ଦେଖନ୍ତୁ Exclusive ଭିଡ଼ିଓ-,ବିବାହ ସମାରୋହରେ ଆଣାଯାଇଥିଲା ହାତୀ ,ହ଼ଟାତ୍ ହାତୀ ଦିଗ ବଦଳାଇଦେଲା , ରଥରୁ ଉହ୍ଲାଇ ଦୌଡିଲେ ବର , ଆଉ ତା ପରେ ଯାହା ହେଲା …..

ଆଜିକାଲି ର ଲୋକମାନଙ୍କ ପାଖରେ ପଇସାର ଅଭାବ ନାହିଁ । ସମସ୍ତଙ୍କ ପାଖରେ ଯତେଷ୍ଟ ପଇସା । ସମସ୍ତେ ମଧ୍ୟ କୋଟିପତି ହେବାକୁ ଚାହିଁଥାନ୍ତି । ତେବେ ଦେଶର କୋଟିପତି ଲୋକମାନେ ସେମାନଙ୍କ ସାମାନ୍ୟ ଉତ୍ସବକୁ ମଧ୍ୟ ବହୁତ ଜାକଜାମ୍ୟ ରେ ପାଳନ କରିଥାନ୍ତି ।କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି । ବିଶେଷ କରି ବିବାହ ଧନୀ ଧନୀ ଲୋକମାନେ ବହୁତ ଟଙ୍କା ଖର୍ଚ୍ଚ କରିଥାନ୍ତି ।ବିବାହରେ ବିଭିନ୍ନ ପ୍ରକାରର ଡେକୋରେସନ୍ କରିଥାନ୍ତି

।ବିବାହ ମଣ୍ଡପ ଆଦି ବହୁତ ସୁନ୍ଦର ଭାରେ ସଜାଇଥାନ୍ତି । ଏହା ସହିତ ଉତ୍ସବର ଶୋଭା ବଢାଇବା ପାଇଁ ମଧ୍ୟ ହାତୀ, ଘୋଡା କୁ ମଧ୍ୟ ଆଣିଥାନ୍ତି । ସତେ ଯେପରି ସେଠାରେ କୌଣସି ପ୍ରତିଯୋଗୀତା ଚାଲିଛି , ଯିଏ ଯେତେ ପାରିବ ଟଙ୍କା ଖର୍ଚ୍ଚ କରି ସେତେ ଉନ୍ନତ ଧରଣର ବିବାହ କିମ୍ବା ଉତ୍ସବ ଟିକୁ ପାଳନ କରି ପାରିବ ।

ତେବେ ଆଜିକାଲି ତ ସମସ୍ତେ ସୋସିଆଲ୍ ମିଡିଆ କୁ ବହୁତ ଭାବରେ ବ୍ୟବହାର କରୁଛନ୍ତି ।ସୋସିଆଲ୍ ମିଡିଆରେ ଲୋକମାନେ ବିଭିନ୍ନ ପ୍ରକାରର ଭିଡିଓ , ଫୋଟକୁ ଅପଲୋଡ କରିଥାନ୍ତି ।ଏହା ସାହଯ୍ୟରେ ସମସ୍ତ ଜାଗାର ଘଟଣା ବଳୀ ବିଷୟରେ ଜାଣିବାକୁ ମିଳିଥାଏ । ସୋସିଆଲ୍ ମିଡିଆ ରେ ଦେଖିବାକୁ ମିଳିଥିବା ଭିଡିଓ ଗୁଡିକ ବହୁତ ମନରଞ୍ଜ ଦେଇଥାଏ ।

 ତେବେ ସେହିପରି ଏକ ଭିଡିଓ ଦେଖିବାକୁ ମିଳିଛି , ଯେଉଁଠାରେ କି ଗୋଟିଏ ବାହାଘର ଉତ୍ସବ ରେ ଶୋଭା ବଢାଇବା ପାଇଁ ହାତୀ ଅଣା ଯାଇଥିଲା । କିନ୍ତୁ ସେ ହାତୀଟି ବୋଲ ନ ମାନି ସେଠାକାର ସମସ୍ତ ଜିନିଷ ପତ୍ର , ଗାଡି ଆଦି ଭଙ୍ଗାରୁଜା କରିବାର ଦେଖିବାକୁ ମିଳିଛି ଏବଂ ବର ଡରରେ ଛାନିଆ ହୋଇ ଦୋଡିବାକୁ ଲାଗିଛି । ଯାହା ଏବେ ବହୁତ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି ।

ତେବେ ସୂଚନା ଅନୁସରେ, ଘଟଣାଟି ଘଟିଛି , ଉତ୍ତର ପ୍ରଦେଶର ପ୍ରୟାଗରାଜି ଠାରେ । ସେଠାରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇ ଥିଲା ।କିନ୍ତୁ ସେଠାରେ ହାତୀ ର ତାଣ୍ଡବ ଦେଖିବାକୁ ମିଳିଥିଲା ।ବିବାହ ଠାରୁ ପ୍ରସ୍ତୁତ ହୋଇଥିବା ମଣ୍ଡପ ଠାରୁ ଆରମ୍ଭ କରି ସୋମାରହ କୁ ଆସୁଥିବା ଗାଡି ସବୁତୁ ଦଳି ଚକଟି ଦେଇଛି ହାତୀ ।ହାତୀର ଉତ୍ପାତ ଦେଖି ବାହାଘରକୁ ଆସୁଥିବା ଲୋକମାନେ ଏଣେତେଣେ ଦୌଡିଥିଲେ ।

ଘଟଣାଟି ଗତ କାଲିର ବୋଲି ଜଣା ପଡିଛି ।ପ୍ରୟାଗରାଜ ନାରାୟଣପୁର ଠାରେ ଚାଲିଥିବା ଏକ ବିବାହ ସମାରୋହରେ ବିବାହର ଶୋଭା ବଢାଇବାକୁ ହାତୀ ଏବଂ ଘୋଡାକୁ ମଣ୍ଡପ ନିକଟରେ ରଖା ଯାଇଥିଲା ।ତେବେ ସେଠାରେ ହାତୀ ଉତ୍ପାତ କରିଥିଲା । ଏମିତିକି ସେଠାରେ ଥିବା ଘର ଦ୍ୱାର ମଧ୍ୟ ଭଙ୍ଗାରୂ଼ଜା କରିଥିଲା ।ତାପରେ ହାତୀକୁ ଆୟତରେ ଅଣା ଯାଇଥିଲା ।ଏତିକିବେଳକୁ ହାତୀ ଘଟଣା ସ୍ଥଳରେ ବିବାହ ମଣ୍ଡପ ରେ ଘର ଦ୍ୱାର , ଗାଡି ମଧ୍ୟ ଭଙ୍ଗାରୁଜା କରି ସାରିଥିଲା ।