Dr. Bimal Chhajer- କରୋନାରେ ହାର୍ଟକୁ କେମିତି ବଞ୍ଚାଇବେ ? କେଉଁ ମେଡ଼ିସିନ ଖାଇବେ ? କଣ କରିବେ ଯଦି ହାର୍ଟ ଆଟାକର ସନ୍ଦେହ ଥାଏ ?

ଏହି ମହାମାରୀ କରୋନା ଦିନ କୁ ଦିନ ଅତ୍ୟଧିକ ଭାବରେ ସଂକ୍ରମଣ ହେବାକୁ ଲାଗିଲାଣି | ଭାରତକୁ ପ୍ରଥମ ଲହର ଏତେ ମାତ୍ରା ରେ ପ୍ରଭାବିତ କରି ନଥିଲା କିନ୍ତୁ ଦ୍ୱିତୀୟ ଲହରୀରେ ଅନେକ ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି | ବିଶ୍ୱ ରେ ଏହି କରୋନା ଭାଇରସ କମିବାର ନାଁ ଧରୁନି, ଏହା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି | ଅମ୍ଳଜାନ ଅଭାବ ରୁ ଏବେ ଅନେକ ରାଜ୍ୟ ରେ ମଧ୍ୟ ମୃତ୍ୟୁ ଦେଖିବାକୁ ମିଳୁଛି | କରୋନା ଦୁଇ ପ୍ରକାର ର ହୋଇ ଲୋକ ମାନଙ୍କର ମୃତ୍ୟୁ ହୋଇ ଥାଏ | ଗୋଟିଏ ହେଉଛି ଫୁସଫୁସ ପାଇଁ ଆଉ ଅନ୍ୟ ଟି ହେଉଛି ହୃତପିଣ୍ଡ ପାଇଁ |

ମହାମାରୀ କରୋନା ଦ୍ୱାରା ହୃତପିଣ୍ଡ ପ୍ରଭାବିତ ହେଲେ ଲୋକ ଟି ର ହଠାତ ମୃତ୍ୟୁ ହୋଇ ଯାଇ ଥାଏ | ତେବେ ଆସନ୍ତୁ ଜାଣିବା ଆମେ କରୋନା ପରି ମାରାତ୍ମକ ରୋଗ ରୁ ହୃତପିଣ୍ଡ କୁ କିପରି ବଞ୍ଚାଇବା |

ମହାମାରୀ କରୋନାରେ ଫୁସଫୁସ ପ୍ରଭାବିତ ହେଲେ ନିମୋନିଆ ହୋଇ ଯାଇଥାଏ, ଯାହା ଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି କମି ଯାଇଥାଏ ଏବଂ ଆମକୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ ଏହା ଫଳରେ ଆମକୁ ଅମ୍ଳଜାନର ଆବଶ୍ୟକତା ହୋଇ ଥାଏ | ଆଉ ମହାମାରୀ କରୋନା ଯଦି ହୃତପିଣ୍ଡ କୁ ପ୍ରଭାବିତ କରିଥାଏ, ତେବେ ହୃତପିଣ୍ଡ ପାଇଁ ଦୁଇ ପ୍ରକାରର ମୃତ୍ୟୁ ହୋଇଥାଏ |

ଗୋଟିଏ ହୃତପିଣ୍ଡ ସ୍ପନ୍ଦନ ହଠାତ୍ ବନ୍ଦ ହୋଇଯାଏ ନହେଲେ ହାର୍ଟ ପମ୍ପିଂ କମ୍ ହୋଇଯାଏ ବା ନଷ୍ଟ ହୋଇଯାଏ | କିଛି ଦିନ ପୂର୍ବରୁ ଜଣେ ରିପୋର୍ଟଙ୍କର ଏହି ପରି ମୃତ୍ୟୁ ହୋଇଥିଲା, ଯାହା ସେ 1 ମିନିଟରେ ମୃତ୍ୟୁବରଣ କରିଥିଲେ | କରୋନାରେ ହୃତପିଣ୍ଡ ପ୍ରଭାବିତ ହେଲେ ଏହା ମୃତ୍ୟୁର ସମୟ ମିଳି ନଥାଏ ହଠାତ ଜୀବନ ଚାଲି ଯାଇଥାଏ | ଏହା ମସ୍ତିଷ୍କରେ ରକ୍ତ ଜମାଟ କରି ଦେଇଥାଏ ଯାହା ଦ୍ୱାରା ପାରଲିସ ମଧ୍ୟ ହୋଇପାରେ, ତେବେ ଏହାର ଉପଚାର କିପରି କରିବା |

ଯେଉଁ ମାନଙ୍କୁ ହୃଦରୋଗ ଅଛି ସେମାନେ ରକ୍ତ ପତଳା କରିବା ପାଇଁ ଆସପ୍ରିନ ଓ କ୍ଲୋପିଡଗ୍ରେଲ ଔଷଧ ଖାଇବା ଉଚିତ | ଯେଉଁ ମାନଙ୍କୁ ହୃତପିଣ୍ଡ ରୋଗ ନାହିଁ କିନ୍ତୁ ମଧୁମେୟ, ରକ୍ତଚାପ ରୋଗ ଏବଂ ଧୂମପାନ କରୁଛନ୍ତି ସେମାନେ ମଧ୍ୟ ଏହି ଔଷଧ ଖାଇପାରିବେ |

 

ଯଦି ସାଧାରଣ ସମସ୍ୟା ଅଛି ତେବେ 1 ମାସ ଏବଂ ଅତ୍ୟାଧିକ ସମସ୍ୟା ଥିଲେ ଦୁଇ ମାସ ଧରି ଏହି ଔଷଧ ଖାଆନ୍ତୁ | କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଭଲ ହେବା ପରେ ମଧ୍ୟ ହଠାତ ମରିଯାନ୍ତି, ଏହା ରକ୍ତ ଜମାଟ ଦ୍ୱାରା ହୋଇଥାଏ ଏହି ଔଷଧ ପ୍ରଥମରୁ ନେବା ଆବଶ୍ୟକ |

ଯଦି ଏହି ପରି ରୋଗ ଅଛି ତେବେ ଆମିଷ ଖାଆନ୍ତୁ ନାହିଁ, ବାଦାମ ଖାଆନ୍ତୁ ନାହିଁ, ଦୁଧଜାତୀୟ ଖାଦ୍ୟରେ ମଲେଇ ନ ରହିବା ଆବଶ୍ୟକ ଏବଂ ତେଲଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ | ଭିଟାମିନ-C ଖାଦ୍ୟ ଖାଆନ୍ତୁ ଯେପରି ଲେମ୍ବୁ, କମଳା ଆଦି ଫଳ ଖାଆନ୍ତୁ | ଏହି ପରି ସତର୍କ ରହି ସୁସ୍ଥ ରୁହନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।