Jyotish Shastra- ରଜ ରେ ଘରେ ଝିଅ ଏବଂ ମହିଳାମାନେ କରନ୍ତୁ ନାହିଁ ଏହି 5ଟି କାମ ….

ରଜ ହିନ୍ଦୁ ଧର୍ମର ବାର ମାସ ତେର ପର୍ବ ମଧ୍ୟରୁ ଏକ ପ୍ରମୁଖ ପର୍ବ ଅଟେ । ଏହି ରଜ ସଂକ୍ରାନ୍ତିର କିଛି ଏପରି ଅକୁହା କଥା ସହିତ ରଜରେ କୁମାରୀ ମାନେ କଣ କରିବା ଉଚିତ୍ ଏବଂ କଣ ନ କରିବା ଉଚିତ୍ । କାହିଁକି ରଜରେ କୁମାରୀ ମାନଙ୍କୁ ଗାଧୋଇବା ଅନୁଚିତ୍ ହୋଇଥାଏ ତାହା ଏହି ଲେଖା ମାଧ୍ୟମରେ ସଂମ୍ପୂର୍ଣ୍ଣ ରଜର ମହତ୍ବ ବିଷୟରେ ଜାଣନ୍ତୁ ।ବାର ମାସ ତେର ପର୍ବର ମିଥୁନ ସଂକ୍ରାନ୍ତିର ଏହି ତିନି ଦିନର ପର୍ବକୁ ରଜ କୁହାଯାଇଥାଏ । ପ୍ରଥମ ଦିନ ପହିଲି ରଜ,2ୟ ଦିନ ମିଥୁନସଂକ୍ରାନ୍ତି , 3ୟ ଦିନ ଭୂମିଦାହ ଏବଂ 4ର୍ଥ ଦିନକୁ ବସୁମତି ସ୍ନାନ କୁହାଯାଇଥାଏ ।

ପୌରାଣି୍କ ପ୍ରଥା ଅନୁସାରେ ନଜ ଶବ୍ଦ ରଜସ୍ବଳା ଶବ୍ଦରୁ ଆସିଅଛି । ଯାହାର ଅର୍ଥ ମହିଳାମାନଙ୍କର ମାସିକ ଧର୍ମ ଏବଂ ରଜ । ବିଶ୍ବାସ କରାଯାଏ ବସୁଧାମାତା ଭଗବାନ ବିଷ୍ଣୁଙ୍କର ପତ୍ନୀ ଏହି ତିନି ଦିନକୁ ମାସିକ ଧର୍ମ ରୂପେ ନିଜର ପାଳନ କରନ୍ତି ଏବ6ଂ 4ର୍ଥ ଦିନ ବସୁଧାମାତାଙ୍କର ସ୍ନାନ ହୋଇଥାଏ । ଯେଉଁ ଦିନ ଭୂମାତା ସ୍ବାନ କରିଥାନ୍ତି ।

ଏହି ତିନି ଦିନ ମହିଳା ମାନଙ୍କୁ ଅର୍ପଣ କରାଯାଇଥିବା ସହିତ ଏହି ତିନି ଦିନ ମହିଳା ଏବଂ କୁମାରୀମାନେ କୌଣସି ପ୍ରକାର କାମ ନ କରି ନିଜକୁ ସଜେଇ ହୋଇ ସୁନ୍ଦର ସ୍ବାମୀର ଅପେକ୍ଷାରେ ଅପେକ୍ଷାକୃତ ଜଣାଇଥାନ୍ତି ।

ଯେପରି ବସୁଧାମାତା ମାଟି ନିଜର କ୍ଷୁଧା ମେଣ୍ଟେଇବା ପାଇଁ ବର୍ଷାକୁ ଅପେକ୍ଷା କରି ବସି ରହିଥାଏ ସେହିପରି ଘରର ଝିଅମାନେ ବା କୁମାରୀମାନେ ସଜେଇ ହୋଇ ଆଗାମୀ ବିବାହପ୍ରସ୍ତୁତ କାମନା କରିଥାନ୍ତି । ଏହାସହିତ ଏହି ତିନି ଦିନ ରଜ ମଧ୍ୟରେ କିଛି ଏପରି କାର୍ଯ୍ୟ ମହିଳା ବା ଅବିବାହିତା ମାନଙ୍କୁ କରିବା ପାଇଁ ବର୍ଜିତ କରାଯାଇଥାଏ ।

1. ପହିଲି ରଜ ଦିନ କୁମାରୀମାନେ ଗାଧୋଇ ସାରି ନିଜକୁ ସଜେଇ ହେବା ପରେ ଅନ୍ୟ ଦୁଇ ଦିନ ପରେ ଗାଧୋଇବା ମନା କରାଯାଇଥାଏ । ଏପରି ମାନ୍ୟତା ରହିଛି ବସୁଧାମାତା ମାସିକ ଧର୍ମ ଆରମ୍ଭ ସହିତ ମହିଳାମାନେ ସ୍ନାନ କରି ରଜର ଆରମ୍ଭ କରିବା ସହିତ ଯେ୍ପର୍ଯ୍ୟନ୍ତ ବସୁଧାମାତା ସ୍ନାନ ନ କରିଛନ୍ତି ସେ ପର୍ଯ୍ୟନ୍ତ ସ୍ନାନ କରିବା ଅଶୁଭ ହୋଇଥାଏ

2. ରଜ ମଧ୍ୟରେ ରଜର ତିନି ଦିନ ପର୍ଯ୍ୟନ୍ତ କୁମାରୀମାନେ କୌଣସି କାର୍ଯ୍ୟ ନକରିବା ସହିତ ରନ୍ଧା ହୋଇଥିବା ଖାଦ୍ୟ ଗ୍ରହଣ କରିପାରିବେ ନାହିଁ । ପୌରଣିକ ପ୍ରଥା ଅନୁସାରେ ଯେପର୍ଯ୍ୟନ୍ତ ବସୁଧାମାତାଙ୍କର କ୍ଷୁଧା ମେଣ୍ଟିନାହିଁ ସେପର୍ଯ୍ୟନ୍ତ କୌଣସି ମହିଳାଏବଂ କୁମାରୀମାନେ ରନ୍ଧା ହୋଇଥିବା ଖାଦ୍ୟ ଭୂଲରେ ମଧ୍ୟ.ଗ୍ରହଣ କରିବା ଅନୁଚିତ୍ ହୋଇଥାଏ ।

3. ରଜ ମଧ୍ୟରେ ଲୁଣ ଖାଇବା ମଧ୍ୟ କୁମାରୀମାନଙ୍କ ପାଇଁ ସଂମ୍ପୂର୍ଣ୍ଣ ଭାବରେ ବର୍ଜିତ କରାଯାଇଅଛି ।

4. କୁଆଁରୀମାନେ ରଜ ମଧ୍ୟରେ ସଜେଇ ହୋଇ ନିଜର ଆଗାମୀ ବାହାଘର ପ୍ରସ୍ତୁତ କାମନା ମଧ୍ୟରେ ବହୁଧାମାତା ଉପରେ ଖାଲି ପାଦରେ ଚାଲିବା ଅନୁଚିତ୍ ହୋଇଥାଏ । ତେଣୁ ତିନି କୃଷିର ସମସ୍ତ କାର୍ଯ୍ୟ ଏବଂ ବସୁଧାମାତାଙ୍କୁ କ୍ଷତ କରିଲା ଭଳି କାର୍ଯ୍ୟ ସବୁ ବନ୍ଦ ରହିଥାଏ ।
5. କୁଆଁରୀମାନଙ୍କୁ ରଜର ପ୍ରଥମ ଦିନ ନିଜର ଶରୀରରେ ହଳଦୀ ଲଗାଇ ଗାଧୋଇବା ଦ୍ବାରା କୁଆଁରୀମାନଙ୍କର ରଖିଥିବା ସମସ୍ତ ମନଃସ୍କାମନା ପୂରଣ ହୋଇଥାଏ ।