ଦେଖନ୍ତୁ ଭିଡିଓ– କରୋନା ଭ୍ୟାକସିନ ନେବା ସମୟରେ ଏମିତି ନାଟକ କଲେ ଯୁବତୀ ଜଣଙ୍କ ,ତା ପରେ ରାଗିଯାଇ ଡାକ୍ତର ଜଣଙ୍କ ଏମିତି କରିଦେଲେ ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ…..

ଭାରତରେ କରୋନା ସଂକ୍ରମଣ ଦିନ କୁ ଦିନ ଏତେ ମାତ୍ରାରେ ବଢିବାକୁ ଲାଗିଛି କି ଲୋକମାନେ ଜୀବନ ବଞ୍ଚେଇବା ପାଇଁ ହା ହା କାର ହେଉଛନ୍ତି । ଲୋକମାନେ ଯିଏ ଯାହାର ସମ୍ପର୍କୀୟ କୁ ନେଇ ହସପିଟାଲ୍ ରୁ ହସପିଟାଲ୍ ସ୍ଥାନାନ୍ତରିତ ହେଉଛନ୍ତି । କେଉଁ ହସପିଟାଲ୍ ରେ ଅକ୍ସିଜେନ୍ ର ଅଭାବ ତ କୋଉଁଠି ବେଡ୍ ର ଅଭାବ । କେଉଁଠି କେଉଁଠି ମଧ୍ୟ ଗୋଟିଏ ବେଡ୍ ରେ ଦୁଇ ଜଣ କରୋନା ରୋଗୀ ଶୋଉଛନ୍ତି ।ପ୍ରତିଦିନ ର ଏଭଳି ଦୃଶ୍ୟ ଦେଖିଲେ ଆପଣଙ୍କ ହୃଦୟ ଥରି ଉଠିବ । ଗତ କିଛି ଦିନ ହେବ ଦେଶରେ ଲଗାତାର 3 ଲକ୍ଷ ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

ଆଜି ବି 3 ଲକ୍ଷ ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ପ୍ରତିଦିନ ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି । ଲୋକମାନେ ଏତେ ମାତ୍ରାରେ ମୃତ୍ୟୁ ବରଣ କରୁଛନ୍ତି କି ଶବ ପୋଡିବା ପାଇଁ ମଧ୍ୟ ଜାଗା ମିଳୁନି । ପ୍ରତିଦିନ କରୋନା ସଂକ୍ରମିତ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି ।

କରୋନା ର ଦ୍ୱିତୀୟ ଲହର ରେ ଲୋକମାନଙ୍କ ଜୀବନ ଯାତ୍ରା ଅସହ୍ୟ ହୋଇ ପଡିଛି । କେଉଁଠି ଅକ୍ସିଜେନ୍ ଅଭାବରେ ନିଜ ମାଆ କୁ ବଞ୍ଚାଇବା ପାଇଁ ଝିଅ ନଜ ପାଟି ଦ୍ୱାରା ମାଆ କୁ ନିଃଶ୍ୱାସ ଦେଉଛି ତ କେଉଁଠି ସ୍ୱାମୀ ଙ୍କୁ ବଞ୍ଚାଇବା ପାଇଁ ସ୍ତ୍ରୀ ନିଃଶ୍ୱାସ ପ୍ରାଣପ୍ରଣେ ଚେଷ୍ଟା କରି ମଧ୍ୟ ସ୍ୱାମୀ ଙ୍କୁ ବଞ୍ଚାଇ ପାରୁ ନାହାନ୍ତି ।

ଏମିତି ଛାତି ଥରା ଭିଡିଓ ପ୍ରତିଦିନ ଭାଇରାଲ୍ ହେବାରେ ଲାଗିଛି । ଦେଶରେ କରୋନା ବଢିଥିବାରୁ ଏବଂ କରୋନା ଠୁ ନିଜକୁ ବଞ୍ଚାଇବା ପାଇଁ ସରକାର ଭାକ୍ସିନ୍ ର ବ୍ୟବସ୍ଥା କରିଛନ୍ତି ଏବଂ ଲୋକମାନେ ମଧ୍ୟ ଭ୍ୟାକ୍ସିନ୍ ନେଉଛନ୍ତି ।45 ବର୍ଷ ରୁ ଅଧିକ ବୟସର ଲୋକଙ୍କୁ କରୋନା ଟିକା କରଣ ପରେ ଏବେ 18 ବର୍ଷ ରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଉଛି ।

ଏସବୁ ଭିତରେ ଇଞ୍ଜେକ୍ସନ ନେବା ପାଇଁ ଡରୁଥିବା ଲୋକଙ୍କ ଭିଡିଓ ସାମ୍ନା କୁ ଆସିଛି । ଭାଇରାଲ୍ ଭିଡିଓ ରେ ଦେଖିବାକୁ ମିଳିଛି କି ଯୁବତୀ ଜଣକ ଚେୟାର ଉପରେ ବସିଥିଲେ । ଡାକ୍ତର ଇଞ୍ଜେକ୍ସନ ଧରି ତାଙ୍କ ଆଡକୁ ଆସୁଥିବାର ଦେଖି ଯୁବତୀ ଜଣକ ଡରି ଯାଇ ଗୋଟିଏ ମିନିଟ୍ ଗୋଟିଏ ମିନିଟ୍ ରୁହନ୍ତୁ ବୋଲି ଡାକ୍ତର ଙ୍କୁ କହିଥିଲେ ।

ପରେ ନର୍ସ ଆସି ତାଙ୍କୁ ଧରିବାରୁ ମମି ମମି ବୋଲି ଚିତ୍କାର କରିଥିଲେ ଏବଂ ତାପରେ ଡାକ୍ତର ରାଗି ଯାଇ ତାଙ୍କୁ ଇଞ୍ଜେକ୍ସନ୍ ଦେଇଥିଲେ ।ଏହି ସମୟରେ ଯୁବତୀ ଜଣକ କହିଥିଲେ ମମି ତ ଡାକିପାରିବି । ଏହା ଶୁଣି ଡାକ୍ତର କହିଥିଲେ , କିଛି କୁହ ନାହିଁ , ଆରାମରେ ବସ । ଭ୍ୟାକ୍ସିନ୍ ଲଗାଇ ସାରିବା ପରେ ଡାକ୍ତର ରାଗି ଯାଇ କହିଥିଲେ , ଚାଲି ଯାଅ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ