ବଡ ଖବର ! ଦେଖନ୍ତୁ ଭିଡିଓ କେମିତି ବାବୁସାନଙ୍କ ପୁଅ ସହ ଖେଳୁଛନ୍ତି ଅପରାଜିତା ,,ollywood news-

ବର୍ତ୍ତମାନ ର ଦୁନିଆ ହେଉଛି ଇଣ୍ଟରନେଟ୍ ରେ ଦୁନିଆ, ଆଉ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ । ତେଣୁ ଏବେ କେଉଁଠି ବି କୌଣସି ବି ଘଟଣା ଘଟିଲେ ତାହା ସୋସିଆଲ ମିଡିଆରେ ଖୁବ୍ ଶିଘ୍ର ଭାଇରାଲ ହୋଇ ଯାଇଥାଏ । ମାତ୍ର ଏହି ଘଟଣା ଯଦି କୌଣସି ସେଲିବ୍ରେଟି ଙ୍କ ର ହୋଇଥାଏ ତେବେ ତାହା ନିଆଁ ଭଳି ଭାଇରାଲ ହୋଇଥାଏ । ଅଲିଉଡ୍ , ବଲିଉଡ୍, ତଥା ଟିଭି ସିରିଏଲ୍ ର ଅଭିନେତ୍ରୀ ଓ ଅଭିନେତା ମାନେ ସବୁବେଳେ ନିଜର କିଛି ନାଁ କିଛି କାର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇ ରହିଥାନ୍ତି । ତେବେ ସେମାନେ କେତେବେଳେ ନିଜର ଲଭ୍ ଲାଇଫ୍ ପାଇଁ ତ କେତେବେଳେ ନିଜର ନାଚ ଗୀତ ପାଇଂ ଚର୍ଚ୍ଚା ରେ ରହିଥାନ୍ତି ।

ପୁଣି କେତେବେଳେ ନିଜର ଚଳଚିତ୍ର ପାଇଂ ତ ପୁଣି କେତେବେଳେ ନିଜର ଲାଇଫ୍ ଷ୍ଟାଇଲ୍ ଓ ବ୍ୟକ୍ତିଗତ ଜୀବନ ପାଇଂ , ସବୁବେଳେ ସେମାନେ ସୋସିଆଲ ମିଡିଆରେ ଚର୍ଚ୍ଚିତ ହୋଇଥାନ୍ତି ।

କିନ୍ତୁ ଯଦି ଆମେ ଏହି ଅଭିନେତା ଅଭିନେତ୍ରୀ ମାନଙ୍କ ବିଷୟରେ କହିବା ତେବେ ଆପଣ ମାନେ ଜାଣିଥିବେ ଅଲିଉଡ ଇଣ୍ଡଷ୍ଟ୍ରି ର ସୁପରଷ୍ଟାର ବାବୁସାନ୍ ମହାନ୍ତି ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଏବଂ ଅଭିନେତା ଉତ୍ତମ ମହାନ୍ତି ଙ୍କର ସୁଯୋଗ୍ୟ ସୁପୁତ୍ର ଅଟନ୍ତି । ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣି ଥିବେ ଯେ ନିକଟରେ ବାବୁସାନ ମହାନ୍ତି ଏକ ପୁତ୍ର ସନ୍ତାନ ର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।


ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କୁ ତାଙ୍କ ପ୍ରଶଂସକମାନେ ଜେଜେ ହେଲେ ବୋଲି ଅଭିନନ୍ଦନ ଜଣାଇଥିବାବେଳେ ଅପରାଜିତା ପ୍ରିୟଦର୍ଶିନୀଙ୍କୁ ଜେଜେମା’ ବୋଲି ବହୁ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଥିଲେ । ତେବେ ବାବୁସାନ୍‌ଙ୍କ ପ୍ରଶଂସକମାନେ ଜୁନିଅର୍ ବାବୁସାନ୍‌ ବୋଲି ନବଜାତ ପୁତ୍ରକୁ ଆଶୀର୍ବାଦ କରିଥିଲେ । ଗତ 2014 ମସିହାରେ ବାନ୍ଧବୀ ତୃପ୍ତି ଶତପଥୀଙ୍କୁ ବାବୁସାନ ବିବାହ କରିଥିଲେ । ଆଉ ବିବାହର 7 ବର୍ଷ ପରେ ତାଙ୍କ ଘରକୁ ନୂଆ ଅତିଥି ଆସିଥିଲେ । ତେଣୁ ପରିବାର ଲୋକ ବହୁତ ଖୁସି ଥିବା ଜଣା ପଡିଛି ।

ତେବେ ପୁତ୍ର ସନ୍ତାନର ବାପା ହେବା ପରେ ବାବୁସାନ ତାଙ୍କ ପୁଅ ସହିତ ସୋସିଆଲ ମିଡିଆରେ ବେଶ୍ ଏକ୍ଟିଭ୍ ରହୁଥିବାର ନଜର ଆସିଛନ୍ତି । ଆଉ ବର୍ତ୍ତମାନ ସମୟରେ ପୁଣି ତାଙ୍କ ପୁରା ପରିବାର ତଥା ତାଙ୍କ ସ୍ତ୍ରୀ ତୃପ୍ତି ପୁଅ ସହିତ ଖେଳୁ ଥିବାର ଏକ ଭିଡିଓ ଭାଇରାଲ୍ ହେଉଛି । ଭିଡିଓରେ ତାଙ୍କର ସଂମ୍ପୂର୍ଣ୍ଣ ପରିବାର ଥିବା ବେଲେ ତାଙ୍କର ପ୍ରିୟ କୁକୁର ମଧ୍ୟ ରହିଛି ଏବଂ ସେ ମଧ୍ୟ ସେମାନଙ୍କ ସହିତ ବହୁତ ମଜା କରୁଥିବାର ନଜରରେ ଆସିଛି । ତେବେ ଏମିତି ଭାବରେ ପୁଅ ସହିତ ଘରେ ରହି ସମୟ ବିତାଉଛନ୍ତି ବାବୁସାନ ତଥା ତାଙ୍କର ପୂରା ପରିବାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।