ଦେଖନ୍ତୁ ପୁଣି ଗୋଟିଏ ଛାତିଥରା ଭିଡିଓ ! ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ରହିଥିବାରୁ ମୁହଁ କୁ ଅକ୍ସିଜେନ୍ ଦେଇ ଦେଇ ଜୀବନ ବଞ୍ଚାଇବାକୁ ଲାଗି ପଡିଛନ୍ତି ଦୁଇ ଝିଅ…ଦୟାକରି ଏହି ଭିଡିଓ କୁ ଅଧିକ ମାତ୍ରାରେ ସେୟାର କରନ୍ତୁ..

ମାଆ ତୋର କିଛି ହେବନି ।ଆମେ ଅଛୁ ପରା ।ତୋ ପାଇଁ ଯମ ସହ ବି ଲଢିଯିବୁ ।ଏ ହୃଦୟହୀନ ହସପିଟାଲ୍ ରେ ଅକ୍ସିଜେନ୍ ନ ଦେଉ । ଆମେ ନିଃଶ୍ୱାସ ରେ ଥିବା ସବୁ ଅକ୍ସିଜେନ୍ ତୋ ନିଃଶ୍ୱାସରେ ଭରି ଦେବୁ ।ତୁ ଭଲ ହୋଇଯିବୁ ଲୋ , ମାଆ ତୁ ଭଲ ହୋଇଯିବୁ ।ଏ ଭିଡିଓ କରୋନା ଭୁତାଣୁ ର ଗର୍ବ ଭାଙ୍ଗିବା ପାଇଁ । ଏ ବିଡିଓ ମହାମାରୀ କରୋନା କୁ ମମତା ଭରା ମନ୍ଦିର ର ଦର୍ଶନ କରିବା ପାଇଁ । ଯେତେବେଳେ କାଳ ରୂପୀ କରୋନା ମାଆ ର ପଣତ କାନି କୁ ପାଖରୁ ନେବା ପାଇଁ ବଳ ପ୍ରୟୋଗ କରୁଛି ଠିକ୍ ସେତିକିବେଳେ ଜନ୍ମ ଦାତ୍ରୀ ର ଜୀବନ ପାଇଁ ସୁରକ୍ଷା କବଚ ସାଜିଛନ୍ତି ଦୁଇ ଝିଅ ।

ହସପିଟାଲ୍ ବେଡ୍ ରେ ମାଆ କୁ ଚାହିଁଛି ମୃତ୍ୟୁ । ହେଲେ ବେଡ୍ ପାଖରେ ମୃତ୍ୟୁ ର ମୁହଁ କୁ ଅକ୍ସିଜେନ୍ ଦେଇ ଦେଇ ଜୀବନ ବଞ୍ଚାଇବାକୁ ଲାଗି ପଡିଛନ୍ତି ଦୁଇ ଝିଅ ।ମମତା ଆଗରେ ମାହାମାରୀ ଆଖି ଦେଖାଇ ସ୍ନେହ ଭରା ଦୁଇ ହାତକୁ ଜାବୁଡି ଧରିଛି ଗୋଟିଏ ଝିଅ । ଆଉ ଜଣେ ଝିଅ ଆଖି ବୁଜି ଦେଉଥିବା ମାଆ ର ମୁହଁରେ ଦେଇ ଚାଲିଛି ଅକ୍ସିଜେନ୍ ।

ଆଖିରେ ଲୁହ ଭରି ଦେବା ଭଳି ଭିଡିଓ ଉତ୍ତର ପ୍ରଦେଶ ର ବାହରାଇ ହସପିଟାଲ୍ ଜିଲ୍ଲା ରୁ ଏ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଅକ୍ସିଜେନ୍ ଅଭାବ କେତେ ଯେ ହୃଦୟ ଥରା ହୋଇ ପାରେ ତାହା ଏହି ମାଆ ଝିଅ ଏବଂ ମହାମରୀ ରୁ ଭଳ କରି ବୁଝଏଇ ହୋଉଛି । କରୋନା ର ଦ୍ୱିତୀୟ ଲହର ଦିନକୁ ଦିନ ଦାରୁଣ ଦୁଃଖ ଦେଇ ଚାଲିଥିବା ଏହି ଭିଡିଓ ଟି ବ୍ୟବସ୍ଥା ନାଁ ରେ ବଡ ବଡ ଦ୍ୱାହି ଦେଉଥିବା ନେତା ମାନଙ୍କୁ ଶକ୍ତ ଚାପୁଡା ଟିଏ ମାରିଛି ।

ଯେତେବେଳେ ନେତା ମାନେ ଭୋଟ ପାଇଁ ଲଢେଇ କରୁଥିଲେ ସେତିକିବେଳେ ଏପଟେ ମୃତ୍ୟୁ ସହ ଲଢେଇ ଜାରି ରଖିଥିଲେ ଜଣେ ମାଆ । ସବୁ କିଛି ଠିକ୍ କରୁଥିବା ସରକାର ଓ ନେତା ଙ୍କୁ ଯଦି ଏ ଭିଡିଓ ଟି ଦେଖାଯାଉଥିବ , ତାହେଲେ ଭଲ କରି ଦେଖ । କାରଣ ତମ ବଡ ବଡ କଥା କୁ ହୁଏତ ଅକ୍ସିଜେନ୍ ର ଆବଶ୍ୟକତା ରହିଛି । ଉତ୍ତର ପ୍ରଦେଶର ଏହି ଗୋଟିଏ ଦୃଶ୍ୟ ସାରା ଦେଶକୁ ଦୋହଲାଇ ଦେଇଛି ।

ତେବେ ଅକ୍ସିଜ୍ନେ ର ଅଭାବ କେତେ ଯେ ଭୟଙ୍କର ତାହା ଗତ କିଛି ଦିନ ତଳେ ଏହି ଉତ୍ତର ପ୍ରଦେଶ ରୁ ହିଁ ସାମ୍ନା କୁ ଆସିଥିଲା । ଯେତେବେଳେ ଜଣଏ ସ୍ତ୍ରୀ ତା ସିନ୍ଦୁର କୁ ବଞ୍ଚାଇବା ପାଇଁ ମୁହଁରେ ମୁହଁ ଲଗାଇ ଅକ୍ସିଜେନ୍ ଦେବାକୁ ଲାଗିଥିଲା , ହେଲେ ମହାମାରୀ ର ସେ ମୃତ୍ୟୁର ଜାଲକୁ ଭେଦି ପାରିନଥିଲା ସ୍ତ୍ରୀ ର ସଞ୍ଜୀବନୀ ।ଶଏଷରେ ଅକ୍ସିଜେନ୍ ଅଭାବରୁ ଆଖି ବୁଜିଥିଲେ ତାଙ୍କ ସ୍ୱାମୀ ।ଠିକ୍ ସେହିପରି ଛାତିକୁ ଚିରି ଦେଉଛି ଉତ୍ତରପ୍ରଦେଶର ଏହି ଭିଡିଓ ।ମମତା ଓ ମହାମାରୀ ର ଲଢେଇ ର ଦୃଶ୍ୟ କେବଳ ଦେଶକୁ ନୁହେଁ ମଣିଷ ଜାତିକୁ ମାଆ କଥା ମନେ କନ୍ଦାଇ ଦେଇଛି ।