ଦେଖନ୍ତୁ ଭିଡିଓ ! ମୁଁ ମନ୍ତ୍ରୀଙ୍କ ପୁଅ ମୋର କେହି କିଛି ଉପାଡି ପାରିବେନି ! ତମେ ଭିଡ଼ିଓ କର ମୁ ବି କରୁଛି, ମୁଁ ତୁମମାନଙ୍କ ଚାକିରୀ ଖାଇଯିବି…ଦୟାକରି ଏହି ଭିଡ଼ିଓ କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ..

ଆପଣ ମାନେ ନୀତି ଦିନ କିଛି ନା କିଛି ଘଟଣା ବିଷୟରେ ଜାଣୁ ଥିବେ | ଟିଭି ଏବଂ ମୋବଇଲ ମାଧ୍ୟମ ରେ ବହୁ ଘଟଣା ସମ୍ପର୍କ ରେ ଆମେ ଅବଗତ ହୋଇ ପାରୁ | ଆଜି କାଲି ର ସାମଜ ରେ କିଛି ଏହି ପରି ଘଟଣା ଦେଖିବାକୁ ମିଳି ଥାଏ ଯାହାକୁ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ, ଏହି ପରି ଘଟଣା ଗୁଡ଼ିକ ବିଶ୍ୱାସ କରି ନ ହେଲେ ମଧ୍ୟ ଏହା ସତ୍ୟ ହୋଇ ଥାଏ | ଆଜି କାଲି ର ସମାଜ ଏମିତି ବିଗିଡ଼ି ଗଲାଣି ଯେ ଯାହା ଆମକୁ କହିବାକୁ ମଧ୍ୟ ଲଜ୍ୟା ଲାଗୁଛି | ଆଜି ର ଦୁନିଆ ରେ ଏବେ ମହାମାରୀ କରୋନା ଯୋଗୁଁ ଲକଡାଉନ ଚାଲିଛି ଏବଂ ଶନିବାର ଓ ରବିବାର ସଟଡାଉନ ମଧ୍ୟ ରହୁଛି |

କିନ୍ତୁ କିଛି ଲୋକ ଅଛନ୍ତି ଏହି ନିୟମ କୁ ମାନୁ ନାହାଁନ୍ତି ଯାହା ଦ୍ୱାରା କରୋନା କମିବାର ନାଁ ମଧ୍ୟ ଧରୁନି, କାରଣ ଆମେ ସଜାଗ ରହିଲେ ଏହି ମହାମାରୀ କୁ ହରାଇ ପାରିବା କିନ୍ତୁ ଲୋକ ମାନେ ଏହାକୁ ମାନିବାକୁ ନାରାଜ | ଯଦି କେହି ଏମାନଙ୍କୁ ରୋକିଲେ ତେବେ ଓଲଟା ସେମାନେ ହିଁ ଯୁକ୍ତି କରିବେ, ଏହି ପରି ଭିଡ଼ିଓ ଏକ ଆଖି ସାମ୍ନା କୁ ଆସି ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ |

ଏକ ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ଗୋଟେ ଲୋକ ମଦ ପିଇ ରାସ୍ତା ରେ ଉତ୍ପାତ କରୁଛି | ସଟଡାଉନ ରେ ଗୋଟେ ଲୋକ ମଦ ପିଇ ନିଶା ଅବସ୍ଥା ରେ ବିନା ହେଲମେଟ ରେ ସ୍କୁଟି ଚଳାଉ ଥିବାର ପୋଲିସ ମାନେ ଧରିଛନ୍ତି | ଭୁବନେଶ୍ୱର ଫୈର ଷ୍ଟେସନ ଛକ ରେ ନିଶା ବସ୍ଥା ରେ ଥିବା ଯୁବକ ଙ୍କର ଉନ୍ମତ କାଣ୍ଡ ଦେଖିବାକୁ ମିଳିଛି | ପୋଲିସ ମାନଙ୍କ ହାତ ରେ ଧରା ପଡିବା ପରେ ପୋଲିସ ମାନଙ୍କୁ ବହୁତ ଖରାପ ଭାଷା ରେ ଗାଳି ଗୁଲଜ କଲେ |

ଏପରି କି ପୋଲିସ ଚାକିରୀ ପିତା ଲାଗିଲାଣି ବୋଲି କହିକି ଧମକ ଦେଇ ଥିଲେ ଯୁବକ ଜଣଙ୍କ | ତାଙ୍କର ପୁରା କାରନାମା ର ଭିଡ଼ିଓ ରେକର୍ଡ କରିଛନ୍ତି ଟ୍ରାଫିକ ପୋଲିସ କର୍ମଚାରୀ | ଏଥି ସହ ସେ ନିଜକୁ ମନ୍ତ୍ରୀ ଙ୍କ ପୁଅ ବୋଲି କହି ପୋଲିସ ମାନଙ୍କୁ ଧମକ ଦେଇଛନ୍ତି ବୋଲି କହିଛନ୍ତି କନେଷ୍ଟବଳ | ତେବେ ସେ କେଉଁ ମନ୍ତ୍ରୀ ଙ୍କ କଥା କହୁଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ |

ଟ୍ରାଫିକ ପୋଲିସ ଅର୍ଚନା ବେହେରା କହିଛନ୍ତି ଯେ, ସେ ମଦ ପିଇ ଗାଡ଼ି ଚଳାଉ ଥିଲେ ଯାହା ଆମେ ଅଟକାଇବାରୁ ସେ ତାଙ୍କ ଭୁଲ ମାନୁ ନାହାଁନ୍ତି ଏବଂ ସେ କେଉଁ ମନ୍ତ୍ରୀ ପଦ୍ମନାଭ ଙ୍କର ପୁଅ ବୋଲି କହିଛନ୍ତି,ଏହା ପରେ ତାଙ୍କ ଦିଦି ଙ୍କୁ ସେ ଫୋନ କରି କରିଛନ୍ତି | ଏହା ପରେ ସେ କହୁଛନ୍ତି ଯେ ମୁ ନିର୍ମଳ ଶତପଥି ଙ୍କ ପୁତୁରା, ଆଉ ମୁ ତମ ମାନଙ୍କୁ ଗୋଟେ ସେକେଣ୍ଡ ରେ ତମ ବର୍ଦୀ ଉତାରି ଦେବି ଚାକିରୀ ନେଇଯିବି | ଯେହେତୁ ସେ ଆମ ମାନଙ୍କୁ ଏହି ପରି ଭାଷା କହି ବେଈଜତ କରିଛନ୍ତି ଆମେ ତାଙ୍କର ଭିଡ଼ିଓ କରିବାକୁ ବାଧ୍ୟ ହେଲୁ |