Pregnancy test – ଆପଣ ଗର୍ଭବତୀ ଅଛନ୍ତି ବୋଲି ଜାଣିବେ କିପରି ଜାଣନ୍ତୁ ପ୍ରେଗନେଟସି ପରୀକ୍ଷା ର ସଠିକ ଉପାୟ

“ମାଆ” ମାଆ ର ତୁଳନା ନାହିଁ ,ସେ ଅତୁଳନୀୟ । ମାଁ ଶବ୍ଦରେ ଭରି ରହିଥାଏ ଦୁନିଆର ସବୁ ସୁଖ । ଆଉ ସେଥିପାଇଁ ତ କୁହାଯାଏ ମାଁ ହେଉଛି ମମତାମୟୀ, ସ୍ନେହମୟୀ, କରୁଣାମୟୀ , ମାଆର ପଣତ ତଳେ ଭରି ରହିଥାଏ ସବୁ ଦୁଃଖକଷ୍ଟକୁ ଭୁଲି ଯିବାର ଔଷଧ । ପିଲାଟି ଯେତେବେଳେ ତା ମାଆକୁ ମାଆ ବୋଲି ଡାକିଦିଏ ସେତେବେଳେ ମାଆର ସବୁ ଦୁଃଖକଷ୍ଟ କ୍ଷଣକରେ ଦୂର ହୋଇଯାଏ ।

ମା ତାକୁ କୁହାଯାଏ ଯିଏ ସବୁ ଦୁଖଃକଷ୍ଟ ସହି 9 ମାସ ନିଜ ଗର୍ଭରେ ଧାରଣ କରି ଆମକୁ ଦୁନିଆଁ ଦେଖାଇଥାଏ ଏବଂ ସାରା ଜୀବନ ତା ହୃଦୟରେ ସାଇତି ରଖିଥାଏ। ତାର ପିଲା ଉପରେ କେବେବି କିଛି ସମସ୍ୟା ନ ଆସୁ ସେଥିପାଇଁ ସବୁବେଳେ ତାକୁ ପଣତ କାନିରେ ଘୋଡେଇ ରଖିଥାଏ। ଏହା ଗୋଟେ ନାରୀ ଜୀଵନର ପ୍ରକୃତ ମୂଲ୍ୟକୁ ସୁଚାଇଥାଏ ।

ଆପଣ ମାନେ ଜାଣିଥିବେ କି କୌଣସି ଜିନିଷ ପ୍ରଥମେ କଲେ ଆମ ସବୁବେଳେ ସଫଳ ହୋଇନଥାଉ ।କାରଣ ଆମେ ତା ବିଷୟରେ ସଠିକ ଭାବରେ ଜ୍ଞାନ ଆହରଣ କରି ନଥାଉ ।ଠିକ ସେହିପରି ଯେତେବେଳେ ଜଣେ ମହିଳା ପ୍ରଥମ ଥର କରି ଗର୍ଭବତୀ ହୋଇଥାଏ ସେତେବେଳେ ସେ ଅନେକ ଚିନ୍ତା ଏବଂ ଦ୍ୱନ୍ଦରେ ପଡିଥାଏ।

ସେ ନିଜର ଗର୍ଭ ଧାରଣକୁ ନେଇ ଏକ ସିଦ୍ଧାନ୍ତରେ ପହଁଞ୍ଚି ପାରେନାହିଁ। ତେଣୁ ସେ ପ୍ରଥମେ ନିକଟସ୍ଥ ଡାକ୍ତରଙ୍କ ସାକ୍ଷାତ କରେ ଏବଂ ପ୍ରେଗନେଟସି କୀଟ ଯାହାକି ବର୍ତ୍ତମାନ ଆପଣ ସବୁ ମେଡ଼ିସିନ ଷ୍ଟୋରରେ ପାଇପାରିବେ, ତାହାକୁ ଆଣି ଟେଷ୍ଟ କରିବାକୁ ପରାମର୍ଶ ଦେଇଥାନ୍ତି ଡାକ୍ତର ।

ଏହି କିଟଟିକୁ ଆଣିବା ପରେ ମହିଳାମାନେ ନିଜର ୟୁରିନ ସେଥିରେ ପକାଇ ଟେଷ୍ଟ କରିଥାନ୍ତି । ସେହି ପ୍ରେଗନେଟସି କିଟରେ ୟୁରିନ ପକେଇବା ମାତ୍ରେ ଏଥିରେ ଦୁଇଟି ଗାର ଆସିଥାଏ । ତା ମଧ୍ୟରୁ ଗୋଟିଏ ଗାଢ଼ ଲାଲ ହୋଇଥିବା ବେଳେ ଅନ୍ୟ ଟି ଫିକା ଲାଲ ବା ଗୋଲାପି ରଙ୍ଗର ହୋଇଥାଏ । କିନ୍ତୁ ଏଥିରେ ମଧ୍ୟ ଦ୍ୱନ୍ଦ ରହିଥାଏ ।

ଆପଣଙ୍କ ସୂଚନା ପାଇଁ କହି ରଖୁଛୁ କି ଯେତେବେଳେ ମହିଳାଙ୍କର ଶରୀର ରେ ଡିମ୍ବ ସୃଷ୍ଟି ହୋଇଥାଏ ସେତେବେଳେ ସେମାନଙ୍କ ଶରୀରରେ ଏସିଜି (SCG) ନାମକ ଏକ ହୋରମନ କ୍ଷରଣ ହୋଇଥାଏ ଏବଂ ତାହା କ୍ଷରଣ ହେବା ଦ୍ବାରା ଆମେ ଜାଣିପାରୁ କି ମହିଳା ଜଣଙ୍କ ଗର୍ଭବତୀ ଅଛନ୍ତି।

ତେବେ ଯଦି ମହିଳା ଜଣଙ୍କ ଗର୍ଭବତୀ ରହିଥାନ୍ତି ବା ତାଙ୍କ ଶରୀରରେ ଏସିଜି ହୋରମନର କ୍ଷରଣ ଆରମ୍ଭ ହୋଇଥାଏ ତେବେ ପ୍ରେଗନେଟସି କିଟରେ ଟେଷ୍ଟ କରିବା ବେଳେ ଯଦି ଦୁଇଟି ଗାର ଆସିଥାଏ ତଥା ଗୋଟିଏ ଲାଲ ଗାଢ଼ ରଙ୍ଗ ଏବଂ ଅନ୍ୟଟି ଫିକା ରଙ୍ଗର ଆସିଥାଏ ତେବେ ନିଶ୍ଚିତ ହୋଇଯାଅନ୍ତୁ କି ଆପଣଙ୍କର ରିପୋର୍ଟ

ପଜିଟିଭ ରହିଛି ଏବଂ ଆପଣ ଗର୍ଭବତୀ ଅଛନ୍ତି ତଥା ଆପଣଙ୍କର ଶରୀରରେ SCG ହୋରମନର କ୍ଷରଣ ହେଉଛି । କିନ୍ତୁ ଯଦି କିଟରେ ମାତ୍ର ଗୋଟିଏ ଲାଲ ରଙ୍ଗର ଗାର ରହିଛି ତେବେ ଆପଣଙ୍କ ରିପୋର୍ଟ ନେଗେଟିଭ ରହିଛି ଏବଂ ଆପଣ ଗର୍ଭବତୀ ନାହାନ୍ତି ।