ଗୁପ୍ତ ସମସ୍ୟା – କେଉଁ ସମୟରେ କରିବେ ହସ୍ତ ମୈଥୁନ, ଜାଣନ୍ତୁ ହସ୍ତ ମୈଥୁନ କେତେ ଲାଭଦାୟକ

ଆଜିକାଲି ଅଧିକାଂଶ ଯୁବକ ଯୁବତୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି ଶୁକ୍ର ବା ବିର୍ଯ୍ୟ ହୀନତା ଜନିତ ସମସ୍ୟା । ଆଉ ଯେଉଁ କାରଣ ପାଇଁ ସମାନେ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ପୁରୁଷ ମାନଙ୍କ ଶରୀରରେ ଧାତୁର ଅଭାବ ଅନେକ ପରିବର୍ତ୍ତନ ଆଣିଥାଏ ସେମାନଙ୍କ ଜୀବନଶୈଳି ରେ । ସେଥିପାଇଁ କୁହାଯାଏ ଧାତୁ ବିହୀନ ଶରୀର ନିରସ ଓ ନିସ୍ତେଜ୍ ଭଳି ଲାଗିଥାଏ, ଆଦୌ ଚମକ୍ ଦେଖିବାକୁ ମିଳିନଥାଏ ।

ଆଉ ସେଥିପାଇଁ ତ କୁହାଯାଏ ଯେ ଧାତୁ ହେଉଛି ମନୁଷ୍ୟ ଶରୀରର ରାଜା ସଦୃଶ । କିନ୍ତୁ ଆଜିର ସମାଜରେ ବିଭିନ୍ନ କାରଣରୁ ଶରୀରରୁ ଧାତୁ କ୍ଷୟ ହେବା ଏବଂ ଧାତୁ ପତଳା ହେବା ଆଦି ରୋଗ ଦେଖିବାକୁ ମିଳିଥାଏ ।

ଆଉ ଏହିସବୁ ରୋଗ କିଶୋର ଏବଂ ଯୁବାବସ୍ଥା ସମୟରେ ବହୁ ସମସ୍ୟାମାନ ସବୁ ସୃଷ୍ଟି କରିଥାଏ । ଏଥିପାଇଁ ମଧ୍ୟ ଅନେକଙ୍କ ପାଖରେ ଭିନ୍ନ ଭିନ୍ନ ରୋଗ ଦେଖାଯାଏ ଏବଂ ଅକଳ ବିୟୋଗ ହୋଇଯାଇ ଥାଏ ଏହି ଧାତୁ କ୍ଷୟ ଲାଗି । ସେମାନେ ଚିଡଚିଡା ପ୍ରକୃତିର ହୋଇଯାଇଥାନ୍ତି ଏବଂ କୌଣସି କାମରେ ମଧ୍ୟ ମନ ଲାଗିନଥାଏ ।

ତେବେ ଏହାର ମୁଖ୍ୟ କାରଣ ହେଉଛି ଅତ୍ୟଧିକ ମାତ୍ରାରେ ହସ୍ତମୈଥୁନ୍ । ଏଥିରେ ଅଧିକ ମାତ୍ରାରେ ଲିପ୍ତ ରହିଲେ ସବୁବେଳେ ଯୌନକ୍ରିୟା ଭଳି କାର୍ଯ୍ୟରେ ମନ ରହିଥାଏ ଏବଂ ଜୀବନରେ ଫୁର୍ତ୍ତି ଓ ଉତ୍ସାହ ଦେଖିବାକୁ ମିଳିନଥାଏ । ଏଥିପାଇଁ ସେମାନେ ଅନେକ ଅନୁତାପ ମଧ୍ୟ କରିଥାନ୍ତି ।

ଆଉ ସେମାନେ ଏହି ବିଷୟରେ କାହାକୁ କହି ନ ପାରିବା କାରଣରୁ ମଧ୍ୟ ଏହାର ସମାଧାନ କରିପାରି ନଥାନ୍ତି । ତେବେ ଚାଲନ୍ତୁ ଜାଣିବା ଏହା ଆମ ଶରୀର ଉପରେ୍ କଣ ପ୍ରଭାବ ପକାଇଥାଏ ଏବଂ ଏହାର ନିରାକରଣ କେମିତି କରିବେ ।

ଅତ୍ୟଧିକ ହସ୍ତ ମୈଥୁନରେ କଣ ସମସ୍ୟା ହୋଇଥାଏ –

ସ୍ମୃତି ହ୍ରାସ ହେବ , ଶରୀର କ୍ଷୁର୍ଣ୍ଣ ହେବ । ପାଠପଢାରେ ଆଦୌ ମନ ଲାଗିବ ନାହିଁ, ଚିଡଚିଡା ପଣ ଲାଗିବ, ଅଧିକ କ୍ଲାନ୍ତ ଅନୁଭବ ହେବ । ପରବର୍ତ୍ତି ବୈବାହିକ ଜୀବନରେ୍ ଯୌନ ସୁଖରୁ ବଞ୍ଚିତ ହେବେ । ଲିଙ୍ଗରେ ସିଥଳତା ଆସିବ , ଉତ୍ତେଜନା ହ୍ରାସ ପାଇବ । କୌଣସି କାମକୁ ସଠିକ୍ ଭାବରେ କରିବରେ ଆଗ୍ରହ ନ ଆସିବା, ସବୁବେଳେ ଉଦାସ ରହିବା ।

ନିରାକରଣ –

ଯଦି ଆପଣ ଅତ୍ୟଧିକ ହସ୍ତ ମୈଥୁନରେ ଲିପ୍ତ ଅଛନ୍ତି ତେବେ ଆଦୌ ଭୟ ନକରି ଡାକ୍ତରଙ୍କ ପରାମର୍ଶ କରନ୍ତୁ , ଆଯୁର୍ବେଦିକ ଚିକିତ୍ସା କରିଲେ ଅଧିକ ଭଲ ।ନିୟମିତ ବ୍ୟବଧାନରେ ନିଜକୁ ଫୁର୍ତ୍ତି ରଖିବା ପାଇଁ ହସ୍ତ ମୈଥୁନ ବା ସହବାସ କରନ୍ତୁ । ଭଲ ଡାକ୍ତରଙ୍କ ପରାମର୍ଶ ନେଇ ଉପଯୁକ୍ତ ପୋଷକଯୁକ୍ତ ଖାଦ୍ୟ ପେୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଭୟଭିତ ହୁଅନ୍ତୁ ନାହିଁ, କାରଣ କିଛିଦିନ ସ୍ବାସ୍ଥ୍ୟ ପ୍ରତି ସଜାଗ ରହିଲେ ଖାଦ୍ୟପେୟର ଉପଯୁକ୍ତ ଧ୍ୟାନ ଦେଲେ ପୁଣି ଥରେ ଧାତୁ ତିଆରି ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।