ଦେଖନ୍ତୁ Exclusive ଭିଡ଼ିଓ : ବାତ୍ୟା ” ୟସ ” ର ମହାପ୍ରଭାବ ରେ ଏହି ମାଉସୀଙ୍କର ହୋଇଥିବା କ୍ଷୟକ୍ଷତି ! ଟିକେ ଶୁଣନ୍ତୁ ଏହି ମାଉସୀ ଜଣଙ୍କ କଣ କହୁଛନ୍ତି…

ୟାସ ବାତ୍ୟା ପ୍ରଭାବ ରେ ଅନେକ ଙ୍କର ବହୁତ କ୍ଷୟ କ୍ଷତି ହୋଇଛି | କାହାର ଘର ଭଙ୍ଗି ଯାଇଛି ତ କାହା ଘର ଚାରି ପାଖରେ ପାଣି ଘେରାଉ କରିଛି | ଯେଉଁ ବେଗ ରେ ବାତ୍ୟା ଆସି ଥିଲା ପ୍ରବଳ ମାତ୍ରା ରେ ଏହା ତାଣ୍ଡବ ରଚିଲା | ଯେଉଁ ମାନଙ୍କର ମାଟି ଘର ଥିଲା ସେମାନେ ସମସ୍ତେ ପକ୍କା ଘରକୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଆଶ୍ରୟ ନେଇ ଯାଇ ଥିଲେ | ଏହି ବାତ୍ୟା ରେ ଅନେକ ଙ୍କ ଘର ଭାଙ୍ଗି ଯାଇଛି ଏବଂ ପାଣି ମଧ୍ୟ ପଶି ଯାଇଛି ଏମାନେ ରହିବେ ତ କେଉଁଠି ଆଶ୍ରୟସ୍ଥଳ ନେବେ | ଏହି ପରି ଦୃଶ୍ୟ ବାତ୍ୟା ହୋଇଥିବା ସ୍ଥାନ ରେ ପ୍ରାୟ ଦେଖୁବାକୁ ମିଳୁଛି ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ |

ଭଦ୍ରକ ର ଧାମରା ଗାଁ ରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି, ମଧ୍ୟରାତ୍ରି ରୁ ସକାଳ 9 ଟା ପର୍ଯ୍ୟନ୍ତ ଯେଉଁ ପରିମାଣ 80 ରୁ 100 କିମି ବେଗ ରେ ପବନ ହୋଇ ଥିଲା ତାହା ଦ୍ୱାରା ଏହି ଗ୍ରାମ ରେ ବହୁତ କିଛି କ୍ଷତି ହୋଇଛି |

ଗ୍ରାମ ର ଗଛ ଭାଙ୍ଗି ଘର ଉପରେ ପଡ଼ି ଘର ସବୁ ନଷ୍ଟ ହୋଇ ଯାଇଛି | ଏହି ଗାଁ ରେ ଯେତେ ବି କଚା ଘର ଥିଲା ପାଣି ଲାଗି ଏବଂ ପବନ ରେ ସବୁ ନଷ୍ଟ ହୋଇ ଯାଇଛି | ବର୍ତ୍ତମାନ ଧାମରା ଗାଁ ରେ ସବୁଠୁ ଗୁରୁତର କଥା ହେଲା ସବୁ ଘର ପାଣି ଘେରୋଇ ରେ ଅଛି, ଘର ଭିତରେ ରେ ମଧ୍ୟ ପାଣି ପଶି ଯାଇଛି, ରାସ୍ତା ଘାଟ ସବୁ ବୁଡ଼ି ଯାଇଛି ଲୋକ ମାନେ ଖାଇବାକୁ ମଧ୍ୟ ପାଉ ନାହାଁନ୍ତି |

ବର୍ତ୍ତମାନ ଧାମରା ବାସୀଙ୍କ ପାଇଁ ସବୁଠାରୁ ମୁଖ୍ୟ ସମସ୍ୟା ର କଥା ହେଉଛି ବାତ୍ୟା ଛାଡିବା ପରେ ଅର୍ଥାତ ପବନ ଏବଂ ବର୍ଷା କମିବା ପରେ ୱାଟର ଲୋଗଇନ ସମସ୍ୟା | ଏହି ଗ୍ରାମ ର ବାସିନ୍ଦା ମାନେ ତାଙ୍କ ଦୁଃଖ କଷ୍ଟ କୁ ଦୂର କରିବା ପାଇଁ ଅନୁରୋଧ କରିଛନ୍ତି |

ଏଠାରେ ବର୍ଷା ପବନ ତ କମିଛି କିନ୍ତୁ ଏହା ବହୁତ କିଛି ନଷ୍ଟ କରି ଦେଇ ଯାଇଛି | ଯାହା ଦ୍ୱାରା ଲୋକ ମାନେ ରହିବାକୁ ଘର ପାଉ ନାହାଁନ୍ତି କି ଖାଇବାକୁ ଖାଦ୍ୟ ମଧ୍ୟ ପାଇଁ ନାହାଁନ୍ତି | ଏ ପର୍ଯ୍ୟନ୍ତ ସେମାନଙ୍କୁ ପ୍ରଶାସନିକ ରୁ କିଛି ସାହାଯ୍ୟ ଆସି ନାହିଁ ଯାହା ଦ୍ୱାରା ସେମାନେ ଭୋକ ଉପାସ ରେ ଦିନ ବର୍ତ୍ତମାନ କାଟୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।