Hair…ମୁଣ୍ଡ ଧୋଇବା ପୂର୍ବରୁ ଲଗାନ୍ତୁ ଏହି ପାଣି ମାତ୍ର 3ଦିନରେ ଚୁଟି ଝଡିିବା ବନ୍ଦ ହେବା ସହିତ କଳା ଏବଂ ଘନ ମଧ୍ୟ ହେବ…..

ପ୍ରତେକ ପୁଅ ବା ଝିଅର ଚୁଟି ଝଡିବା ଆଜିକାଲି ଗୋଟେ ବହୁତ ବଡ କାରଣ ଭାବେ ସମସ୍ୟା ସୃଷ୍ଟି କରୁଛି । ଚୁଟି ଝଡିବାର ଅନେକ କାରଣ ରହିଛି । କିଛି ଲୋକଙ୍କ ପାଇଁ ଶ୍ୟାମ୍ପୋ ବା କଣ୍ଡିସନର ଚୁଟିରେ ବ୍ୟବହାର କରିବା କାହା ପାଇଁ ହିତକାରକ ହୋଇଥାଏ ତ ଆଉ କାହା ପାଇଁ ଅହିତକାରକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଚୁଟି ଝଡିବାର କାରଣ କଣ ରହିଛି ଓ ତାର ନିବାରଣ ବିଷୟରେ କହିବାକୁ ଯାଉଛୁ ।

ଆମେ ଯେଉଁ ଖାଦ୍ୟ ଖାଇଥାଉ ସେଥିପାଇଁ ମଧ୍ୟ ଚୁଟି ଝଡିଥାଏ । କିଛି ପରିବା ଖାଇବା ଦ୍ଵାରା ମଧ୍ୟ ଆମ ଚୁଟି ଝଡିଥାଏ । ଏହାର କାରଣ ହେଉଛି ଆମ ଶରୀରରେ ରକ୍ତ ଚଳାଚଳର ସମସ୍ୟା ହୋଇଥାଏ । ଆମ ମୁଣ୍ଡରେ ରକ୍ତ ଚଳାଚଳ ନ ହୋଇପାରିଲେ ଚୁଟି ଝଡିବାର ସମସ୍ୟା ଦେଖାଯାଏ । ଫଳରେ କିଛି ଲୋକଙ୍କର ସଂପୂର୍ଣ୍ଣ ଭାବେ ଚୁଟି ଝଡିଯାଏ

1- ଯଦି ଆମର ପେଟ ସମସ୍ଯା ରହିଥାଏ ତେବେ ଆମ ଚୁଟି ସମସ୍ୟା ଦେଖାଯାଏ । ଯଦି ପେଟ ଖରାପ ହୋଇଥାଏ ତେବେ ଆମ ଶରୀରରେ ଥିବା ରକ୍ତ ସବୁ ମଧ୍ୟ ଖରାପ ହୋଇଥାଏ । ସେଥି ପାଇଁ ଏହି ସମସ୍ୟା ଦେଖା ଯାଇଥାଏ ।

2- ଯଦି ଆପଣଙ୍କର ଥାଇରଡ ସମସ୍ୟା ଅଛି ତେବେ ପ୍ରଥମେ ଏହାର ଚିକିତ୍ସା କରିବା ଉଚିତ । ଯାହା ଫଳରେ ଆପଣଙ୍କ ଚୁଟି ସମସ୍ୟା ଦୂର ହୋଇଥାଏ । ଯଦି ଆପଣଙ୍କ ଶରୀରରେ ରକ୍ତର କମି ଥାଏ ତେବେ ଚୁଟି ଝଡିବା ସମସ୍ୟା ଦେଖାଯାଏ । ତେଣୁ ସବୁଜ ପରିବା ଖାଇବା ଉଚିତ । କୌଣସି ଶ୍ୟାମ୍ପୋ ବା କଣ୍ଡିସନର ଲଗାଇଲେ ମଧ୍ୟ ଚୁଟି ଝଡିଥାଏ । ଚୁଟିରେ ରୂପୀ ହୋଇଥିଲେ ମଧ୍ୟ ଏହି ସମସ୍ୟା ଦେଖାଯାଏ ।

 


3-ଯଦି ଆପଣଙ୍କର ରାତିରେ ଶୋଇବା କମ ହେଉଥାଏ ତେବେ ଏହି ସମସ୍ୟା ଦେଖାଯାଏ । ତେଣୁ ପ୍ରତେକ ଦିନ 7ରୁ 8 ଘଣ୍ଟା ଶୋଇବା ଉଚିତ । ଯଦି ଆପଣ ମାନସିକ ଚିନ୍ତାରେ ରହୁଥାନ୍ତି ତେବେ ମଧ୍ୟ ଏହି ସମସ୍ୟା ହୋଇଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ବାଦାମ, ଚିଆ ସିଡ ଯାହା ଆମକୁ ଭିଟାମିନ ଦେଇଥାଏ ।

4- ଏହାଛଡା ପାଳଙ୍ଗ ଶାଗ ଓ ସୋୟାବିନ ଖାଇବା ଉଚିତ ଯାହା ଆମ ଚୁଟିକୁ ପ୍ରୋଟିନ ଦେଇଥାଏ । ଏହାବ୍ୟତୀତ ଭିଟାମିନ-ଡି ପାଇଁ ସୂର୍ଯ୍ୟ କିରଣରେ 10ରୁ 15ମିନିଟ ଛିଡା ହେବା ଉଚିତ । ଏହି ସବୁ ଘରୋଇ ଚିକିତ୍ସା କରିବା ଫଳରେ ଚୁଟି ଝଡିବା ସମସ୍ୟା ଦୂର ହୁଏ ।

5. ଏଥି୍ପାଇଁ ଆପଣ ଗୋଟିଏ ବାଉଲରେ 2 ଚାମଚ ମେଥି ନେଇ ସେଥିରେ 1ଗ୍ଲାସ ପାଣି ମିଶାନ୍ତୁ ଏବଂ ଗୋଟିଏ ଦିନ ପାଇଁ ସେମିତି ରଖି ଦିଅନ୍ତୁ । ଏହାପରେ ସେହି ପାଣିରେ ଅଧା ଚାମଚ ଏଲୋବେରା ଜେଲ୍ ଏବଂ ଏକ ଚାମଚ ଜଡାତେଲ, ଏକ ଚାମଚ ନଡିଆତେଲ ମିଶାନ୍ତୁ । ଏହାକୁ ଆପଣ ଯେତେବେଳେ ଚୁଟି ଧୋଇବାକୁ ଯିବେ ତାହାର 1 ଘଣ୍ଟା ଆଗରୁ ଚୁଟିରେ ଲଗାଇବେ ଏବଂ 1 ଘଣ୍ଟା ପରେ ଚୁଟିକୁ ଧୋଇନେବେ । ଏହି ପାଣିକୁ ଆପଣ 2 ସପ୍ତାହ ପର୍ଯ୍ୟନ୍ତ ଫ୍ରିଜରେ ରଖି ପାରିବେ ।