SS

ଚାରିଆଡେ ଚାଲିଛି ନୃଶଂସ , ଅପରାଧ, ଡକାୟତି , ଲୁଟ୍ ।କେହି କାହାଠାରୁ କମ୍ ନୁହଁନ୍ତି । ଯେଉଁଠି ଦେଖିଲେ ଦୁଷ୍କର୍ମ, ବଳାତ୍କାର, ହତ୍ୟା । ଏ ସମାଜ ପୂରାପୂରି ଭାବେ କଳୁଷିତ ହୋଇ ପଡିଛି । ଏ ସମାଜରେ ବଞ୍ଚିବା ଅସହ୍ୟ ହୋଇ ପଡି ଲାଣି । ପ୍ରତିଦିନ ଖବର କାଗଜରେ ଏଭଳି ଖବର ଦେଖିବାକୁ ମିଳୁଛି । ସବୁଆଡେ ଯେପରି ସାଧାରଣ ହୋଇ ଗଲାଣି । ଦେଶରେ ଆଇନ୍ କାନୁନ୍ ଯେତେ କଠୋର ହେଲେ ମଧ୍ୟ ଏ କଳୁଷିତ ସମାଜର ଲୋକମାନେ ଏହାକୁ ମାନିବାକୁ ନାରାଜ ଓ ଗୋଟେ ପରେ ଗୋଟେ ଅପରାଧ କରି ଚାଲୁଛନ୍ତି ।

ବର୍ତ୍ତମାନ କରୋନା ମହାମାରୀ ର ପରିସ୍ଥିତି ରେ ଡକାୟତ କିମ୍ବା ଲୁଟେରା ମାନେ ସେମାନେ ତାଙଅକ କାମ କରିବାରେ ବ୍ୟସ୍ତ । ସେମାନଙ୍କ ଭୟରେ ଲୋକମାନେ ବାହରକୁ ବାହାରି ପାରୁନାହାନ୍ତି । ନିର୍ଭୟରେ ଲୋକମାନେ ରାସ୍ତାରେ ଯାଇ ପାରୁ ନାହାନ୍ତି । ତେବେ ପୁଣି ଏକ ମାମଲା ଆସିଛି ଯେ ଶୂନଶାନ ରାସ୍ତାରେ ଦମ୍ପତି ଙ୍କୁ ଲୁଟ୍ କରା ହେଇଛି ।

ତେବେ ଘଟଣା ଟି ଘଟିଛି ନୟାଗଡ ଜିଲ୍ଲା ରଣପୁର ଥାନା ଅଧିନ ପଟଗଡ ଘାଟିରେ ପୁଣି ଡକାୟତି ହୋଇଛି । ତିନି ଜଣ ଡକାୟତି ର ଶିକାର ହେଲେ ଦମ୍ପତି । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ ଥାନା ଅଧୀନ ଚମ୍ପାଇଲ ସାନବେଡା ଗ୍ରାମର ସୁରେସ କୁମାର ଜେନା ଓ ତାଙ୍କ ପତ୍ନୀ ମାମିନା ଜେନା ଏକ ବାଇକ୍ ରେ ରାଜଶୁନଖେଳା ରୁ ରଣପୁର ଅଭିମୁଖେ ଯାଉଥିଲେ । ସକାଳ ସମୟରେ ରାସ୍ତା ଶୂନଶାନ ଥିବାରୁ ଏହାର ସୁଯୋଗ ନେଇ ଡାକାୟତ ମାନେ ଏକ ବାଇକ୍ ରେ ପିଛା କରିଥିଲେ ।

ରାଜଶୁନଖେଳା ନିକଟ ସ୍ଥାନୀୟ ଅଧୀନ ଏକ ନିଛାଟିଆ ଘାଟି ରେ ଦମ୍ପତି କୁ ଆକ୍ରମଣ କରିଥିଲେ ଏହି ଡକାୟତ ମାନେ । ବନ୍ଧୁକ ଦେଖାଇ ମାମିନା ଙ୍କ ଠାରୁ ଏକ ଦୁଇ ହଜାର ଟଙ୍କା ଥିବା ବ୍ୟାଗ୍ , ଦେଢ ଭରି ର ଏକ ଚେନ୍ ଓ ଏକ ମୋବାଇଲ୍ ଫୋନ୍ ନେଇ ଯାଇଛନ୍ତି ସେହି ଡକାୟତମାନେ ।

ଦମ୍ପତି ଡକାୟତମାନଙ୍କୁ କାବି କରିବାକୁ ଚେଷ୍ଟା କଲା ବେଳେ ଡକାୟତମାନେ ସୁରେସ ଙ୍କୁ ବନ୍ଧୁକ ଦ୍ୱାରା ତାଙ୍କୁ ଆକ୍ରମଣ କରିଥିଲେ । ସୁରେସ ଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ସେ ସ୍ଥାନୀୟ ରାଜଶୁନଖେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେବା ସହି ତାଙ୍କ ପତ୍ନୀ ମଧ୍ୟ ଚିକିତ୍ସିତ ହେଉଛନ୍ତି । ଏ ନେଇ ରାଜଶୁନଖଏଳା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଦମ୍ପତି । ତେବେ ଏ ନେଇ ପୋଲିସ୍ ତଦନ୍ତ ଚଳାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।