ମାଳିିକା ରୁ ମିଳିଲା ସତ୍ୟତା ! ମା ବିରଜା ଦେବେ ରଢି ଯାଜପୁର ରେ ହେବ ଯୁଦ୍ଧ ! ମାଳିକା ଭକ୍ତ ଦେଲେ ଚ୍ୟାଲେଞ୍ଜ…

ପ୍ରତ୍ୟେକ ଥର ଭଳି ପୁଣିଥରେ ମାଳିକା ବିଶାରଦ୍ ବାବା ସାରଦା ପ୍ରସାଦ ଙ୍କ ର ମାଳିକାର ବର୍ଣ୍ଣନାକୁ ଆମେ ଉପସ୍ଥାପନ କରିବାକୁ ଯାଉଛୁ ଆପଣଙ୍କ ସମ୍ମୁଖରେ ୟାହା ଛଅ ଶହ ବର୍ଷ ତଳର ମାଳିକା ବିଚାର ଅଟେ । ଯାହା ଜାଣିଲେ , ଶୁଣିଲେ ଆପଣ ଅନେକ ଶାନ୍ତି ପାଇଥାନ୍ତି । ଆଗତ ଭବିଷ୍ୟତକୁ ନେଇ ଯେଉଁ ମାଳିକା ର ବିଚାର ରହିଛି ତାହା କିଭଳି ଭାବରେ ମାନବ ସମାଜ ପାଇଁ ଉପାଦେୟ ତାହା ଆମକୁ ମାଳିକା ପଠନରୁ ସ୍ପଷ୍ଟ ଭାବରେ ଅନୁମେୟ ହୋଇଥାଏ ।

ବର୍ତ୍ତମାନ ସମୟରେ ମନୁଷ୍ୟ ଉପରେ କଣ ଘଟିବା ପାଇଁ ଯାଉଛି ଏବଂ ବର୍ତ୍ତମାନର ସମସ୍ତ ଘଟଣା ତଥା ସ୍ଥାନ ବିଷୟରେ ପୂର୍ବରୁ କଣ ସବୁ ମାଳିକାରେ ବର୍ଣ୍ଣିତ ହୋଇ ରହିଛି ତାହା ଆମେ ଆଲୋଚନା କରିବା ଓ ଦୃଷ୍ଟି ପକାଇବା । ଆଜି ଆମେ ମହାପୁରୁଷ ଅଚ୍ୟୁତାନନ୍ଦ ଠାରଗାର ରେ କଣ କହିଛନ୍ତି ତାହା ଆଲୋଚନା କରିବା । କହିଲେ –
କହିଲେ ରୋହିର ଡାହଣେ ବରା ଅଙ୍କ ଦେଲେ ଲୀଳା ଆରମ୍ଭ ହୋଇବ , ବଉଳ ଲୋ ଲୀଳା ଆରମ୍ଭ ହୋଇବ । ଏହି ଅଙ୍କ ଗୋଟି ଓଲଟ ପାଲଟ କରିଲେ ଲୀଳା ଶେଷ ହୋଇବ । ଅର୍ଥାତ ମାଛ , ତେବେ ଦଶ ଅବତାର ଭିତରେ ପ୍ରଥମ ଅବତାର ହେଉଛି ମତ୍ସ୍ୟ । ବରା ଅଙ୍କ ମତ୍ସ୍ୟ , କଚ୍ଛପ, ବରାହ ଅର୍ଥାତ ବରାହ ହେଲେ ତୃତୀୟ, ମତ୍ସ୍ୟ ହେଲେ ଏକ, ଏକର ଡାହାଣ ପଟେ ଶକା ଧୋଇଲେ୍ ତିନି ଏବଂ ଏହା ହେବ ତେର ।

2013 ମସିହା ଅକ୍ଟୋବର ମାସ 6 ତାରିଖ ରୁ 18 ତାରିଖ ପର୍ଯ୍ୟନ୍ତ 13 ଦିନିଆ ପକ୍ଷ ପଡି ସାରିଛି । 2024 -2026 ମସିହା ମଧ୍ୟରେ ମୀନ ରାଶିରେ ଶନି ପ୍ରବେଶ କରିବେ ଏବଂ ଏହାକୁ ହିଁ ବାରଣ ବେଳା ବୋଲି କହିବା । ଏହି ସମୟରେ ଦେଖିବେ ରାତି ପାହିଲା ବେଳକୁ ଅନ୍ଧାରଟା ଜୋର ରେ ଘନେଇ ଆସିବ । ତେବେ ଏହି ଅଙ୍କ କୁ ଓଲଟ ପାଲଟ କରିଲେ ଲୀଳା ଶେଷ ହୋଇବ ।ତେବେ ଏହାକୁ ଯଦି ଓଲେଟେଇକି ଥୋଇବା ତାହେଲେ ହେବ 31 ।

କୋଟିକେ ଗୋଟିଏ ଜାଣନ୍ତି ଏ ଭାବ ତିନି ଶର୍ଷେ ଜଣା ସେହି । ମହିମା ପ୍ରକାଶ ନିଶ୍ଚେ ସେହି ଦାଶ, ଆନେ ମୁଁ କୁହଇ ନାହିଁ । ଅଚ୍ୟୁତାନନ୍ଦ କହୁଛନ୍ତି ତାଙ୍କର ଭକ୍ତ ମାନଙ୍କୁ ଯିଏ ପ୍ରଭୁର ଭକ୍ତ ହୋଇଥିବେ ସେ ନିଶ୍ଚୟ ଏହାକୁ ଗ୍ରହଣ କରିବେ । କିନ୍ତୁ ଅଭକ୍ତଙ୍କୁ ଏହା ଆଦୌ ଭଲ ଲାଗିବ ନାହିଁ । କହିଲେ 3 ହଜାର ଭକ୍ତ ଅଛନ୍ତି ଓଡିଶା ମାଟିରେ । କହିଲେ ଦୁଷ୍ଟ ଲୋକେ ନିନ୍ଦୁଥିବେ ଏବଂ ସେହି ଦୁଷ୍ଟ ମଧ୍ୟ କେମିତି ନଷ୍ଟ ହେବ ମହାପୁରୁଷ କହିଲେ –

ଏହି ସମୟରେ ଯାଜପୁର ଠାରେ ବିରଜା ମାଁ ଗୋଟିଏ ସଂକେତ ଦେବେ , ରଢି ଦେବେ – ଯାଜପୁର ମହାମାୟା ଏକ ରଢି ଦେବ, ଯେଉଂ ଶବଦରେ ତିନିପୁର ଉଚ୍ଛକ ହୋଇବ । ଅର୍ଥାତ ଯାଜପୁର ରେ ବିରଜା ମାଁ ରଢି ଦେଲେ ତିନିପୁର କମ୍ପିବ ଏବଂ ମାଁଙ୍କର ଶୁଭସ୍ତମ୍ବ ଫାଟି ଯିବ ରୁଧିର ବୋହିବ ଏହଂ ତାହା ବନ୍ଦ ହେବ ସତ୍ୟଯୁଗ ଆରମ୍ଭରେ ଯେତେବେଳେ କ୍ଷୀର ଶ୍ରବିବ । ଏଭଳି ଯୁଦ୍ଧ ଲାଗିହ ରକତ ବୈତରଣୀ ନଦୀରେ ବୋହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।