breaking news- ପୁଣି ମାଡି ଆସୁଛି ଆଉ ଏକ ଭୟଙ୍କର ବାତ୍ୟା , ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଲଘୁଚାପ, ବାତ୍ୟା ଆଶଙ୍କା ନେଇ ସତର୍କତା, ରଜ ଆରମ୍ଭରୁ ପ୍ରବଳ ବର୍ଷିବ…

ଏହି ୨ ମାସ ଭିତରେ ଦୁଇଟି ବାତ୍ୟା ଯାଇ ସାରିଲାଣି, ଗୋଟିଏ ହେଉଛି ତାଉକିତେରା ଯାହା ମହାରାଷ୍ଟ୍ର ଏବଂ ଗୁଜୁରାଟ ଆଦି ରାଜ୍ୟ କୁ ବହୁତ ପ୍ରଭାବିତ କରିଛି | ଅନ୍ୟଟି ହେଉଛି ୟାସ ଯାହା ଓଡ଼ିଶା ର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକୁ ପ୍ରଭାବିତ କରିଛି | ଏହି ପ୍ରଭାବ ରେ କାହାର ଘର ଉପରେ ଗଛ ପଡ଼ି ଯାଇ ଭାଙ୍ଗି ଯାଇଛି ତ ପୁଣି କାହାର ଘର ଭୁଷୁଡ଼ି ପଡ଼ି ଧନ ଏବଂ ଜୀବନ ଚାଲି ଯାଇଛି | ଏହି ୟାସ ବାତ୍ୟା ପ୍ରଭାବ ରୁ ଲୋକ ମାନଙ୍କର ବହୁତ କ୍ଷତି ହୋଇଛି ଏବଂ ସେମାନେ ବହୁ ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି |

ଏବେ ପୁଣି ଆଉ ଏକ ବାତ୍ୟା ଆସିବ ବୋଲି ଯାହା ଅନୁମାନ କରାଯାଉଛି | ପ୍ରବଳ ବର୍ଷା ଯୋଗୁଁ ପାଣିପାଗ କେନ୍ଦ୍ର ରୁ ଯାହା ସୂଚନା ମିଳିଛି, ତେବେ ଆସନ୍ତୁ ଜାଣିବା ଏହି ଲଘୁଚାପ ବିଷୟରେ |

ଭାରତୀୟ ପାଣିପାଗ କେନ୍ଦ୍ର ରୁ ସୂଚନା ମିଳିଛି ଯେ ଉତ୍ତର ବଙ୍ଗୋପସାଗର ଏକ ଲଘୁଚାପ ସୃଷ୍ଟି ହୋଇଛି, ଯାହା ସକ୍ରିୟ ରହିଛି | ଏଥି ପାଇଁ ଅନେକ ରାଜ୍ୟ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଲାଗି ରହିବ | ଆଇଏମଡିର କହିବାନୁସାରେ, ଦକ୍ଷିଣ-ପଶ୍ଚିମା ମୌସୁମୀ ବାୟୁ ସକ୍ରିୟ ରହିଛି, ଯାହାର ପ୍ରଭାବରେ ରାଜ୍ୟରେ ଅତିରୁ ଅତି ପ୍ରବଳ ବର୍ଷା ହୋଇପାରେ |

ଆସନ୍ତା ୨ରୁ ୩ ଦିନ ଯାଏଁ ଏପରି ବର୍ଷା ଲାଗି ରହିବ, ଏଥି ନିମନ୍ତେ ରାଜ୍ୟ ର କେତୋଟି ଜିଲ୍ଲା କୁ ରେଡ ୱାର୍ନିଙ୍ଗ ଜାରି କରା ଯାଇଛି | ଏହି ଲଘୁଚାପ ପ୍ରଭାବ ରୁ ସମୁଦ୍ର ଅଶାନ୍ତ ରହୁ ଥିବାରୁ ୨ କି ୩ ଦିନ ପର୍ଯ୍ୟନ୍ତ ସମୁଦ୍ର କୁ ନ ଯିବା ପାଇଁ ପରାମର୍ଶ ଦିଆ ଯାଇଛି ମସ୍ୟଜୀବୀ ଙ୍କୁ |

ଲଘୁଚାପ ଅଧିକରୁ ଅଧିକ ଘନିଭୂତ ହେଲେ ଏହା ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି | ତେବେ ଏହି ପୂର୍ବ ବାତ୍ୟା ୟାସ ଓଡ଼ିଶା ରେ ଅନେକ ଜିଲ୍ଲା ରେ କ୍ଷୟ କ୍ଷତି କରି ସାରିଛି ବର୍ତ୍ତମାନ ଯେଉଁ ଲଘୁଚାପ ଦ୍ୱାରା ବାତ୍ୟା ସୃଷ୍ଟି ହେବ ବୋଲି ପାଣିପାଗ ରୁ ସୂଚନା ଆସିଛି ତାହା ଏହି ବାତ୍ୟା ହେବ ବୋଲି କିଛି ଏ ପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ | ଯାହା ଏହି ବାତ୍ୟା କୁ ନେଇ କେବଳ ପାଣିପାଗ କେନ୍ଦ୍ର ରୁ ଅନୁମାନ କରା ଯାଇଛି | ତେବେ ଏହି ପ୍ରବଳ ବର୍ଷା ଯୋଗୁଁ ଲୋକ ମାନଙ୍କୁ ସତର୍କ ରହିବାକୁ କୁହା ଯାଇଛି ଏବଂ କେତୋଟି ଜିଲ୍ଲା କୁ ମଧ୍ୟ ରେଡ ୱାର୍ନିଙ୍ଗ ଜାରି କରା ଯାଇଛି |