ଦେଖନ୍ତୁ LIVE ଭିଡିଓ ! ସମସ୍ତଙ୍କ ସାମ୍ନାରେ କାର ଭିତରୁ କିଡନାପ୍ ,ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି….

ଆଜି କାଲି ର ଏହି କଳୁଷିତ ସମାଜ ରେ ଏହି ପରି କିଛି ଘଟଣା ବିଷୟରେ ଆମେ ଜାଣୁଛୁ ଯାହା କହିବା ମଧ୍ୟ ଲଜ୍ୟାକର | ଆପଣ ଟିଭି ଏବଂ ମୋବଇଲ ମାଧ୍ୟମ ରେ ବହୁତ ଘଟଣା ବିଷୟରେ ଅବଗତ ହେଉ ଥିବେ ଯାହାକୁ ଆପଣ ବିଶ୍ୱାସ ମଧ୍ୟ କରି ପାରନ୍ତି ନାହିଁ କିନ୍ତୁ ଏହା ବିଶ୍ୱାସ ନ କରି ହେଲେ ମଧ୍ୟ ଘଟଣା ଟି ସତ୍ୟ ହୋଇ ଥାଏ | ଆଜି କାଲି ର ସମାଜ ରେ କିଏ ଚୋରି କରୁଛି ତ ପୁଣି କିଏ ଝିଅ ଏବଂ ବୋହୂ ମାନଙ୍କୁ ନିର୍ଯାତନା ଦେଉଛି ଏବଂ ଏମିତି ବି ଲୋକ ଅଛନ୍ତି ନିଜ ସ୍ୱାର୍ଥ ପାଇଁ ଲୋକ ମାନଙ୍କୁ ଜୀବନ ରୁ ମାରି ଦିଅନ୍ତି ନହେଲେ ଜୋର ଜବରଦସ୍ତ ଅପହରଣ କରି ନେଇ ଯାଆନ୍ତି |

ଏହି ଭଳି ଏକ ଦୃଶ୍ୟ ଆଖି ସାମ୍ନା କୁ ଆସିଛି, ଗୋଟେ ଯୁବକ କୁ ଜୋର ଜବରଦସ୍ତ ଗୋଟେ ଗାଡ଼ି ରେ ବସାଇ ଅପହରଣ କରି ନେଇ ଯିବାର ଦୃଶ୍ୟ କେହି ଜଣେ ମୋବାଇଲ ରେ କଏଦ କରିଛି, ତେବେ ଆସନ୍ତୁ ଜାଣିବା ଘଟଣା ଟି ସମ୍ପର୍କ ରେ |

ତେବେ ସେହି ସ୍ଥାନୀୟ ଲୋକ ମାନଙ୍କ ସୂଚନା ଅନୁଯାଇ, କିଛି ଲୋକ ଆସି ଏକ ଯୁବକ କୁ ସେହି ଠାରୁ ଅପହରଣ କରିଛନ୍ତି | ଏହି ଘଟଣା ଟି ଘଟିଛି ଭୁବନେଶ୍ୱର ଜିଲ୍ଲା ର ଏକ ଛକ ରେ ଏବଂ ସନ୍ଧ୍ୟା ୫ ଟା ଟାଇମ ରେ | କେହି ଜଣେ ଏହି ସବୁ ଘଟଣା କୁ ନିଜ ମୋବଇଲ ରେ କଏଦ କରି ଥିଲା | ଏହି ଭିଡ଼ିଓ ରେ ଦେଖିବାକୁ ମିଳୁଛି ଯେ କିଛି ଲୋକ ମିଶି ଏକ ଯୁବକ କୁ ଜୋର ଜବରଦସ୍ତ ଗୋଟେ କାର ରେ ବସାଇ କୁଆଡ଼େ ନେଇ ଚାଲି ଗଲେ |

ସେହି ଯୁବକ ଟି ବୋଉ ବୋଉ କହି ଚିତ୍କାର ମଧ୍ୟ କରି ଥିଲେ ଏବଂ ପାଖା ପାଖି ଲୋକ ମଧ୍ୟ ଅଟକାଇବାକୁ ଚେଷ୍ଟା କରି ଥିଲେ | କିନ୍ତୁ ସେମାନେ ଧମକାଇ ଥିବାରୁ ଲୋକ ମାନେ ଡ଼ରିକି କିଛି ମଧ୍ୟ କରି ପରି ନଥିଲେ | ଏହା ପରେ ତୁରନ୍ତ ସେମାନେ ପୋଲିସ କୁ ଡକାଇ ଥିଲେ ଏବଂ ପୋଲିସ ମଧ୍ୟ ଆସି ସେହି ସ୍ଥାନ ରେ ପହଞ୍ଚି ଥିଲେ | ସ୍ଥାନୀୟ ଲୋକ ଙ୍କ ସୂଚନା ଅନୁଯାଇ, ଦୁଇ ଜଣ ଯୁବକ ସେହି ପିଲା କୁ ବାଇକ ରେ ବସାଇକି ଆଣି ଥିଲେ ଏବଂ ସେହି ଠାରେ ତାକୁ ଜୋର ଜବରଦସ୍ତ କାର ରେ ମାରା ପିଟା ମଧ୍ୟ କରେଇକି ବସେଇ ଥିଲେ |

ଲୋକ ମାନେ ଅଟକାଇବାକୁ ଚେଷ୍ଟା କରିବାରୁ ସେମାନେ ଧମକାଇ ମଧ୍ୟ ଥିଲେ ଏବଂ କିଛି ନ ମାନି ସେଠାରୁ ଚାଲି ଯାଇ ଥିଲେ | ତେବେ ଏହି ଘଟଣା ଟି କାହିଁକି ଘଟିଛି ଏବଂ କଣ ପାଇଁ ତାହା ଏବେ ମଧ୍ୟ ଜଣା ପଡ଼ି ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।