ଅନୁଭବ ଙ୍କ ପରେ ସାମ୍ନାକୁ ଆସିଲା ତାଙ୍କ ବାପା ଅଭୟ କୁମାର ମହାନ୍ତି ଙ୍କ ଅସଲି କଳାକାରନାମା …ପୁରା ଘଟଣା ପଢିଲେ ଆପଣ ମଧ୍ୟ କହିବେ ଛିଃ ଛିଃ ……

ଓଲିଉଡ୍ ସିନେମାର ପ୍ରସିଦ୍ଧ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଙ୍କ ପିତା ଅବସର ପ୍ରାପ୍ତ ଅଧ୍ୟାପକ ଅଭୟ କୁମାର ମହାନ୍ତି ଙ୍କ ପାଇଁ ବଢିଲା ଅଡୁଆ । ଜାଲ ସାର୍ଟିଫିକେଟ୍ ଦେଇ ସିନିୟର ଅଧ୍ୟାପକ ରୁ ରିଡର ପଦବୀ ପାହ୍ୟା ପଦୋନ୍ନତି କୁ ନେଇ ଉଚ୍ଚ ଗଣ ଶିକ୍ଷା ବିଭାଗର କଡା ଭତ୍ସର୍ନ୍ନା କରିଛନ୍ତି । ଦାବୀ କରିଥିବା ସମସ୍ତ ପେନସନ୍ ସୁବିଧା କୁ ଖାରଜ କରିଦେଇଛନ୍ତି ଉଚ୍ଚ ଗଣଶିକ୍ଷା ବିଭାଗ ।ଉଚ୍ଚ ଗଣଶିକ୍ଷା ବିବାଗ ର ନିର୍ଦ୍ଦେଶାନାମ ଅନୁସାରେ 2011ଏପେରିଲ୍ 7 ତାରିଖରେ ହାଇକୋର୍ଟ ଙ୍କ ଦ୍ୱାରା ଦିଆଯାଇତିବା ରାୟ କୁ ଆଧାର କରି ଅଭୟ ମହାନ୍ତି ଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଉଚ୍ଚଶିକ୍ଷା ବିଭାଗ ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା , ଅଭୟ ନିଜେ ରିଡର ପାହ୍ୟା ର ପେନସନ୍ ସୁବିଧା ପାଇଁ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହାର ଶୁଣାଣି କରି ଆବେଦନକାରୀ ଜାଲ ସାର୍ଟିଫିକେଟ୍ ଦେବାର ଲାଗୁଛି ।ଏବଂ ଏହାର ଯାଞ୍ଚ କରାଯିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ଗଣଶିକ୍ଷା ବିଭାଗ ।

ତେବେ ଯାଞ୍ଚ ପ୍ରକ୍ରିୟା ସରିବା ପରେ ସମସ୍ତ ଆବଶ୍ୟକୀୟ ପ୍ରାପ୍ୟ ପାଇ ପାରିବେ ବୋଲି ଙାଇକୋର୍ଟ ରାୟ ଦେଇଥିଲେ । ହାଇକୋର୍ଟ ଙ୍କ ରାୟ ପରେ ଉଚ୍ଚ ଶିକ୍ଷା ବିଭାଗ ଏହାର ଯାଞ୍ଚ କରିଥିଲା । ଅଭୟ କୁମାର ମହାନ୍ତି କନ୍ଧପୁର କଲେଜ ରେ ସିନିୟର ଅଧ୍ୟାପକ ଭାବେ କାର୍ଯ୍ୟ କରୁଛିଲେ ଯ ତାଙ୍କୁ 1997 ମସିହାରୁ ରିଡର ଭାବେ ପଦନନ୍ନୋତି ଦିଆଯାଇଥିଲା ।

2008 ମେ 3 ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୋଟିଫିକେସନ୍ ଜାରି ହୋଇଥିଲା । ତେବେ ରିଡର ପାହ୍ୟା କୁ ପଦନନ୍ନୋତି ପାଇଁ ଅତି କମ୍ ରେ ଦୁଇଟି 4 ସପ୍ତାହର ରିଫ୍ରେସର କୋର୍ଟସ୍ ପ୍ରସିକ୍ଷଣ ନେବା ଜରୁରୀ ଥିଲା । ସେହି ସମୟରେ ଅଭୟ ମହାନ୍ତି ଙ୍କୁ ଏହି କୋର୍ଟ୍ ସାର୍ଟିଫିକେଟ୍ ଦାଖଲ କରିଥିଲେ , ଯାହା ଆଧରରେ ତାଙ୍କୁ ପଦନ୍ନୋତି କରାଯାଇଥିଲା ।

ତେବେ ସୂଚନା ଅନୁସାରେ ରିଡର ପଦବୀ କୁ ପଦନ୍ନୋତି ପାଇଁ ଅଭୟ ଦାଖଲ କରିଥିବା ଦୁଇଟି ରିଫ୍ରେସର କୋର୍ଟସ୍ ସାର୍ଟିଫିକେଟ୍ ଜାଲ ଥିବା ଅଭିଯୋଗ ଆସିଥିଲା । ଅଭିଯୋଗ କୁ ଆଧାର କରି 2009 ମସିହା ମାର୍ଚ୍ଚ 27 ତାରିଖରେ ବିଭାଗ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ବିଭାଗର ଉପନିର୍ଦ୍ଦେଶକ ଏହାର ତଦନ୍ତ କରି 2009 ଅଗଷ୍ଟ 29 ତାରିଖରେ ସରକାରଙ୍କୁ ରିପୋର୍ଟ ଦେଇଥିଲେ ଯେ, ଅଭୟ ଦେଇଥିବା ରିଫଅରେସର ସାର୍ଟିଫିକେଟ୍ ଜାଲ ଓ ପ୍ରାୟଜିତ ହେଲା ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା 1993 ମସିହା ଡିସେମ୍ବର 1 ରୁ 28 ତାରିଖ ପର୍ଯ୍ୟନ୍ତ କୌଣସି ରିଫ୍ରେସର ସାର୍ଟିଫିକେଟ୍ ଅଭୟ ମହାନ୍ତି ଙ୍କୁ ଦିଆଯାଇ ନାହିଁ ।ଏହାକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ ତାଙ୍କର ପଦନ୍ନୋତି ଜନିତ ସମସ୍ତ ବକେୟା ସ୍ଥଗିତ ରଖିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।