Breaking news : ଆସନ୍ତାକାଲି ଠାରୁ ୪ ଦିନ ପର୍ଯ୍ୟନ୍ତ ଝଡବର୍ଷା ସାଙ୍ଗକୁ କୁଆପଥର ବର୍ଷା ଏବଂ ଭୀଷଣ ପବନ କାରଣରୁ ଓଡ଼ିଶାବାସୀ ଙ୍କୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ଓଡିଶା ରେ ବାତ୍ୟା ଆଶଙ୍କା ନାହିଁ ।ଆଇଏମଡି ସମେତ ଭାରତର ବିଶିଷ୍ଟ ପାଣିପାଗ ବିଭାଗ ର ବୈଜ୍ଞାନିକ ମାନେ ଏଭଳି ପୂର୍ବାନୁମାନ କରିଛନ୍ତି । ଗତ ଦୁଇଦିନ ହେବ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ୍ମିଡିଆରେ କୁହାଯାଉଛି , ଗ୍ଲୋବାଲ୍ ଫୋରକାଷ୍ଟ ମଡେଲ ପୂର୍ବାନୁମାନ କରିଛି ଯେ ଆସନ୍ତା 13 ତାରିଖ ବେଳକୁ ଓଡିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳ ଆଡକୁ ବାତ୍ୟା ଆସିପାରେ । ମାତ୍ର ଭାରତର ସମସ୍ତ ପାଣିପାଗ ବିଭାଗ ଏବଂ ବିଶେଷଜ୍ଞମାନେ ଏଭଳି ଆକଳନ କୁ ଖଣ୍ଡନ କରିଛନ୍ତି ।ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସମ୍ଭାବ୍ୟ ବାତ୍ୟା ନେଉ ଆଇଏମଡି ପକ୍ଷରୁ କୌଣସି ସୂଚନା ଜାରି କରାଯାଇ ନାହିଁ ।

ତେଣୁ ବର୍ତ୍ତମାନ ଏଭଳି କୌଣସି ବାତ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ।ତେଣୁ ବିଦେଶୀ ପାଣିପାଗ ସଂସ୍ଥାର ପୂର୍ବାନୁମାନ କୁ ନେଇ ଗତ କିଛି ଦିନ ହେବ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ହେଉଥିବା ଚର୍ଚ୍ଚାରେ ଆଦୌ ଭୟ କରନ୍ତୁ ନାହିଁ ।

କୃଷି ପାଣିପାଗ ବିଭାଗ ର ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି , ବଙ୍ଗୋପସାଗର ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଜିଏଫଏସ୍ ମଡେଲ୍ ଅନୁସାରେ ଆସନ୍ତା 7 ରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ 8 କିମ୍ବା 9 ତାରିଖରେ ଲଘୁଚାପରେ ପରିଣତ ହେବ ।ଏହା ଆଣ୍ଡାମାନ ସାଗର ଦେଇ ମିଆଁମାର ଆଡକୁ ମୁହାଇବ ।

ତେଣୁ ଓଡିଶା ଉପରେ ଏହାର ସିଧା ପ୍ରଭାବ ପଡିବ ନାହିଁ ।ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ପାରଦ 1 ରୁ ଦେଢ ଡିଗ୍ରୀ ବଢି 10 ତାରିଖ ପର୍ଯ୍ୟନ୍ତ ରହିବ ।

ଉପକୂଳ ଓ ସଂଲଗ୍ନ ଜିଲ୍ଲା ଗୁଡିକ ରେ 4 ରୁ 6 ତାରିଖ ଭିତରେ କାଳ ବୈଶାଖୀ ର ସମ୍ଭାବନା ରହିଛି । ତେଣୁ ମଙ୍ଗଳବାର ଦକ୍ଷିଣ ଉପକୂଳ ଓଡିଶାର ଅନେକ ସ୍ଥାନ ଓ ଉତ୍ତର ଉପକୂର କେତେକ ସ୍ଥାନ ସହ କେନ୍ଦୁଝର, ଢେଙ୍କାନାଳ, ମୟୁରଭ୍ଞ୍ଜ,କୋରାପୁଟ, ରାୟଗଡା, ମାଲକାନଗିରି, କନ୍ଧମାଳ ରେ ଘଡଘଡି ସହ ବର୍ଷା ପବନ ହୋଇ ପାରେ ।7 ତାରିଖ ପର୍ଯ୍ୟନ୍ତ ଏଭଳି କାଳବୈଶାଖୀ ହେବ ବିଭନ୍ନ ସ୍ଥାନରେ ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି , ଆସନ୍ତା 7-8 ତାରିଖ ବେଳକୁ ଆଣ଼୍ଡାମାନ ପାଖରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।ତେବେ ଏହା ଅତି ବେଶିରେ 10 ଡିଗ୍ରୀବେଳକୁ ଅବପାତ ରୂପ ନେଇ ମିଆଁମାର ଆଡକୁ ଗତି କରିବ ।ତେଣୁ ଓଡିଶାରେ ଏହାର ପ୍ରଭାବ କିଛି ପଡିବ ନାହିଁ । 10 କିମ୍ବା 11 ତାରିଖରୁ ଓଡିଶାରେ ପୁଣି ତାପମାତ୍ରା ବଢିଯିବ । କେତେକ ଜାଗାରେ କାଳବୈଶାଖୀ ହେବ ।