ଯେମିତିବି ହେଉ ଅକ୍ଷୟ ତୃତୀୟା ଦିନ ଘରକୁ ଆଣନ୍ତୁ ! – ଆଜିଠାରୁ ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ 4ଟି ରାଶିରେ ( ଧନର ବର୍ଷା )

ହିନ୍ଦୁ ଶାସ୍ତ୍ର ଅନୁସାରେ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି କୁ ଅକ୍ଷୟ ତୃତୀୟା ବୋଲି କୁହାଯାଇଥାଏ । ଏହି ଦିନ ଟି ଅତ୍ୟନ୍ତ ଶୁଭ ହୋଇଥାଏ । ଏହିଦିନ ଦାନ କର୍ମ କୁ ବହୁତ ପୂର୍ଣ୍ଣ୍ୟ ମାନଯାଇଥାଏ ।ଏହିଦିନ କୌଣସି କାର୍ଯ୍ୟର ଆରମ୍ଭ ବା ଅନୁକୂଳ ପାଇଁ ଶ୍ରେଷ୍ଠ ହୋଇଥାଏ ।ଅକ୍ଷୟ ତୃତୀୟା ଦିନ ସର୍ବାର୍ଥ ସିଦ୍ଧି ଯୋଗ ବୋଲି କୁହାଯାଇଥାଏ । ଏହିଦିନର ପ୍ରତ୍ୟେକ ମୁହୂର୍ତ୍ତ ଯୋକୌଣସି ଶୁଭ କାର୍ଯ୍ୟର ଆରମ୍ଭ କଲେ ଏହା ବହୁତ ଶୁଭ ଫଳ ଦେଇଥାଏ ।ଅକ୍ଷୟ ଅର୍ଥାତ୍ ଯାହାର କ୍ଷୟ ହୁଏ ନାହିଁ , ତାହା କେବେ ସରେ ନାହିଁ , ଅନନ୍ତ କାଳ ପର୍ଯ୍ୟନ୍ତ ରହିଥାଏ ।

ତୃତୀୟା ର ଅର୍ଥ ମାସର ତୃତୀୟ ତିଥି ଅଟେ ।ଏହିଦିନ ନୂଆ ଗାଡି କିଣିବା , ଗୃହ ପ୍ରବେଶ କରିବା , ଘର ଅନୁକୂଳ କରିବା , ସୁନା ରୂପା କିଣିବା ,ବିବାହ, ଶ୍ରାଦ୍ଧ କାର୍ଯ୍ୟ କରିବା , ସ୍ନାନ ବା ବୁଡ ପକାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ମାନ୍ୟାତା ଏହିଦିନ ଶ୍ରୀ ହରି ବିଷ୍ଣୁ ଙ୍କର ଷଷ୍ଠ ଅବତାର ପର୍ଶୁରାମଙ୍କର ଜନ୍ମ ହୋଇଥିଲା । ଏହା ସହିତ ଏହି ଦିନ ମାତା ଗଙ୍ଗା ଧରିତ୍ରୀରେ ପଦାର୍ପଣ କରିଥିଲେ ।

ହିନ୍ଦୁ ଶାସ୍ତ୍ର୍ ରେ ଲେଖାଅଛି କି ଏହି ଦିନ କୌଣସକାର୍ଯ୍ୟ କଲେ ତାହା ସକାରାତ୍ମକ ଶକ୍ତିର ଆଭାସ ହୋଇଥାଏ ।ଏହି ପର୍ବକୁ ଆମ ଓଡିଶାରେ ବହୁ ଆଡମ୍ବର ସହ ପାଳନ କରାଯାଇଥାଏ । ଏହି ଦିନ ଶ୍ରୀ ଜଗନ୍ନାଥ ଙ୍ର ରଥ କାଠ ଅନୁକୂଳ ହୋଇଥାଏ । ଚାଷୀ ଭାଇମାନେ କ୍ଷେତରେ ପୂଜାପାଠ କରି ଭୋଗ ଲଗାଇ ହାତରେ ଶସ୍ୟ ଧରି ବୁଣିଥାଏ ।ଏଣୁ ଏହାର ନାମ ଅକ୍ଷି ମୁଠି ବୋଲି ରହିଅଛି ।

ଏହି ଦିନ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଓ ଜୀବନରେ ଉ୍ନନତି ଧନ ବୈଭବର ପ୍ରାପ୍ତି ପାଇଁ କିଛି କାର୍ଯ୍ୟ କରାଯାଇଥାଏ । ଯାହାକୁ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର କୃପା ପାଇବା ସହିତ ଧନର ପ୍ରାପ୍ତି ହୋଇଥାଏ । ଯାାଦ୍ୱାର ସମସ୍ତ ଦୁଃଖ କଷ୍ଟ ଦୂର ହୋଇ ସୁଖ ଶାନ୍ତି ଆସିଥାଏ । ଅଟକି ରହିଥିବା କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବ ।

ତେବେ ଆସନ୍ତୁ ଜାଣିବା ଏହି ଦିନ କମ ସବୁ ଜିନିଷ ଘରକୁ ଆଣିଲେ ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବନି ରହିବ ।

1- ଏହିଦିନ ମାତା ଲକ୍ଷ୍ମୀଙ୍କର ସୁନା କିମ୍ବା ରୂପାର ପାଦୁକା ଘରକୁ ଆଣିବାର ନିୟମ ରହିଛି ।

2- ମାତା ଲକ୍ଷ୍ମୀଙ୍କର କଉଡି ଅତ୍ୟନ୍ତ ପ୍ରିୟ ହୋଇଥାଏ ।ତେଣୁ ଏହିଦିନ କଉଡିକୁ ହଳଦୀ ଓ କେଶର ରେ ଗୋଳାଇ ପୂଜା ସ୍ଥାନ୍ରେ ରଖି ଏହାର ନିୟମିତ ପୂଜା କରନ୍ତୁ ।

3- ଏହିଦିନ ଏକ ଆଖିଆ ନଡିଆ କୁ ଘରର ପୂଜାସ୍ଥାନରେ ରଖି ବିଧିବିଧାନରେ ନିୟମିତ ପୂଜା କରନ୍ତୁ ।

4- ମାତା ଲକ୍ଷ୍ମୀଙ୍କର ଫୋଟ କୁ ଆଣି ବିଧିବିଧାନର ସହ ନିୟମିତ ପୂଜା କରନ୍ତୁ ।

-5- ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଧାତୁ ନିର୍ମିତ କଇଁଛ ଘରକୁ ଆଣନ୍ତୁ ।

6- ଧନ ଯୋଗର ବୃଦ୍ଧି ପାଇଁ ଲକ୍ଷ୍ମୀ ଯନ୍ତ୍ରକୁ ଘରକୁ ଆଣନ୍ତୁ ।

1- ମିଥୁନ ରାଶି- ଅକ୍ଷୟ ତୃତୀୟାରେ ମିଥୁନ ରାଶି ର ଲୋକମାନଙ୍କର ଭାଗ୍ୟ ବହୁତ ଶୁଭ ଫଳ ପ୍ରଦାନ କରିବ ।ଶନିଦେବଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ପଦନ୍ନୋତ୍ ହେବ । ନୂଆ ଲୋକ ଙ୍କ ସହିତ ମିଳନ ହୋଇପାରେ ।ଯାହାଫଳରେ ଆପଣଙ୍କ କାର୍ଯ୍ୟରେ ଉନ୍ନତି ହେବ ।

2- ମେଷ ରାଶି- ଏହି ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଅକ୍ଷୟ ତୃତୀୟା ଶୁଭ ଫଳ ପ୍ରଦାନ କରିବ । ପୂର୍ବରୁ ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ ।ଏଣୁ ଧନ ପ୍ରାପ୍ତିର ସଂଯୋଗ ରହିଛି । କମ୍ ପରିଶ୍ରମରେ ଅଧିକ ଫଳ ପ୍ରାପ୍ତ ହେବ । କ୍ୟାରିୟର କୁ ନେଇ ଏକ ନୂତନ ମାର୍ଗ ସୃଷ୍ଟି ହେବ ।

3- ସିଂହ ରାଶି- ଏହି ସମୟରେ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ ।ଅନେକ ସମୟରୁ ହୋଇଆସୁଥିବା ଅସୁବିଧା ଦୂର ହେବ । ପଦନ୍ନୋତି ପାଇଁ ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ । କିନ୍ତୁ ଏହା କେବେ ହେଲେ ବୃଥା ହେବ ନାହିଁ ।ଏହା ବ୍ୟତୀୟ ବ୍ୟବସାୟରେ ଅଧିକ ଲାଭବାନ ହେବେ ।

4- ତୁଳା ରାଶି- ଏହି ସମୟରେ କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ । ଯାହାଦ୍ୱାରା ଆପଣଙ୍କୁ ଭଲ ଫଳ ମିଳିବ ।ଏହି ସମୟରେ ନିଜର ରାଗ ଉପରେ ନିୟନ୍ତ୍ରଣ ରଖିବେ । ନିଜର କାର୍ଯ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ଯାହା ଆପଣଙ୍କୁ ସଫଳତା ଆଡକୁ ଟାଣି ନେବ ।

5- କୁମ୍ଭ ରାଶି- ଏମାନଙ୍କ ପାଇଁ ଅକ୍ଷୟ ତୃତୀୟା ବହୁତ ଶୁଭ ହେବ । ଅଧିକ ସମୟ ଧରି ପୂର୍ଣ ହେଉନଥିବା କାର୍ଯ୍ୟ ଗୁଡିକ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।