Breaking news- ଆଉ କିଛି ସମୟରେ ବାତ୍ୟାର ରୂପ ନେବ ଅବପାତ, ଏହି ୮-ଟି ଜିଲ୍ଲାକୁ ଜାରିହେଲା ରେଡ୍ ୱାର୍ଣ୍ଣିଂ

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟ ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ଆଜି ଭୋର 5 ଟା 30 ରେ ବାତ୍ୟା ୟାସ୍ ର ରୂପ ନେଇ ସାରିଛି । ଏବେ ଏହା ପାରାଦ୍ୱୀପ ରୁ 500 କି.ମି. ଦୂରରେ ଥିବା ଭାରତୀୟ ପାଣିପାଗ ବିଭାଗ ର ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ଏବଂ କହିଛନ୍ତି , ଏବେ ସମୁଦ୍ର ରେ ପବରନର ବେଗ 65 ରୁ 85 କି.ମି. ଭିତରେ ରହିଛି । ଆଜି ଭୀଷଣ ବାତ୍ୟାର ରୂପ ନେଇ ସାରିଛି ଓ ଆସନ୍ତାକାଲି ଏହା ଅତି ଭୀଷଣରେ ପରିଣତ ହେବ । 26 ତାରିଖ ଦ୍ୱିପହରରେ ପାରାଦ୍ୱୀପ – ସାଗରଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟାସ୍ ।

ଏହା ପାରଦ୍ୱୀପ ର 540 କି.ମି.ଦକ୍ଷିଣ ଓ ଦକ୍ଷିଣ-ପୂର୍ବକୁ ଏବଂ ବାଲେଶ୍ୱର ର 650 କି.ମି.ଦକ୍ଷିଣ ପୂର୍ବକୁ ରହିଛି ୟାସ୍ ।ଧିରେ ଧିରେ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ଉପକୂଳ ମୁହାଁ ହେବ ।କ୍ରମଶଃ ଓଡିଶା ଉପକୂଳ ବାତ୍ୟା ର କେନ୍ଦ୍ରସ୍ଥଳ ଥିବା ବ୍ୟବଧାନ କମିବାରେ ଲାଗିଛି ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ , ଏହି ବାତ୍ୟା ଓଡିଶାରେ ମାଡ ହୋଇ ପାରେ । ବାଲେଶ୍ୱର ଭୋଗରାଇ ଅଞ୍ଚଳ ଦେଇ ବାତ୍ୟା ଗତି କରିପାରେ ବୋଲି ଅନୁମାନ କରାଯାଇଛି ।

ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଙ୍କ କହିବା ଅନୁସାରେ ବାତ୍ୟା ପାରଦ୍ୱୀପର ବାଙ୍ଗାଦେଶ ର ସାଗରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ ।କିନ୍ତୁ ଆଇଏମଡି ପକ୍ଷରୁ ଯେଉଁ ଗତିପଥ ଆପଳନ କରାଯାଇଛି ସେହି ଆକଳନ କହୁଛୁ ଏହା ବାଲେଶୱର ପାଖରେ ହିଁ ଲ୍ୟାଣ୍ଡଫଲ କରିବ ।ଏହା ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାକୁ 165 କିମି ହୋଇପାରେ ।

ପୂର୍ବରୁ ଏହା ବାଙ୍ଗଲାଦେଶ ଯାଇପାରେ ବୋଲି ଆକଳନ ମଧ୍ୟ ଏବେ ଏହା ଓଡିଶା ଆଡକୁ ମୁହାଁଇବ ବୋଲି ଆକଳନ କରାଯାଇଛି ।ପୂର୍ବକେନ୍ଦ୍ରୀୟ ବଙ୍ଗପୋସାଗରରେ ଭାରତର ପ୍ରାୟ ଅଧା ଆକାରର ସୃଶ୍ଟି ହୋଇଥିବା ଏହି ବାତ୍ୟା ବହୁତ ମାରାତ୍ମକ ଘୁର୍ଣ୍ଣିଝଡ ରୂପକୁ ଯିବ ବୋଲି ଅନୁମାନ କରାଯାଇଛି ।ଯଦି ବାତ୍ୟାର ଗତିପଥକୁ ଆକଳନ କରାଯିବ , ତେବେ ଏହା ବାଲେଶ୍ୱର ରେ ମାଡ ହୋଇ ବାରିପଦା , ଜାମୁତଳା , ବାହାରପଡା, ହାଟଶିଳା ଦେଇ ଜାମସେଦପୁର ଆଡକୁ ଗତି କରିବ ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ୟାସ୍ ର ପ୍ରଭାବ ଓଡିଶାର ଜତସିଂହପୁର, କେନ୍ଦ୍ରାପଡା ,ଭଦ୍ରକ,ବାଲେଶ୍ୱର ବେଶୀ ରହିବାର ସମ୍ଭାବନା ରହିଛି ।ଏହି 4 ଜିଲ୍ଲାରେ ଘଣ୍ଟାପ୍ରତି 120 ରୁ 160 କିମି ବେଗରେ ପବନ ବୋହିପାରେ । ଖୋର୍ଦ୍ଧା,ପୁରୀ ଜିଲ୍ଲାରେ 90 ରୁ 120 କିମି ପର୍ଯ୍ୟନ୍ତ ପବନ ବୋହିପାରେ । କାଲି ଓ 16 ତାରିଖରେ ଉତ୍ତର ଓଡିଶାରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ଦିିଆଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।