ଆସନ୍ତା ଗୁରୁବାର ପବିତ୍ର ସାବିତ୍ରୀ ବ୍ରତ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି 5ଟି ଭୁଲ….ନଚେତ୍ ହୋଇପାରେ ବଡ ଅଘଟଣ…

ଓଡିଆ ଘରର ସଧବା ନାରୀ ମାନଙ୍କର ଏକ ବିଶିଷ୍ଟ ପର୍ବ ହେଉଛି ସାବିତ୍ରୀ ବ୍ରତ ବା ସାବିତ୍ରୀ ଓଷା । ତେବେ ଆସନ୍ତା ଜୁନ୍ ମାସ 10 ତାରିଖରେ ଓଡିଶାରେ ଏହି ପର୍ବ ପାଳ ହେବାକୁ ଯାଉଅଛି । ଏହି ବ୍ରତରେ ଓଡିଆ ଘରର ସଧବା ନାରୀମାନେ ସେମାନଙ୍କର ସ୍ବାମୀଙ୍କର ଶୁଭ ମନାଷି ଏବଂ ଦୀର୍ଘ ଆୟୁଷର କାମନା କରି ବ୍ରତ ରଖିଥାନ୍ତି । ସବୁ ନାରୀଙ୍କର ଇଚ୍ଛା ଥାଏ କି ସାବିତ୍ରୀଙ୍କ ପରି ସଦାସର୍ବଦା ସଧବା ହୋଇ ରହିବା ପାଇଁ, ଏଥିପାଇଁ ଏହି ବ୍ରତକୁ ଖୁବ୍ ନିଷ୍ଠାର ସହିତ ପାଳନ କରିଥାନ୍ତି ।

କିନ୍ତୁ ଆପଣ ମାନେ ଏହା ଜାଣନ୍ତି କି ଏହି ବ୍ରତର ପୂଜା ବେଳେ ନାରୀମାନେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ହୋଇଥାଏ । କେଉଁ ସବୁ କଥାମାନ ପାଳନ କରିଲେ ସ୍ବାମୀର ଆୟୁଷ ବୃଦ୍ଧି ହୋଇଥାଏ ଏବଂ କେଉଁ ସବୁ କଥାକୁ ଅଣଦେଖା କରିଲେ ସ୍ବାମୀର ଆୟୁଷ ହାନୀ ହୋଇଥାଏ ବା ସ୍ବାମୀଙ୍କର ଖୁବ୍ ଶିଘ୍ର ମୃତ୍ୟୁ ହୋଇଥାଏ । ତେବେ ଆସନ୍ତୁ ଜାଣିନେବା ସେହି ସବୁ ନିୟମମାନ କଣ ହୋଇଥାଏ ଏବଂ ଏହାର ମହାତ୍ମ୍ୟ କଣ ହୋଇଥାଏ ।

ଜ୍ୟୋଷ୍ଠମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି ଦିନ ଏହି ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ । ଏହା ସଧବା ନାରୀମାନଙ୍କର ଏକ ମହତ୍ବପୂର୍ଣ୍ଣ ବ୍ରତ ଅଟେ, ଏହି ଦିନ ସତ୍ୟବାନ, ସାବିତ୍ରୀ ଏବଂ ଯମରାଜାଙ୍କର ପୂଜା କରାଯାଇଥାଏ । ପୌରାଣିକ କଥା ଅନୁଯାୟୀ ସାବିତ୍ରୀ ଏହି ବ୍ରତ ପାଳନ କରି ନିଜର ମୃତ ସ୍ବାମୀଙ୍କୁ ଯମରାଜାଙ୍କ ଠାରୁ ଫେରାଇ ଆଣିଥିଲେ । ତେଣୁ ସେହି ଦିନ ଠାରୁ ପାଳନ ହୋଇ ଆସୁଛି ଏହି ବ୍ରତ । ଏଥିପାଇଁ ହିନ୍ଦୁ ଧର୍ମର ସମସ୍ତ ନାରୀମାନେ ନିଜର ସ୍ବାମୀଙ୍କର ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାନ୍ତି । ତେବେ ଏହି ସାବିତ୍ରୀ ବ୍ରତ ଦିନ ଏହି ସବୁ ଭୁଲ କରନ୍ତୁ ନାହିଁ –

1.କଳା ରଙ୍ଗର ଶାଢି ପିନ୍ଧିବା ଉଚିତ୍ ହୋଇନଥାଏ , ନଚେତ୍ ଏହି ଅଶୁଭତା କାରଣରୁ ସ୍ବାମୀଙ୍କର ଆୟୁଷ କ୍ଷିଣ ହୋଇଥାଏ ।

2. ଦ୍ବିତୀୟ ଭୁଲଟି ହେଉଛି ଏହି ଅମାବାସ୍ୟା ଦିନ ଏପରିକି କୌଣସି ବି ରାତିରେ ବାହାରେ ଲୁଗାପଟା ଶୁଖାନ୍ତୁ ନାହିଁ । କାରଣ ଏହି ଦିନ ଅମାବାସ୍ୟା ହେତୁ କାଳରାତ୍ରୀ ବୋଲି କହିଥାନ୍ତି । ଏଣୁ ଆପଣଙ୍କର କିମ୍ବା ଆପମଙ୍କର ସ୍ବାମୀଙ୍କର ଲୁଗାପଟା କେବେ ବି ଏହି ରାତିର୍ ବାହାରେ ଶୁଖାନ୍ତୁ ନାହିଁ ।

3. ଏହି ସାବିତ୍ରୀ ବ୍ରତ ଦିନ ଏପରି କିମ୍ବା କୌଣସି ବି ଉଷା ବ୍ରତ ଦିନ ସ୍ବାମୀ ସ୍ତ୍ରୀ କେବେ ବି ଶାରିରୀକ ସମ୍ବନ୍ଧ ରଖନ୍ତୁ ନାହିଁ । ଏହାଦ୍ବାରା ସ୍ବାମୀଙ୍କର ଆୟୁଷ କ୍ଷୀଣ ହୋଇଥାଏ ।

4. ସାବିତ୍ରୀ ବ୍ରତ ଦିନ କୌଣସି ଜିନିଷ କାଟିବେ ନାହିଁ କିମ୍ବା ସ୍ବାମୀଙ୍କୁ ମଧ୍ୟ କୌଣସି ଜିନିଷ ହାଣିବାକୁ ବା କାଟିବାକୁ ଦେବେ ନାହିଁ । ଯେପରିକି କୌଣସି ଗଛକୁ କାଟିବା ବା ହାଣିବା । ଧ୍ୟାନ ଦେବେ କି ଏହିପରି କାର୍ଯ୍ୟ ଏହି ଦିନ କେବେ ବି କରିବେ ନାହିଁ ।

5. ଏହି ସାବିତ୍ରୀ ବ୍ରତ ଦିନ ରନ୍ଧା ଖାଦ୍ୟ କେବେ ବି ଖାଇବେ ନାହିଁ । କାରଣ ଏହି ସାବିତ୍ରୀ ବ୍ରତ କାଷ୍ଠାର ସହକାରେ ବା ଉପବାସ ରହିକି ହିଁ ପାଳନ କରାଯାଇଥାଏ । କାରଣ ସ୍ବାମୀ ମାନଙ୍କର ମଙ୍ଗଳ ପାଇଂ ଆୟୁଷ ବୃଦ୍ଧି ପାଇଁ ଏହିପରି କରିବା ଉଚିତ୍ ହୋଇଥାଏ । ଆପଣମାନେ ଯେଉଁ ଭୋଗ ଲଗେଇବେ ସେଥିରୁ ଖାଇପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।