ହେ ଭଗବାନ ରକ୍ଷା କର ! ଓଡିଶାରେ ଦେଖାଗଲା ବିରଳ ଘଟଣା …ପୁରୀ ପତିତ ପାବନ ବାନାରେ ପଡିଲା ଶୂନ୍ୟ ଗଣ୍ଠି , କଣ ଏହାର କଳିଯୁଗର ଶେଷ ସଂଙ୍କେତ କି ? ଦେଖନ୍ତୁ କଣ କହିଲେ ଏହି ନନା….

ଭାରତ ହେଉଛି ଦେବତାଙ୍କ ଜନ୍ମଭୂମି, ତେଣୁ ଭାରତକୁ ଦେବଭୂମି ମଧ୍ୟ କୁହାଯାଏ । ଏଠାରେ ଅନେକ ଦେବାଦେବୀ ଜନ୍ମ ଗ୍ରହଣ କରିଛନ୍ତି ବୋଲି୍ ଆମ ଶାସ୍ତ୍ର କହୁଛି ଏବଂ ଏଠାରେ ବହୁ ମନ୍ଦିର ମାନ ମଧ୍ୟ ରହିଛି । ଏହାସହିତ ଅନେକ ପାହାଡ ପର୍ବତ ମାନ ରହିଛି, ଯେଉଁଠାରେ କି ଦେବତାମାନେ ତାଙ୍କର ଲୀଳା କରୁଥିଲେ ବୋଲି ଆମ ଇତିହାସ କହୁଛି । ଏଠାରେ ପ୍ରତ୍ୟେକ ଯୁଗରେ ଅନେକ ଦେବତା ଜନ୍ମଗ୍ରହଣ କରିଛନ୍ତି, ସେଥିପାଇଁ ଏଠାରେ ଲକ୍ଷ ଲକ୍ଷ ମନ୍ଦିର ମାନ ରହିଛି । ଆଉ ସେହି ମନ୍ଦିର ମାନଙ୍କ ମଧ୍ୟରୁ ହିନ୍ଦୁ ଧର୍ମର ବିଶ୍ବ ପ୍ରସିଦ୍ଧ ମନ୍ଦିର ହେଉଛି ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ।

ତେବେ ସେହି ଶ୍ରୀମନ୍ଦିରରେ ଅନେକ ଅଲୌକିକ ଜିନିଷମାନ ସଂଗଠିତ୍ ହୋଇଥାଏ । ଆଉ ସମସ୍ତେ ଜାଣିଥିବେ ଯେ ଶ୍ରୀମନ୍ଦିରର ଚୁଳିରେ ଏକ ବାନା ଫରଫର ହୋଇ ଉଡିଥାଏ ଏବଂ ତାହାକୁ ପତିତପାବନ ବାନା ବୋଲି କୁହାୟାଏ ।

ପୂର୍ବକାଳରେ ଯେତେବେଳେ ଦେଢଶହ ହାତ ବାନା ଏକାବନ ହାତିଆ ବାନା ରହିଥିଲା । ଆଉ ସେହି ବାନା ଗୁଡିକ ପରସ୍ପର ସହିତ ବାୟୁରେ ସଂଘର୍ଷ କରି ଗଣ୍ଠି ପଡିଯାଇଥାନ୍ତି ଏବଂ ତାକୁ ଶନ୍ୟଗଣ୍ଠି ବୋଲି କୁହାଯାଏ । ତେବେ ସେହି ଗଣ୍ଠି ଗୁଡିକ ପ୍ରାୟ 5-10 କିଲୋ ପର୍ଯ୍ୟନ୍ତ ମଧ୍ୟ ହୋଇଥାଏ ।

ଗତକାଲି ଯେଉଁ କାଳବୈଶାଖି ହୋଇଥିଲା ସେଥିରେ ମନ୍ଦିରରେ ଯେଉଁ5-7ଟି ବାନା ଗୁଡିକ ବନ୍ଧା ହୋଇଥିଲା । ଆଉ କାଲିର ପବନରେ ସେମାନେ ପରସ୍ପର ସହିତ ଛନ୍ଦି ହୋଇଯାଇ ଗଣ୍ଠି ପଡିଯାଇଥିଲେ ଏବଂ ସେହି ଗଣ୍ଠିକୁ ଶୂନ୍ୟଗଣ୍ଠି କୁହାଯାଏ । ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ , ଏହି ଶୂନ୍ୟଗଣ୍ଠି ହୋଉଛି ଅତ୍ୟନ୍ତ ବିରଳ ଜିନିଷ, ଯେଉଁ ଗଣ୍ଠିକୁ ମହାପ୍ରଭୁଙ୍କର ଶ୍ରୀମନ୍ଦିର ଚୁଡାରେ ପତିତପାବନ ବାନା ଗୁଡିକ ପରସ୍ପର ସହିତ ଛନ୍ଦି ହୋଇକି ଗଣ୍ଠି ପଡିଥାନ୍ତି ଏବଂ ସେହି ଗଣ୍ଠିକୁ ମଧ୍ୟ ଖୋଲିବା ବହୁତ କଷ୍ଠସାଧ୍ୟ ହୋଇଥାଏ ।

ତେବେ ଏହି ଗଣ୍ଠିକୁ ପୂ୍ର୍ବକାଳରେ ବହୁତ ସମୟରେ ବିଭିନ୍ନ ସ୍ଥାନରେ ମଧ୍ୟ ଉପହାର ସ୍ବରୂପ ଦିଆଯାଇଛି । ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ମଧ୍ୟ ଗୋଟେ ଶୂନ୍ୟଗଣ୍ଠି ଓହଳିଥିଲା ଯାହାକି ଦୀର୍ଘ 10 ବର୍ଷ ତଳେ ତାଙ୍କୁ ପ୍ରଦାନ କରାଯାିଥିଲା । ତେବେ ଏହି ଗଣ୍ଟିକୁ ଅନେକ ଲୋକମାନେ ସେମାନଙ୍କର ଘରର ମୁଖ୍ୟଦ୍ବାର ସମ୍ମୁଖରେ ଏବଂ ବ୍ୟବସାୟୀମାନେ ମଧ୍ୟ ଏହାକୁ ନେବା ପାଇଂ ଚେଷ୍ଠା କରିଥାନ୍ତି ।

ବିଶ୍ବାସ ରହିଛି ଏହି ଗଣ୍ଠି ଯେଉଁ ଘରେ ରହିଥାଏ ସେହି ଘରକୁ କୌଣସି ପ୍ରକାର ପ୍ରାକୃତିକ ଦୁର୍ବିପାକ, ଗ୍ରହବାଧା ଇତ୍ୟାଦି ଘର ଭିତରକୁ ପ୍ରବେଶ କରିପାରେନାହିଁ । ଏହାସହିତ ଛୋଟ ପିଲାମାନଙ୍କର ଶେଯରେ ମଧ୍ୟ ଏହାକୁ ରଖାଯାଏ , ତାଛଡା ଆସନାପ୍ରସବା ସ୍ତ୍ରୀଲୋକମାନେ ଯେଉଂମାନଙ୍କର ଗର୍ଭବେଦନା ହୋଉଥିବ ସେମାନଙ୍କୁ ଏହି ଗଣ୍ଠି ଧୋଇକି ସେହି ଜଳଟିକୁ ପାନ କରିଦେଲେ ତାଙ୍କର ସ୍ବାଭାବିକ ପ୍ରସବ ହୋଇଯାଇଥାଏ ବୋଲି ବିଶ୍ବାସ ମଧ୍ୟ ରହିଛି ଶ୍ରୀକ୍ଷେତ୍ରରେ ।