ପୁରଣ ହେଲା ଅକ୍ସପୋର୍ଡ ସ୍ବପ୍ନ -ସୋସିଆଲ ମିଡିଆରେ କମାଲ 3 ଘଣ୍ଟାରେ ମିଳିଲା 37 ଲକ୍ଷ ଟଙ୍କା ….ପୁରା ଘଟଣା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ…

ଆଜାକାଲି ର ଲୋକମାନେ ସୋସିଆଲ ମିଡିଆ ସହିତ ଜଡିତ ହୋଇ ରହିଛନ୍ତି । ଅଧିକାଂଶ ଯୁବପିଢୀ ମାନେ ଦିନ ରାତି ସୋସିଆଲ୍ ମିଡିଆକୁ ବହୁତ ମାତ୍ରାରେ ବ୍ୟବହାର କରୁଛନ୍ତି । ସୋସିଆଲ୍ ମିଡିଆରେ ପ୍ରସିଦ୍ଧ ହେବା ପାଇଁ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଯୁବପିଢୀମାନେ ବିଭିନ୍ନ ପ୍ରକାରର ଭିଡିଓ , ଗୀତ ଫୋଟ ଆଦିକୁ ପେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ୍ ଆଦିରେ ପୋଷ୍ଟ କରିଥାନ୍ତି । ଯାହା ଦ୍ୱାରା ଲୋକମାନେ ବିଭିନ୍ନ ସ୍ଥାନର ଘଟଣାବଳୀ ବିଷୟରେ ଜାଣିବାକୁ ପାଇଥାଏ । ଏମିତି ବି କିଛି କିଛି ଲୋକ ଏହି ସୋସିଆଲ ମିଡିଆରେ ଅଶ୍ଳୀଳ ଫୋଟ କିମ୍ବା ଭିଡିଓ ଇତ୍ୟାଦି କୁ ପୋଷ୍ଟ କରି ମଧ୍ୟ ବିବାଦ ଘେରରେ ରହିଥାନ୍ତି ।

ଅଧିକାଂଶ ଯୁବକ ଫେସବୁକ୍ କିମ୍ବା ଟ୍ୱିଟର ଆଦିର ଖରାପ ବ୍ୟବହାର କରୁଛନ୍ତି । କିନ୍ତୁ ଆଉ କିଛି ଲୋକ ଏଗୁଡିକର ଭଲ ବ୍ୟବାହର କରି ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରୁଛନ୍ତି । ତେବେ ସେହିଭଳି ଏକ ଚିତ୍ର ସାମ୍ନାକୁ ଆସିଛି , ଜଣେ ଯୁବକ ଏହି ଫେସବୁକ୍ ର ବ୍ୟବାହର କରି 37 ଲକ୍ଷ ଟଙ୍କା ଉପାର୍ଜନ କରିଛନ୍ତି । ଯାହା ଏବେ ସୋସିଆଲ୍ ମିଡିଆରେ ବହୁ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।

ତେବେ ଫେସବୁକ୍ , ଟ୍ୱିଟର , ଭଳି ସୋସିଆଲ୍ ମିଡିଆ ଆଦିର ହଜାରେ ଖରାପ ଗୁଣ ଥାଇପାରେ କିନ୍ତୁ ଏଗୁଡିକର ଅନେକ ଭଲ ଗୁଣ ମଧ୍ୟ ରହିଛି ।ଏହାର ପ୍ରମାଣ ହେଉଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ନିକଟ ତେନ୍ତୁଳିପଦର ଗାଁ ର ଯୁବକ ସୁମିତ ତୁରୁ ।ଆର୍ଥିକ ସମସ୍ୟା ଭିତରେ ଥିବା ସୁମିତ ନିଜର ଉଚ୍ଚ ଶିକ୍ଷା ସ୍ୱପ୍ନକୁ ସାକାର କରିବାକୁ ସୋସିଆଲ୍ ମିଡିଆ ମାଧ୍ୟମରେ ମାତ୍ର ତିନି ଘଣ୍ଟାରେ 37 ଲକ୍ଷ ଟଙ୍କା ଜୋଗାଡ କରିବାରେ ସଫଳ ହୋଇଛନ୍ତି ।

କଥାରେ ଅଛି , ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ ବା ଜେଏନୟୁ ରେ ପାଠ ପଢିଥିବା ସୁମିତ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ସାଉଥି ଏସିଆନ୍ ସ୍ଟଡିଜ୍ ରେ ପାଠ ପଢିବାକୁ 45 ଲକ୍ଷରୁ ଅଧିକ ଟଙ୍କା ଦରକାର ବୋଲି କହୁଥିଲେ ।

ସୁମିତ ଙ୍କର ବାପା ଜଣେ ସାଧାରଣ ଶିକ୍ଷକ ଓ ମାଆ ହେଉଛନ୍ତି ଜଣେ ସ୍ୱାସ୍ଥ୍ୟ କର୍ମୀ । ତେଣୁ ଜଣେ ସାଧାରଣ ଶିକ୍ଷକଙ୍କ ଘରୁ ଏତେ ଟଙ୍କା ଆସିବ ବା କେଉଁଠୁ ।ଏଥିପାଇଁ ସୁମିତ ସବୁଆଡୁ ଚେଷ୍ଟା କଲେ , କିନ୍ତୁ କିଛି ଫଳ ମିଳିଲା ନାହିଁ ।ଛାତ୍ର ବୃତ୍ତି ମଧ୍ୟ ମିଳିଲା ନାହିଁ ।ଶେଷରେ ସେ ନିରାଶ ହୋଇ ସୋସିଆଲ୍ ମିଡିଆର ସାହାଯ୍ୟ ନେଲେ ।ଆଉ ଆଶ୍ଚର୍ଯ୍ୟ ର କଥା ହେଲା ସୁମିତଙ୍କ ପାଇଁ ସାରା ବିଶ୍ୱ ରୁ ଲମ୍ବି ଆସିଲା ସହାୟତାର ହାତ ।ମାତ୍ର ତିନି ଘଣ୍ଟା ମଧ୍ୟରେ ସୁମିତଙ୍କ ପାଇଁ ଜୋଗାଡ ହୋଇଗଲା 37 ଲକ୍ଷ ଟଙ୍କା ।

ସୁମିତଙ୍କ ଅକ୍ସଫୋର୍ଡ ସ୍ୱପ୍ନ ପୂରଣ ହେବାକୁ ଯାଉଥିବାର ତାଙ୍କ ବାପା ଓ ମାଆ ବହୁତ ଖୁସି ଅଛନ୍ତି ।ସୁମିତ ପିଲାବେଳରୁ ଜଣେ ମେଧାବୀ ଛାତ୍ର ଓ ମଧ୍ୟ ଜଣେ ରାପ୍ ଗାୟକ।ତା ସହିତ ଜେଏନିୟୁରେ ସୁମିତ ଜଣେ ଛାତ୍ର ଆନ୍ଦୋଳନକାରୀ ଭାବେ ଜଣାଶୁଣା ।ଏହା ସହ ସେ ପ୍ୟାରିସ୍ ର ପ୍ରେଞ୍ଚ ରେଡିଓ ଲାଇଭ୍ ର ଉପସ୍ଥାପକ ।ଭାବେ କାମ କରୁଛନ୍ତି ।ଫ୍ରାନ୍ସ ର ବିଭିନ୍ନ ରଙ୍ଗ ମଞ୍ଚରେ ମଧ୍ୟ ଅଭିନୟ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।