତି ବାପା ମାଆ । କାରଣ ପୁଅ ର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଓ ସେହି ଚିକିତ୍ସାରେ ଗୋଟିଏ ଇଞ୍ଜେକ୍ସନ୍ ଦରକାର , ଯାହାର ଦାମ୍ 16 କୋଟି ଟଙ୍କା ।

ତେବେ ଛୋଟ ପିଲାଟି ଆକ୍ରାନ୍ତ ହୋଇଥିବା ରୋଗ ବିଷୟରେ ଓ ତାହାର ଚିକିତ୍ସା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।ତେବେ ସୂଚନା ଅନୁସାରେ ,ଆକ୍ରାନ୍ତ ହୋଇଥିବା ପିଲାଟିର ନାମ ଆୟାନ୍ସ ଓ ବୟସ 5 ବର୍ଷ ।ସେ ବର୍ତ୍ତମାନ ହସଖୁସିରେ ଖେଳିବା ବୁଲିବା ବୟସରେ ହସପିଟାଲ୍ ରେ ମୃତ୍ୟୁ ସହ ଲଢେଇ କରୁଛି । ଡାକ୍ତରଙ୍କ କହିବା ଅନୁସାରେ ଆୟାନ୍ସଙ୍କୁ SMA ନାମକ ରୋଗ ହୋଇଛି ।

ଏହି ରୋଗଟି ବହୁତ କମ୍ ପିଲାଙ୍କୁ ହୋଇଥାଏ । ଏହା ଏତେ ଭୟଙ୍କର ଯେ ଜଣେ ଶିଶୁର ବଞ୍ଚିବା ମରିବା ସହ ସମାନ କରି ଦେଇଥାଏ । ଏହି ରୋଦରେ ଆକ୍ରାନ୍ତ ହେବାପରେ ଜଣେ ପିଲା ବସିବାକୁ ,ଛିଡା ହେବାକୁ ଖାଇବାକୁ କିମ୍ବା ଶୋଇବାକୁ ସକ୍ଷମ ମଧ୍ୟ ହୋଇ ନ ଥାଏ ।ଏମିତିକି ନିଃଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟ ହୋଇଥାଏ ।

ତେବେ ଏହି ରୋଗର ଚିକିତ୍ସା ମହଙ୍ଗା ଅଟେ । ଏହି ରୋଗର ଚିକିତ୍ସା ପାଇଁ ଏକ ଦାମୀ ଇଞ୍ଜେକ୍ସନ ଦେବାକୁ ପଡିଥାଏ , ଯାହାର ନାମ ହେଉଛି ZOLGENSMA ଏବଂ ଯାହାର ଦାମ୍ 16 କୋଟି ଟଙ୍କା ।ଆୟାନ୍ସର ପରିବାର ଏତେ ଟଙ୍କା ଯୋଗାଡ କରିବା ପାଇଁ ସମର୍ଥ ନୁହ୍ଁନ୍ତି ।

ସେମାନେ 10 କୋଟି ଟଙ୍କା ଯୋଗାଡ କରିଛନ୍ତି । ଆଉ 6 କୋଟି ଯୋଗାଡ ହୋଇ ନ ପାରିବାରୁ ଲୋକମାନଙ୍କର ସାହାଯ୍ୟ ମାଗୁଛନ୍ତି ।ତେବେ ଆପମମାନେ ନିଶ୍ଚିତ ବାବେ ଆୟାନ୍ସକୁ ସାହାଯ୍ୟ କରନ୍ତୁ ଓ ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ଆପଣ ତାଙ୍କ AC ନମ୍ବର – 700701717157379 ଓ IFIC NO-YESBOCMSNOC ଦ୍ୱାରା ସାହାଯ୍ୟ କରି ପାରିବେ ।ତେବେ ଆମେ ଆପମଙ୍କୁ ଅନୁରୋଧ କରୁଛୁ କି ଆପଣମାନେ ଆୟାନ୍ଲର ଚିକିତ୍ସା ପାଇଁ ତାଙ୍କ ପରିବାର ଲୋକଙ୍କୁ ସାହାଯ୍ୟ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।