ଖୁସି ଖବର ! ଜୁନ୍ 17 ତାରିଖ ପାଖରୁ କେବଳ ନବମ ଓ ଦଶମ ଶ୍ରେଣୀର ପିଲାଙ୍କର ହେବ ପାଠପଢା ..କେବଳ ଏହି 2 ଶ୍ରେଣୀର ପିଲାଙ୍କ ପାଇଁ ସରକାର ନେଲେ ବଡ ନିଷ୍ପତି….

ଏପ୍ରିଲ୍ ଓ ମେ ମାସରେ ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବାରୁ ସରକାର ରାଜ୍ୟରେ ଲକ ଡାଉନ୍ ର ଘଷୋଣା କରିଥିଲେ । ପ୍ରତିଦିନ ଲକ୍ଷ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ । ହଜାର ହଜାର କରୋନା ରୋଗୀ ମୃତ୍ୟୁବରଣ କଲେ । ରାଜ୍ୟରେ କରୋନା ବଢୁଥିବାରୁ ସରକାର ରାଜ୍ୟରେ ଲକ ଡାଉନ ଜାରି ସମସ୍ତ ଗାଇଡ ଲାଇନ୍ ମାନ ଜାରି କରିଥିଲେ । ଯଥା ସମସ୍ତ ଦୋକାନ ବାଜର ପାଇଁ ସ୍ୱତନ୍ତ୍ର ସମୟ ତିଆରି କରିଥିଲେ ।

ଏହା ସହିତ ବଡ ବଡ କମ୍ପାନୀ ,ସ୍କୁଲ୍ , କଲେଜ ଆଦି , ଆଉ ଅଲଗା ବଡ ବଡ ଅନୁଷ୍ଠାନ ସବୁ ମଧ୍ୟ ବନ୍ଦ ରହିଛି । ମାତ୍ର ଜୁନ୍ ମାସରେ ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା କମିବାରେ ଲାଗିଛି । କିନ୍ତୁ କରୋନା ରୋଗୀ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ତେବେ ତୃତୀୟ ଥର ରାଜ୍ୟରେ ଲକ ଡାଉନ୍ ଆସନ୍ତା ଜୁନ୍ 17 ତାରିଖରେ ସରିବାକୁ ଯାଉଛି । ତେଣୁ ଆସନ୍ତା ଜୁନ୍ 17 ରୁ ନବମ ଓ ଦଶମ ଶ୍ରେଣୀ ପଠାପଢା ଆରମ୍ଭ ହେବ ବୋଲି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ କହିଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ ,ଏ ସମୟରେ ଏବେ ସ୍କୁଲ୍ ଖୋଲିବା ସମ୍ଭବ ନୁହେଁ । ବିଶେଷଜ୍ଞ ଓ ମୁଖ୍ୟମନ୍ତ୍ରୀ ସ୍କୁଲ୍ ଖୋଲିବା ନେଇ ନିଷ୍ପତି ନେବେ ।ତେବେ ଆସନ୍ତା 17 ରୁ ୟୁ-ଟ୍ୟୁବ୍ ରେ ନବମ ଶ୍ରେଣୀ ଓ ଦଶମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦିନ ଦିଆଯିବ ।

ୟୁ-ଟ୍ୟୁବ୍ ଲାଇଭ୍ ଜରିଆରେ 10,45 ରୁ 1ଟା ପର୍ଯ୍ୟନ୍ତ କ୍ଲାସ୍ ଚାଲୁ ରହିବ । ପ୍ରତିଦିନ 4 ଟି ପିରିୟର୍ଡ କରାଯିବ ।ପ୍ରତି କ୍ଲାସ୍ 30 ମିନଟ୍ ରେ କରାଯିବ ।ଉଭୟ ଶ୍ରେଣୀ ପାଇଁ ପ୍ରତି ବିଷୟରୁ ସପ୍ତାହକୁ 20 ଟି ପିରିୟର୍ଡ ର ପାଠ ପଢା ହେବ ।ସୋମବାର ରୁ ଶୁକ୍ରବାର ପର୍ଯ୍ୟନ୍ତ ଅନ ଲାଇନ୍ ରେ ପାଠ ପଢା ହେବ ।ତେବେ ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ ସୂଚନା ଦେଇଛନ୍ତି ।

ସବୁ ଜିଲ୍ଲାର ଡିଇଓ ମାନଙ୍କୁ ବିଷୟ ସ୍ଥିର କରାଯିବାକୁ କୁହା ଯାଇଛି ।ଆସନ୍ତା ଜୁନ୍ 18 ତାରିଖରେ ଏନେଇ 30 ଜିଲ୍ଲା ର ଡିଇଓ ମାନଙ୍କ ସହିତ ବୈଠକ ବସିବ ବୋଲି ସୂଚନା ଦେଇଛନ୍ତି ।

ସେହିପର୍ ଚଳିତ ଜୁନ୍ ମାସ ଶେଷ ସୁଦ୍ଧା ମାଟ୍ରିକ୍ ପରୀକ୍ଷୀ ଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି । ମାଟ୍ରିକ୍ ମୂଲ୍ୟାୟନ ସଠିକ୍ ଭାବେ କରା ହେଉଛି ଓ ନିର୍ଦ୍ଧାରିତ ସମୟ ରେ ଫଳ ପ୍ରକାଶ ପାଇବ ବୋଲି କହିଛନ୍ତି ।ଯୁକ୍ତ 2 କମିଟି ରିପୋର୍ଟ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୂଲ୍ୟାୟନ ସମ୍ପର୍କରେ ନେବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ କହିଛନ୍ତି ।