ପୁଣି ଓଡ଼ିଶା କୁ ମାଡ଼ିଆସୁଛି ଭୟଙ୍କର ବାତ୍ୟା ! ବାତ୍ୟା “ଫନି” ଠାରୁ ଆହୁରି ଭୟଙ୍କର ହେବ, ୧୦୦ ରୁ ୨୦୦ କିମି ବେଗରେ ପବନ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

ଆପଣମାନେ ଜାଣିଛନ୍ତି କି କିପରି ଭାବେ ଗୋଟିଏ ପଟେ କରୋନା ମଗାମାରୀ ପାଇଁ ଜନ ଜୀବନ ଅସ୍ତ ବ୍ୟସ୍ତ ଏବଂ ଭୟଭୀତ ଅବସ୍ଥାରେ ଅଛନ୍ତି ।ଦେଶରେ କରୋନା ଭାଇରସ୍ ତାର କାୟା ବିସ୍ତାର କରିବାକୁ ଲାଗିଥିବା ହେତୁ ସମ୍ପୂର୍ଣ୍ଣ ଦେଶରେ ଏବେ କରୋନା କଟକଣା ପୂରା ଦୃଢ ହେବାରେ ଲାଗିଛି । ବଞ୍ଚିବା ପାଇଁ ଏବଂ ସୁରକ୍ଷିତ ଜୀବନ ବିତାଇବା ପାଇଁ ଯେମିତି ଏକ ପ୍ରକାର ଲଢେଇ ଚାଲିଛି ସାରା ବିଶ୍ୱରେ ।ଲୋକମାନେ ପ୍ରତିଦିନ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି । ତେବେ ଦେଶ କିଛି ରାଜ୍ୟରେ ଆକ୍ରାନ୍ତ ଙ୍କ ସଂଖ୍ୟା ଏତେ ମାତ୍ରାରେ ବଢୁଛି କି ସେଠାରେ ଲୋକମାନେ ଯେଉଁଭଳି ଚିକିତ୍ସା ଏବଂ ଅମ୍ଳଜାନ ଅଭାବରୁ ମୃତ୍ୟୁବରଣ କରୁଛନ୍ତି ସେହି କରୁଣ ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ ।

ଅନ୍ୟ ପକ୍ଷରେ ପୁଣି ଏକ ଗୁରୁତ୍ୱ ପୂର୍ଣ୍ଣ ଖବର ଆସିଛି କି ରାଜ୍ୟରେ ବାତ୍ୟା ହେବାର ସମ୍ଭାବନା ରହିଛି । କରୋନା ରେ ରାଜ୍ୟ ର ଲୋକମାନଙ୍କ ମନରେ ଭୟ ସୃଷ୍ଟି କରୁଥିବା ବେଳେ ପୁଣି ଏହି ଭୟଙ୍କର ବାତ୍ୟା ସମ୍ଭାବନା ସମସ୍ତଙ୍କୁ ବିଚଳିତ କରି ଦେଇଛି ।

ତେବେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ରୁ ସୂଚନା ମିଳୁଛି କି ଚଳିତ ମାନ ମେ 13 ରୁ 14 ତାରିଖ ମଧ୍ୟରେ ବାତ୍ୟା ହେବାକୁ ଯାଉଛି । ଯାହା ଏକ ଭୟଙ୍କର ରୂପ ସହ ତାର ସ୍ଥିତି ଜାହିର କରିବାକୁ ଯାଉଛି । କିଛିଦିନ ରାଜ୍ୟରେ କିଛି କିଛି ସ୍ଥାନରେ କାଳ ବୈଶାଖୀ ବର୍ଷା ଅନୁଭୂତ ହେଉଛି । ଆଉ ଏହି ସମୟରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ରୁ ସୂଚନା ମିଳୁଛି କି ମଇ ମାସର ଦ୍ୱିତୀୟ ସପ୍ତାହ ସୁଦ୍ଧା ତାମିଲନାଡୁ ର ଉପକୂଳ ବଙ୍ଗୋପସାଗର ରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।ଆଉ ଏହି ଘୂର୍ଣ୍ଣି ବଳୟ ଭୟଙ୍କର ବାତ୍ୟା ର ରୂପ ନେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ରୁ ସୂଚନା ମିଳିଛି ।

ତେବେ ଏହି ବାତ୍ୟା , ମଇ ମାସରେ 12 ତାରିଖରେ ତାମିଲନାଡୁ ନିକଟରେ ଥିବା ଦକ୍ଷିଣ ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି କରିବ । ତାପରେ ଏହା ଘନୀଭୂତ ହୋଇ ବାତ୍ୟା ରୂପ ନେଇ ଓଡିଶା ତଥା ପଶ୍ଚିମବଙ୍ଗ ସମେତ ବିହାର ତଥା ଝାଡଖଣ୍ଡ କୁ ମଧ୍ୟ ଛୁଇଁ ପାରେ ବୋଲି ଆକଳନ କରାଯାଇଛି । ଚଳିତମାସ 9 ତାରିଖରେ ଆଣ୍ଡାମାନ ରେ ସୃଷ୍ଟି ହେବାକୁ ଯାଉଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ମିଆଁମାର ଆଡକୁ ଗତି କରିବ । ତେବେ ଏହି ଦୁଇଟି ଘୂର୍ଣ୍ମିବଳୟ ର ପ୍ରଭାବ ଓଡିଶା ଉପରେ କିପରି ପଡିବ ଏପର୍ଯ୍ୟନ୍ତ ସଠିକ୍ ସୂଚନା ଦେଇନାହାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।