ଦେଖନ୍ତୁ ଭି଼ଡିଓ ! ବିବାହ ପରେ କେମିତି ଶାଶୁଘରେ ,ସ୍ବାମୀ ସହ ମଜାମସ୍ତି କରୁଛନ୍ତି କଣ୍ଠଶିଳ୍ପୀ ଦିପ୍ତୀରେଖା !

ଓଡିଆ ଧାରାବାହିକ ଜଗତରେ ଜଣେ ଚୁଲବୁଲି ନାୟିକା ଓ ସଙ୍ଗୀତ ଜଗତରେ ଜଣେ ପ୍ରସିଦ୍ଧ ଗାୟିକା ଭାବେ ଦିପ୍ତୀରେଖା ପାଢୀଙ୍କୁ ସମସ୍ତେ ଜାଣନ୍ତି । ୟିଏ କି ନିଜର ଅଭିନୟ ଅପେକ୍ଷା ସଙ୍ଗୀତ ପାଇଁ ଓଡିଶାର ଦର୍ଶକମାନଙ୍କ ଠାରୁ ବହୁତ ପ୍ରଶଂସା ସାଉଁଟି ସାରିଛନ୍ତି ।ସେ ତାଙ୍କର ସୁରିଲା କଣ୍ଠରେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି । ଦିପ୍ତୀ ଅଲିଉଡ୍ ରେ ହିଟ୍ ହିଟ୍ ଗୀତ ଗାଇଛନ୍ତି । ଯାହା ତାଙ୍କୁ ବହୁତ ପ୍ରସିଦ୍ଧ କରିଛି । ତାଙ୍କୁ ଓ ତାଙ୍କର ସେହି ସୁମଧୁର ଗୀତକୁ ଦର୍ଶକମାନେ ବହୁତ ପସନ୍ଦ କରନ୍ତି ।ନିକଟରେ ଗାୟିକା ଦିପ୍ତୀରେଖା , ଓଡିଶାର ଶିଳ୍ପପତି ସୌମ୍ୟ ରଞ୍ଜନ ଙ୍କ ସହିତ ବିବାହ ହୋଇଛି । ।

ବାସ୍ତବିକ୍ ଭବରେ ଯେତେବେଳେ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ସାମାନ୍ୟ ଚକିତ ହେବା ସାଧାରଣ କଥା ।ଆପଣମାନେ ତ ଜାଣିଛନ୍ତି ଏମିତିରେ ବି ଅଭିନୟ ଜଗତରେ ସୁବୁବେଳେ କିଛି ନା କିଛି ରହସ୍ୟ ଭରି ହୋଇଥାଏ ।

କାରଣ ଏମାନଙ୍କ ଜୀବନଶୈଳୀ ଟିକେ ଅଲଗା ଧରଣର ।ନାୟକ ନୟିକା ମାନେ ସେମାନଙ୍କ ଦୈନନ୍ଦିନ ଓ ବାସ୍ତବିକ୍ ଜୀବନକୁ ନେଇ ସୋସିଆଲ୍ ମିଡିଆରେ ବହୁତ ଚର୍ଚ୍ଚାରେ ରହିଥାନ୍ତି । ପ୍ରେମ କାହାଣୀ ହେଉ କି ଅଭିନୟ କିମ୍ବା ସୁନ୍ଦରତା କି ଘରୋଇ କାର୍ଯ୍ୟ କଳାପର କଥା ହେଉ , ପ୍ରତି ମୁହୂର୍ତ୍ତକୁ ସେମାନେ ପ୍ରଶଂସକମାନଙ୍କ ସହିତ ସେୟାର କରିଥାନ୍ତି ।


ତେବେ ସେହିଭଳି ଓଡିଆ ଗାୟିକା ଦିପ୍ତୀ ରେଖା ତାଙ୍କର ବୈବାହିକ ଜୀବନରେ ସେ କିପରି ଅଛନ୍ତି ସେ ଭିଡିଓ ମାଧ୍ୟମରେ ସେୟାର କରିଛନ୍ତି । ତେବେ ଆପଣ ତ ଜାଣିଥିବେ ଓଡିଆ ସିଙ୍ଗର ଦିପ୍ତୀରେଖା ହାତକୁ ଦିହାତ ହୋଇଛନ୍ତି । ତାଙ୍କ ପ୍ରେମିକ ତଥା ଶିଳ୍ପପତି ସୌମ୍ୟ ରଞ୍ଜନ ଙ୍କୁ ଖୋର୍ଦ୍ଧାରେ ବିବାହ କରିଥିଲେ । ପପୁଲାର ପାଲେସ୍ ରେ ବଡ ଆଡମ୍ବରେ ନିଜର ବାହାଘର ହୋଇଥିଲା ।

ତେବେ ଦିପ୍ତୀ ବାହାଘର ପରେ ତାଙ୍କ ପରିବାରର କିଛି ଫୋଟ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ତାଙ୍କ ସ୍ୱାମୀ , ଶାଶୁ ଶଶୁର ଙ୍କ ସହିତ ବହୁତ ଖୁସିରେ ରହିଥିବାର ଦେଖିବାକୁ ମିଳିଛି । ଫୋଟରେ ଦିପ୍ତୀରେଖା ବହୁତ ସୁନ୍ଦର ଦେଖାଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଦିପ୍ତୀରେଖା ଓଡିଆ ସିନେ ଜଗତର ଏକ ନାମୀଦାମୀ ଗୀତିକାର ।ଅନେକ ଚଳଚ୍ଚତ୍ରରେ ହିଟ୍ ହିଟ୍ ଗୀତ ଦେଇ ଲୋକଲୋଚନକୁ ଆସିଛନ୍ତି ଦିପ୍ତୀରେଖା । ଦେଖିବାକୁ ଯେତିକି ସୁନ୍ଦର କଣ୍ଠଟି ଆହୁରି ସେତିକି ସୁନ୍ଦର ଏବଂ ଲୋକମାନଙ୍କୁ ନିଜର କଣ୍ଠ ଦ୍ୱାରା ବାନ୍ଧି ରଖିଛନ୍ତି ।ଲୋକମାନେ ମଧ୍ୟ ଦିପ୍ତୀରେଖାଙ୍କୁ ମଧ୍ୟ ସେତିକି ଭଲ ପାଇବା ଦେଉଛନ୍ତି ।ସୌମ୍ୟଙ୍କୁ ବିବାହ କରିସାରିଲା ପରେ ଦିପ୍ତୀରେଖା ବୋହୂ ପାଲଟି ଯାଇଛନ୍ତି । ଦିପ୍ତୀ ଶାଶୁଘରର ସମସ୍ତ ଦାୟିତ୍ୱ ତୁଲାଇବା ସହିତ ସୁଟିଂ ସେଟ୍ ଓ ଗୀତକୁ କିଭଳି ପ୍ରାଧାନ୍ୟ ଦେବେ ସେ ନେଇ ଏବେ ଦିପ୍ତୀରେଖା ବ୍ୟସ୍ତ ରହୁଛନ୍ତି ।