କରୋନା ବେଳେ ରାଜ୍ୟବାସୀଙ୍କୁ ଶାନ୍ତନା ଦେଉଥିବା ସୁବ୍ରତ ବାଗଚି କାହୁଁକି ବାଦ ପଡିଲେ ! କୁଆଡେ ଗାୟବ ହୋଇ ଯାଇଥିଲେ ଗତ ବର୍ଷ କୋରୋନା ସମୟରେ ଚର୍ଚ୍ଚିତ ଚେହେରା,

କରୋନା ମହାମାରୀ ସଂକ୍ରମିତ ରୋଗ ଏବେ ସାରା ବିଶ୍ୱରେ ବଢ଼ି ଚାଲିଛି | କରୋନା ମହାମରୀ ରୋଗର ଶିକାର ହୋଇ ଭାରତ ରେ ଅନେକ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି | ବିଶ୍ୱ ରେ ଏହି କରୋନା ଭାଇରସ କମିବାର ନାଁ ଧରୁନି, ଏହା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି | ଅମ୍ଳଜାନ ଅଭାବ ରୁ ଏବେ ଅନେକ ରାଜ୍ୟ ରେ ମଧ୍ୟ ମୃତ୍ୟୁ ଦେଖିବାକୁ ମିଳୁଛି l ଗତ ବର୍ଷ କରୋନା ର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଏବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି | 2020 ରୁ ଏବେ ପର୍ଯ୍ୟନ୍ତ ସାରା ବିଶ୍ୱରେ ଥରହର କରି ରଖିଛି ଏଇ କରୋନା | ଭାରତରେ କରୋନାକୁ ରୋକିବା ପାଇଁ କିଛି କିଛି ଲୋକଙ୍କୁ ଏଥିରେ ନିଯୁକ୍ତି କରାଯାଇ ଥିଲା |

ଏହି କରୋନା ସମୟରେ ଓଡ଼ିଶା ବାସୀଙ୍କୁ ସମ୍ଭାଳିବା ପାଇଁ ଗୋଟେ ଚେହେରା ଆସିଥିଲା ସେ ହେଉଛନ୍ତି ସୁବ୍ରତ ବାଗଚି | କରୋନା କୁ ନେଇ ସେ ଏପରି ବୁଝାଉ ଥିଲେ ଯେ ଲୋକ ମାନେ ତାଙ୍କୁ ସନ୍ଧ୍ୟା ରେ ଟିଭି ରେ ଦେଖିବାକୁ ଅନାଇ ବସୁଥିଲେ |

ତେବେ ୬୬ ଦିନ ଯାଏ ଏଭଳି କରିବା ପରେ ଏହା ବନ୍ଦ ହୋଇ ଯାଇଥିଲା, ପ୍ରାୟ ୫୦ ରୁ ଅଧିକ ଲୋକ ପରିଶ୍ରମ କରୁଥିଲେ ଏହା ପାଇଁ, ମାତ୍ର ହଠାତ ଏଭଳି କଣ ହେଲା ଯେ ଏହାକୁ ସ୍ଥଗିତ ରଖାଗଲା | 2020ରେ ସାକ୍ଷାତକାର ଙ୍କର କଣ ସବୁ ପ୍ରଶ୍ନ ଆସିଥିଲା ଏବଂ ତାଙ୍କର ଉତ୍ତର କଣ ଥିଲା ଆସନ୍ତୁ ଜାଣିବା |

ବାଗଚିଙ୍କୁ ପ୍ରଶ୍ନ ହୋଇଥିଲା ଯେ ଯେତେବେଳେ କରୋନା ବଢୁଥିଲା ସେ ସେତେବେଳେ କୁଆଡେ ଯାଇଥିଲେ, ସେ କହିଲେ କି ଏହା ଏକ ରହସ୍ୟ ଯାହା ସବୁଙ୍କ ପାଖରେ ପହଞ୍ଚିବା ଆବଶ୍ୟକ ଅଟେ, ସେ କହିଲେ କି ମୁଖ୍ୟ ମନ୍ତ୍ରୀଙ୍କ ଅନୁସାରେ ପ୍ରଥମ ୬୦ ଦିନ ଅଧିକ ଗୁରୁତ୍ଵ ପୂର୍ଣ ଥିଲା ତେଣୁ ସେ ସେଇଆ କରିଥିଲେ ଯାହା କୁହା ଯାଇଥିଲା |

ତାଙ୍କୁ କୁହା ଯାଇଥିଲା କି ଲୋକଙ୍କୁ ସମ୍ବେଦନ ଭାବେ ଏହି ସୂଚନା ଦିଆ ଯାଉ ତ ସେ ସେଇଆ ମଧ୍ୟ କରିଥିଲେ, ଏହା ପରେ ତାଙ୍କୁ ଆଗକୁ କିଛି କରିବା ପାଇଁ ଅନୁମତି ନଥିଲା ତେଣୁ ସେ ଆଗକୁ ସୂଚନା ଦେଇ ନଥିଲେ | ଏହା ପରେ ତାଙ୍କୁ ପ୍ରଶ୍ନ କରାଯାଇ ଥିଲା ଯେ ଏହା ଲୋକପ୍ରିୟତା ଦ୍ୱାରା ସୃଷ୍ଟି ହୋଇଛି କି |

ସେ ଉତ୍ତର ରେ କହି ଥିଲେ ଯେ, ନା ଲୋକ ପ୍ରିୟତା ଦ୍ୱାରା ମୋର କୌଣସି ସମସ୍ୟା ସୃଷ୍ଟି ହେଉ ନାହିଁ ଏବଂ ମୋର କୌଣସି କ୍ଷତି ପହଞ୍ଚୁ ନାହିଁ | ଏହି ଲୋକ ମାନଙ୍କର ପ୍ରଂଶସା ଦ୍ୱାରା ହିଁ ମୁଁ ବହୁତ ଖୁସି ଅଛି ଏବଂ ସୁସ୍ଥ ମଧ୍ୟ ଅଛି ଓ ନିଜ କାମକୁ ନେଇ ମଧ୍ୟ ବହୁତ ଖୁସି ଅଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।