ଦେଖନ୍ତୁ ..ଅଭିନେତ୍ରୀ ପ୍ରକୃତି ମିଶ୍ର କଣ କହୁଛନ୍ତି , ପୁଅ ମାନେ ଫଟା ଜିନ୍ସ ଓ ହାଫ୍ ପ୍ୟାଣ୍ଟ ପିନ୍ଧା ବନ୍ଦ କରିଦେବା ଦରକାର …

ବଲିଉଡ୍ ର ଫାସନ୍ ଫିଲ୍ମ ର ଦୃଶ୍ୟ ଭଳି ଫଟା ଜିନ୍ସ ପିନ୍ଧିବା ଆଜାକାଲି ର ଏକ ଟ୍ରେଣ୍ଡ ବନି ଯାଇଛି । ପୁରଷ ହୁଅନ୍ତୁ କିମ୍ବା ମହିଳା ଜିନ୍ସ ପିନ୍ଧୁଥିବା ଲୋକଙ୍କ ମଧ୍ୟରେ ରହିଛି ଏକ ନିଆରା ଚାହିଦା । ବିଶେଷ କରି ଯୁବ ପିଢି ଙ୍କ ମଧ୍ୟରେ ଏହି ଜିନ୍ସ ପିନ୍ଧିବା ପାଇଁ ବେଶ୍ ଆଗ୍ରହ ରହିଛି । ଜିନ୍ସ ପିନ୍ଧିବାର ଚଳନ 1870 ମସିହାରୁ ଆରମ୍ଙ ହୋଇଛି । ହେଲେ ଫଟା ଜିନ୍ସ ର ଚଳନ ଜିନ୍ସ ଉଦ୍ଭାବନ ର 100 ବର୍ଷ ପରେ ଅର୍ଥାତ୍ 1970 ମସିହାରୁ ଆରମ୍ଭ ହୋଇଛି ।

ପ୍ରଥମେ ପ୍ରଥମେ ଯେଉଁମାନେ ଫଟା ଜିନ୍ସ ପିନ୍ଧୁଥିଲେ ସେମାନଙ୍କୁ ଗରିବ ବୋଲି କୁହାଯାଉଥିଲା ଓ ସେମାନଙ୍କର ମଜାକ୍ ଉଡା ଯାଉଥିଲା ।କିନ୍ତୁ 1970 ମସିହା ପରେ ଏହି ଫଟା ଜିନ୍ସ ଫାସନ୍ ରେ ପରିବର୍ତ୍ତିତ ହୋଇଗଲା ।

କିଛି ଲୋକ ଷ୍ଟାଇଲିସ୍ଟ ଦେଖାଯିବା ପାଇଁ ନିଜର ଜିନ୍ସ କୁ ଆଣ୍ଠୁ ପାଖରୁ କାଟି ପିନ୍ଧୁଥିବାର ଦେଖିବାକୁ ମିଳିଥିଲା । ତା ପରେ ଜିନ୍ସ ନିର୍ମାତା କମ୍ପାନୀ ମାନେ ଫଟା ଜିନ୍ସ ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଥିଲେ । ଏକ ବିଂଶ ଶତାବ୍ଦୀର ସବୁଠାରୁ ଲୋକପ୍ରିୟ ଫାସନ୍ ବନି ଯାଇଛି ଫଟା ଜିନ୍ସ ପିନ୍ଧିବା ।କୁହାଯାଏ , ଫଟା ଜିନ୍ସ ପିନ୍ଧିବା ଏକ ଆନ୍ଦୋଳନ ରୁ ଆରମ୍ଭ ହୋଇଥିଲା ।

 ପପ୍ ସଂସ୍କୃତି କାରଣରୁ କେତେକ ରକ୍ ଷ୍ଟାର ଯେମିତିକି ବିଟଲସ୍ , ରେମଲସ୍ ଏହାକୁ ପିନ୍ଧିବା ପରେ ଏହା ସାରା ବିଶ୍ୱରେ ପ୍ରସିଦ୍ଧ ହୋଇ ଯାଇଥିଲା । ସମାଜ ପ୍ରତି ଥିବା କ୍ଷୋଭ କୁ ଦର୍ଶାଇବା ପାଇଁ ସେମାନେ ଫଟା ଜିନ୍ସ ପିନ୍ଧିଥିଲେ । ଧିରେ ଧିରେ ଏହା ଫାସନ୍ ରେ ପରିଣତ ହୋଇଯାଇଥିଲା । 1990 ରୁ 2000 ମସିହା ବେଳକୁ ଏହା ଶିଖରରେ ପହଞ୍ଚିଯାଇଥିଲା ।

ତେବେ ମଝିରେ ଏହି ଫଟା ଜିନ୍ସର ଟ୍ରେଣ୍ଡ ଫିକା ପଡିଯାଇଥିଲା । କିନ୍ତୁ 2010 ମସିହା ବେଳକୁ ଏହି ଫଟା ଜିନ୍ସ ନୂଆ ଟ୍ରେଣ୍ଡ ରେ ବଜାରକୁ ଆସିଥିଲା । ପରେ ପରେ ଡିଜେଲ୍ ଓ ପେଟ୍ରୋଲ ଭଳି ଅନେକ ନାମୀ ଦାମୀ କମ୍ପାନୀ ସେମାନଙ୍କ ବ୍ରାଣ୍ଡରେ ଏଭଳି ଜିନ୍ସକୁ ବଜାରକୁ ଛାଡିଥିଲେ ।

ବ୍ରାଣ୍ଡେଡ୍ କମ୍ପାନୀର ଫଟା ଜିନ୍ସ ପିନ୍ଧି କିଛି କିଛି ସୁପର ମଡେଲ୍ ଆନ୍ତର୍ଜାତୀୟ ସ୍ତରରେ ହେଉଥିବା ଫ୍ୟାସ୍ ସୋ କରିଥିଲେ । ଏହାପରେ ଏହା ଯୁବପିଢୀର ପ୍ରଥମ ପସନ୍ଦ ପାଲଟି ଯାଇଛି । ଫଟା ଜିନ୍ସର ବଜାରରେ ଏତେ ଚାହିଦା ରହିଛି କି ଭିନ୍ନ ଭିନ୍ନ ପ୍ରକାରର କଟା ଥିବା ଜିନ୍ସ ବଜାରକୁ ଛାଡୁଛନ୍ତି ନିର୍ମାତା ।ଏହାର ଦାମ୍ ମଧ୍ୟ ବହୁତ ।

ଏହି ଫଟା ଜିନ୍ସ ବାବଦରେ ସମସ୍ତେ ତାଙ୍କର ମତ ଦେଇଛନ୍ତି ଓ ସେମାନଙ୍କ ମଧ୍ୟରୁ ଓଲିଉଡ୍ ର ଅଭିନେତ୍ରୀ ପ୍ରକୃତି ମିଶ୍ର କହିଛନ୍ତି ଯେ ଯାହାର ଯେତେବେଳେ ଇଚ୍ଛା ସେ ସେହି କପଡା ପିନ୍ଧି ପାରିବେ ।କିନ୍ତୁ କେହି କ୍ରିମିନାଲ୍ କରନ୍ତୁ ନାହିଁ ।ଫଟା ଜିନ୍ସ ପିନ୍ଧିବା ଅପରାଧ ନୁହେଁ ।ଆହୁରି ମଧ୍ୟ କହିଛନ୍ତି ସରକାର ଯଦି ମହିଳା ମାନଙ୍କୁ ଫଟା ଜିନ୍ସ ପିନ୍ଧିବାକୁ ବାରଣ କରାଯିବ ତେବେ ପୁଅ ପିଲାମାନଙ୍କୁ ମଧ୍ୟ ବାରଣ କରାଯାଉ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।