ଡାକ୍ତରଙ୍କ ପରାମର୍ଶ, କରୋନା ସହିତ ଲଢିବ ଲେମ୍ବୁପାଣି, ବାସ ସେଥିରେ ମିଶାଇ ଦିଅନ୍ତୁ ଏହି ଜିନିଷ- Health Tips

କରୋନା ମହାମାରୀର ଲହରି ସାରା ବିଶ୍ୱରେ ବଢ଼ିବାରେ ଲାଗିଛି । ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଏବେ ଚିନ୍ତାଜନକ ରହିଛି । ଦେଶରେ ମହାମାରୀ ପାଇଁ ଅବସ୍ଥା ଏତେ ଖରାପ ହୋଇ ଚାଲିଛି ଯେ , ହସ୍ପିଟାଲରେ ରୋଗୀଙ୍କ ପାଇଁ ଜାଗା ନାହିଁ କି ମଶାଣୀରେ ମୃତ ଶରୀର ପାଇଁ ଜାଗା ମିଳୁନି । ପ୍ରତ୍ୟେକ ଦିନ ପୋକମାଛି ଭଳି ଲୋକେ ମରିବା ଆରମ୍ଭ କରିଲେଣି । ଆଉ ବର୍ତ୍ତମାନ ଆମ ଦେଶରେ କରୋନା ସଂକ୍ରମଣ ଯେପରି ବ୍ୟାପିବାରେ ଲାଗିଛି ତାହାର ଅନ୍ତ କେବ ହେବ ତାହା ବିଷୟରେ କିଛି କହି ହେବ ନାହିଁ ।

କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ ହୁ ହୁ ହୋଇ ମାଡି ଚାଲିଛି।କରୋନାଭାଇରସ୍ ଦେଶର ସବୁଆଡେ ହଇଚଇ ସୃଷ୍ଟି କରିଛି । ପ୍ରଥମ ତରଙ୍ଗ ଅପେକ୍ଷା କରୋନାର ଦ୍ୱିତୀୟ ତରଙ୍ଗ ଆହୁରି ବିପଜ୍ଜନକ ପ୍ରମାଣିତ ହେଉଛି । ତେଣୁ ଯେପରି ଭାବରେ କରୋନାର ସଂକ୍ରମଣ ବଢ଼ିବାରେ ଲିଗିଛି ସେହିଭଳି ଭାବରେ ଆମ ଶରୀରର ରୋଗ ପ୍ରତିରାଧକ ଶକ୍ତି ବଢାଇବା ପାଇଁ କିଛି ବିଶେଷ କାର୍ଯ୍ୟ ଉପରେ ଗୁରୁତ୍ୟ ଦେବାକୁ ପଡିବ । ଯାହା ଫଳରେ ଆମେ କରୋନାରୁ ବଂଚିତ ହେବା ।

ଡାକ୍ତର ଓ ବିଶେଷଜ୍ଞଙ୍କ ମତରେ ଆମ ଶରୀରରେ ଯେତେ ପରିମାଣରେ ରୋଗ ପ୍ରତିରାଧକ ଶକ୍ତି ମଜବୁତ ରହିବ ଆମେ କରୋନା ସହ ଲଢ଼ିବା ପାଇଁ ସକ୍ଷମ ହେବୁ । ତେଣୁ ଏହି ଲେଖା ମାଧ୍ୟମରେ ଆମେ ଆଜି ଆପଣଙ୍କୁ ଏମିତି ଏକ ଜିନିଷ ଜଣେଇବୁ ଯାହାକୁ ସେବନ କରିବା ଦ୍ୱାରା ଆପଣଙ୍କ ଶରୀରରେ ଇମ୍ୟୁନିଟି ବୃଦ୍ଧି ହେବ ଏବଂ ଆପଣ କିଛି ମାତ୍ରାରେ କରନା ଭୁତାଣୁର ସଂକ୍ରମଣରୁ ବଞ୍ଚିତ ରହିପାରିବେ । ସେହି ଜିନିଷଟି ହେଉଛି ଲେମ୍ବୁ ରସ ସେବନ କରିବା ।

ଆପଣମାନେ ଲେମ୍ବୁକୁ ଗୋଟିଏ ଫଳ ଭାବରେ ବ୍ୟବହାର କରିଥାନ୍ତି ଏହା ଆମର ଖାଦ୍ୟକୁ ସ୍ୱାଦିଷ୍ଟ କରିବାରେ ମଧ୍ୟ ସାହାଯ୍ୟ କରେ । କିନ୍ତୁ ବୈଜ୍ଞାନିକ ତଥା ଡାକ୍ତର ନମିତା ନଦାଲଙ୍କର ଗବେଷଣାରୁ ଜଣାଯାଉଛି ଯେ ଏହି ଲେମ୍ବୁ ରସକୁ ପାନ କରିବା ଦ୍ୱାରା ମଣିଷର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

ଗବେଷଣା ଅନୁଯାୟୀ ଲେମ୍ବୁରେ ପ୍ରଚୁର ପରିମାଣରେ ଭିଟାମିନ C ରହିଥାଏ, ଯାହାକି ମଣିଷର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ଏହି ଲେମ୍ବୁ ରସକୁ ପ୍ରସ୍ତୁତ କରିବା ପାଇଁ ଆପଣ ଗୋଟିଏ ଲେମ୍ବୁକୁ ଦୁଇ ଫାଳ କରି କାଟି ନିଅନ୍ତୁ । ଗୋଟିଏ ଗ୍ଲାସ ଉଷୁମ ପାଣିରେ ଏହାର ରସକୁ ଚିପୁଡି ନିଅନ୍ତୁ । ତାପରେ ଏଥିରେ ଅଳ୍ପ ଟିକେ ସେନ୍ଧା ଲୁଣ ମିଶାଇ ନିଅନ୍ତୁ,ଏବଂ ଭଲ ଭାବରେ ମିକ୍ସ କରି ପରଦିନ ସକାଳେ ଉଠିବା ପରେ ଖାଲି ପେଟରେ ସେବନ କରନ୍ତୁ ।

ଡାକ୍ତର ନମିତାଙ୍କର କହିବା ଅନୁସାରେ ଏହାକୁ ନିୟମିତ ଭାବରେ ସେବନ କରିବା ଦ୍ୱାରା ବ୍ୟକ୍ତିଙ୍କ ଶରୀରରେ ଇମ୍ୟୁନିଟି ପାୱାର ବଢିଥାଏ ଯାହାକି ଆମକୁ କରୋନା ଭୁତାଣୁର ସଂକ୍ରମଣରୁ ରକ୍ଷା କରିବାରେ ସକ୍ଷମ କରାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।