ଆଜି ରାତି ପାଖରୁ ଭିଷଣ ପବନ ଓ ବର୍ଷା !ଜାରି ରହିବ କାଳବୈଶାଖୀ! ଆସନ୍ତା 3 ରୁ 4 ଦିନ ପାଇଁ ସତର୍କ ସୂଚନା , ଏହି ସବୁ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର….

ରାଜ୍ୟରେ କାଳ ବୈଶୈଖୀ ଜାରି ରହିବ । ତେଣୁ ଆସନ୍ତା 4 ଦିନ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ସରକାର ।ଏହା ସହ ଆସନ୍ତା 3 ଦିନ ର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବା ପରେ ପୁଣି ଥରେ 2 ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହାବର ସମ୍ଭାବନା ରହିଛି । ତେଣୁ ସତର୍କ ସୂଚନା ଥିବା ଜିଲ୍ଲା ଗୁଡିକରେ ଆଲର୍ଟ ରହିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।ଆସନ୍ତା କାଲି ସକାଳ 8ଟା 30 ମଧ୍ୟରେ ହବାଲେଶ୍ୱର, ଭଦ୍ରକ , ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଝାରସୁଗୁଡା, ସୁନ୍ଦରଗଡ, କେଉଁଝର, ମୟୁରଭଞ୍ଜ, ନୟାଗଡ, ସମ୍ବଲପୁର, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ଖୋର୍ଦ୍ଧା ରେ କାଳ ବୈଶାଖୀ ଜନିତ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି । ଏହା ସହିତ ବଜ୍ରପାତ ଓ 30 ରୁ 40 କିଲୋମ୍ଟର ବେଗରେ ପବନ ବୋହିବାର ନେଇ ୟେଲୋ ୱାର୍ଣିଂ ଜାରି କରିଛନ୍ତି ପାଣିପାଗ କେନ୍ଦ୍ର ।

ମଧ୍ୟ ପ୍ରଦେଶ ର ମଧ୍ୟ ଭାଗରେ ସମୁଦ୍ର ପତ୍ତନ ଠାରୁ ଦେଢ କିଲୋମିଟର ପର୍ଯ୍ୟନ୍ତ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଏହା ସହ ପୂର୍ବ ପଶ୍ଚିମ ଟ୍ରଫ୍ ଲାଇନ୍ ମଧ୍ୟ ସକ୍ରିୟ ରହିଛି । ତେଣୁ ରାଜ୍ୟରେ ଏହାର ପ୍ରଭାବ ହେତୁ ଆସନ୍ତା 4 ଦିନ 11 ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା କୁ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି ଏବଂ ଏହାକୁ ନେଇ ୟେଲୋ ୱାର୍ଣିଂ ଜାରି କରିଛନ୍ତି ପାଣି ପାଗ ବିଭାଗ କେନ୍ଦ୍ର ।

ଏହା ସହ ଆସନ୍ତା କାଲି ଏହି କାଳ ବୈଶାଖୀର ପ୍ରଭାବ ବଢିବା ସହିତ 15 ଟି ଜିଲ୍ଲା କୁ କାଳ ବୈଶାଖୀ ଜନିତ ବଜ୍ରପାତ ଓ 3 ଟି ଜିଲ୍ଲା କୁ ୟେଲୋ ୱାର୍ଣିଂ ଜାରି କରିଛନ୍ତି । ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ଏହାର ପ୍ରକୋପ ରହିବ ବୋଲି ଜଣା ପଡିଛି । ଏହା ସହ ଆସନ୍ତା 3 ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବ । ପୁଣି 2 ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭବନା ରହିଛି ।ତେଣୁ ଏସଆରସି ଏହାକୁ ନେଇ ସତର୍କ ସୂଚନା ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ କାଳ ବୈଶାଖୀ ସକ୍ରିୟ ରହିବାରୁ ତାତି ରୁ କିଛି ମାତ୍ରାରେ ତ୍ରାହି ମିଳିଛି । ରାଜ୍ୟର ବିଗତ କିଛି ଦିନ ଧରି କ୍ରମାଗତ ଭାବେ ଗ୍ରୀସ୍ମ ପ୍ରାବହ ଲାଗି ରହିଥିଲା ଏବଂ ବହୁତ ଗରମ ଅନୁଭୂତ ମଧ୍ୟ ହେଉଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।