Jyotish Shastra- ଆଜି ଗୁରୁବାର ଜପ କରନ୍ତୁ ଏହି ଅନ୍ନପୂର୍ଣ୍ଣ ମନ୍ତ୍ର ! ଯେତେ ଖାଇଲେ ବି ସରିବ ନାହିଁ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ବର୍ଷିବ ପରିବାର ଉପରେ…..

ପ୍ରତ୍ୟେକ ଥର ଭଳି ପୁଣିଥରେ ମାଳିକା ବିଶାରଦ୍ ବାବା ସାରଦା ପ୍ରସାଦ ଙ୍କ ର ମାଳିକାର ବର୍ଣ୍ଣନାକୁ ଆମେ ଉପସ୍ଥାପନ କରିବାକୁ ଯାଉଛୁ ଆପଣଙ୍କ ସମ୍ମୁଖରେ ୟାହା ଛଅ ଶହ ବର୍ଷ ତଳର ମାଳିକା ବିଚାର ଅଟେ । ଯାହା ଜାଣିଲେ , ଶୁଣିଲେ ଆପଣ ଅନେକ ଶାନ୍ତି ପାଇଥାନ୍ତି । ଆଗତ ଭବିଷ୍ୟତକୁ ନେଇ ଯେଉଁ ମାଳିକା ର ବିଚାର ରହିଛି ତାହା କିଭଳି ଭାବରେ ମାନବ ସମାଜ ପାଇଁ ଉପାଦେୟ ତାହା ଆମକୁ ମାଳିକା ପଠନରୁ ସ୍ପଷ୍ଟ ଭାବରେ ଅନୁମେୟ ହୋଇଥାଏ ।

ଆଜି ସେହିଭଳି ଗୋଟିଏ ମନ୍ତ୍ର ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ଯାହା ଆଚାର୍ଯ୍ୟ ବାବ ସାରଦା ପ୍ରସାଦ କହିଛନ୍ତି । ଅର୍ଣ୍ଣପୂର୍ଣ୍ଣାମନ୍ତ୍ର ଏବଂ ଅପର୍ଣ୍ଣା ମନ୍ତ୍ର ବିଷୟରେ ଆଜି ଆମେ ଜାଣିବା । ତେବେ ଅର୍ଣ୍ଣପୂର୍ଣ୍ଣା ମାଁ ଲକ୍ଷ୍ମୀଙ୍କୁ କୁହାଯାଏ ଏବଂ ଅପର୍ଣ୍ଣା ମାଁ ଭଗବତୀପାର୍ବତୀଙ୍କୁ କୁହାଯାଏ । ଯାହାକୁ କଲମ କରିଛନ୍ତି ସନ୍ଥ କୃଷ୍ଣଦାସ ।

ଅପର୍ଣ୍ଣା ପାର୍ବତୀ ନାମ ଭଗବତୀ,ସ୍ବରସତୀ ବୀଣାପାଣୀ । କିନ୍ତୁ ଅର୍ଣ୍ଣପୂର୍ଣ୍ଣା ମନ୍ତ୍ରର ମହାତ୍ମ୍ୟ ହେଉଛି ଯଦି କୌଣସି ଗୃହର ଗୃହୀଣି ଅର୍ଣ୍ଣପୂର୍ଣ୍ଣା ମନ୍ତ୍ରରେ ସେ ସିଦ୍ଧି ଲାଭ କରିଥିବେ ତାହେଲେ ମନେକର ରୋଷେଇ ଶହେ ଲୋକମାନଙ୍କ ପାଇଂ କରାଯାଇଥିବ କିନ୍ତୁ ଯଦି ଦୁଇଶହ ଲୋକ ଖାଇବା ପାଇଂ ପହଞ୍ଚିବେ ତେହେଲେ ମଧ୍ୟ ଅର୍ଣ୍ଣ ସରିବନି ।

ଏହା ହେଉଛି ଅର୍ଣ୍ଣପୂର୍ଣ୍ଣା ମନ୍ତ୍ରର ମହାତ୍ମ୍ୟ । ଘରେ ମଧ୍ୟ ଧନଧାନ୍ୟର ଅଭାବ କେବେ ପରିଲକ୍ଷିତ ହେବ ନାହିଁ, ତେବେ ଏହି ମନ୍ତ୍ରକୁ ସିଦ୍ଧି କରିଥିଲେ ଆଦି ଶଙ୍କରାଚାର୍ଯ୍ୟ । ସେହିପରି ମହାପୁରୁଷ ଅଚ୍ୟୁତାନନ୍ଦ ଅର୍ଣ୍ଣପୂର୍ଣ୍ଣା ମନ୍ତ୍ର ସାଧନା ଉପରେ କଲମ କରିଛନ୍ତି ଏବଂ ମହୁଲ ମଲାଙ୍ଗ ଦ୍ବାରା ମନ୍ତ୍ରଟିକୁ ସିଦ୍ଧି କରିବା ପାଇଁ ଅଚ୍ୟୁତାନନ୍ଦ ମହାପୁରୁଷ କଲମ କରିଛନ୍ତି ।

 

ଓଁ ଶ୍ଳୀଂ ଭଗବତେ ମାହେଶ୍ବରୀ ଅର୍ଣ୍ଣପୂର୍ଣ୍ଣାୟଃ ସ୍ବହାଃ ।

ତେବେ ଏହାକୁ କେମିତି ସିଦ୍ଧି କରିବେ ନାଁ – ସିଦ୍ଧ କଲେ ଅର୍ଣ୍ଣ ଭୋଗ ବିଚାର , ନକଲେ ବ୍ୟର୍ଥ ଶରୀର ତାର । ଦୁଇ ପ୍ରକାର ଅଟଇ ସିଦ୍ଧି – ମହୁଲ ମଲଙ୍ଗ ଉପରେ ସାଧି , ରବିବାର ସେ ମଲାଙ୍ଗକୁ ଆଣି ଦୟଣା ତୁଳସୀ ମିଶ୍ରିତ କରିବ ପୁଣି । ଏଦୁଇଁ ଏକତ୍ର ହୋଇବ ୟେହୁଁ ନୂତନ ହାଣ୍ଡିରେ ରଖିବ ତହୁଁ । ହାଣ୍ଡିକୁ କେବେ ହେଁ ଧୋଇବ ନାହିଁ , ଯେୟେତେ ମାଗିବ ଦେଉଥିବ ହିଁ । ସଟକର୍ମ କେବେ କରିବ ନାହିଁ ସୁଚିତେ ସୁଚିତେ ହୃଦରେ ଥିବଟି ବହି ଏବଂ ଖଣ୍ଟି ଆଣିଣ କରଯୋଡି ହୋଇ । ଅନ୍ୟ ଏକ ସିଦ୍ଧି ଉପାୟ ହେଉଛି –

 

ସେହି ମଲାଙ୍ଗଟିକୁ ଧଳାକନା ଭିତରେ ଭକ୍ତିପୂତ ଭାବରେ ରଖିବ ଏବଂ ତାହାକୁ ଖାଦ୍ୟଭଣ୍ଡାର ଭିତରେ ପୋତିଦେବ । ଗୋଟିଏ ଦିନ ସେଠାରେ ଗୁଆଘିଅର ଦୀପ ଜାଣିବ,କେବେ କାହା ଆଗରେ ଏହି ବିଦ୍ଧି କହିବ ନାହିଁ । ଆଉ ଏହାଛଡା ଆପଣ ଯେତେବେଳେ ରୋଷେଇ ଆରମ୍ଭ କରିବେ ସେହି ସମୟରେ ଏହି ମନ୍ତ୍ରକୁ ଜପ କରି ରୋଷେଇ କରିବେ ଦେଖିବେ ସେହି ଖାଦ୍ୟ ଖାଇବା ଦ୍ବାରା ପରିବାରର ସମସ୍ତେ ଆନନ୍ଦିତ ହେବେ ଏବଂ ଖାଦ୍ୟରେ ଯାହା ଦୋଷ ଥିବ ତାହା ମଧ୍ୟ ଦୂର ହୋଇଯିବ ।