ଆଶ୍ଚର୍ଯ୍ୟ ଘଟଣା !ଶାଶୁଘର ଲୋକେ ଜବରଦସ୍ତି କରାଇଲେ ବୋହୁର ସତୀତ୍ଵ ପରୀକ୍ଷା, ଫେଲ୍ ହେବାରୁ ଯାହା କଲେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ! ଏଥିରେ ଆପଣଙ୍କ ମତାମତ ନିଶ୍ଚିତ ଆବଶ୍ୟକ ..କମେଣ୍ଟ କରି ଜଣାନ୍ତୁ…

ଅନ୍ଧ ବିଶ୍ୱାସ ଓ ସମାଜର ଲୋକମାନଙ୍କ କଟୁ କଥା ରେ ଝିଅ ବୋହୂ ମାନଙ୍କର ବଞ୍ଚିବା ଅସହ୍ୟ ହୋଇ ପଡିଲାଣି । ଏହି ଆଧୁନିକ ଯୁଗରେ ମଧ୍ୟ ଅନ୍ଧ ବିଶ୍ୱାସ ଓ କୁ ସଂସ୍କାର ଭଳି ପ୍ରଥା ଆଜି ପର୍ଯ୍ୟନ୍ତ ମଧ୍ୟ ସମାଜରେ କେଉଁଠି ନା କେଉଁଠି ଲୋକମାନେ ତାହାକୁ ମାନୁଛନ୍ତି ଏବଂ ଝିଅ ବୋହୂ ଙ୍କ ଉପରେ ପୁରୁଣା ପ୍ରଥା ନାଁ ରେ ଅତ୍ୟାଚାର କରୁଛନ୍ତି । ଯେପରି ତ୍ରେତୟା ଯୁଗରେ ରାମାୟଣ ର ସୀତା ତାଙ୍କର ସତୀତ୍ୱ ପରୀକ୍ଷା କରିଥିଲେ । ଏବଂ ଆହୁରି ମଧ୍ୟ ଏହି କଳି ଯୁଗରେ ସତୀଦାହ ପ୍ରଥା ଭଳି ଅନ୍ଧ ବିଶ୍ୱାସ ଆମ ସମାଜରୁ ଉଠି ଗଲେ ହେଁ ସେମାନଙ୍କର ଛାପ କିଛି କିଛି ଜାଗାରେ ଏପର୍ଯ୍ୟନ୍ତ ମଧ୍ୟ ରହିଛି ।

ଯହାଫଳରେ ଲୋକମାନେ ଏହାର ଫାଇଦା ଉଠଉଛନ୍ତି ଏବଂ ନିରୀହ ମହିଳା ମାନେ ଏହାର ଶିକାର ହେଉଛନ୍ତି । ଏହି ଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ମହାରାଷ୍ଟ୍ର ର କୋହ୍ଲାପୁର ଜିଲ୍ଲାରେ ।

ତେବେ କୋହ୍ଲାପୁର ଜିଲ୍ଲାରେ ଦୁଇ ଭଉଣା ନଭେମ୍ବର 27 ,2020 ମସିହା ରେ ଗୋଟିଏ ପିରବାରର ଦୁଇ ଭାଇ ଙ୍କ ସହ ବିବାହ କରିଥିଲେ ।ତେବେ ଉଭୟ ଭଉଣୀ ମାନେ ବିବାହ ପରେ ସତୀତ୍ୱ ସେମାନଙ୍କର ଅକ୍ଷୂର୍ଣ୍ଣ ଅଛ୍ କୁ ନାହିଁ ଯାଞ୍ଚ କରିବାର ଉକ୍ତ ସମ୍ପ୍ରଦାୟ ର ଥିବା ବିବାଦୀୟ ପରମ୍ପରା ର ଶିକାର ହୋଇଥିଲେ । ସେମାନଙ୍କୁ ଅଲଗା କୋଠରୀ ରେ ସାଧା ଧଳା କପଡା ଉପରେ ନିଜ ସ୍ୱାମୀ ଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ କୁହାଯାଉଥିଲା ।

ତେବେ ସେମାନଙ୍କ ମଧ୍ୟରୁ ଜଣେ କୁମାରୀତ୍ୱ ପରୀକ୍ଷା ରେ ବିଫଳ ହେବା ପରେ ଗାଁ ଜାଟ ପଞ୍ଚାୟତ ସେମାନଙ୍କୁ ନିଜ ସ୍ୱାମୀ ଙ୍କ ଠାରୁ ଛାଡପତ୍ର ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣା ଖୁବ୍ ଚର୍ଚା ଭିତରେ ରହିଛି ।

ଏହା ପରେ ଶାଶୁଘର ପରିବାର ତରଫରୁ ବିଭିନ୍ନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ଏହି ଦୁଇ ମହିଳା ।ଏହା ପରେ କଥା ଗାଁ ଜାଟ ପଞ୍ଚାୟତ ପାଖରେ ପହଞ୍ଚି ଥିଲେ ମଧ୍ୟ ସେମାନେ ନିର୍ଯାତିତ ଙ୍କ ପାଖରୁ 40,000 ଟଙ୍କା ନେବା ପାଇଁ ଦାବି କରିଥିଲେ । ଏହି ସହିତ ଉଭୟ ଙ୍କୁ ଛାଡପତ୍ର ନେବାକୁ ନିର୍ଦ୍ଦେଶ ଦେଇଥିଲେ । ତା ପରେ ପୋଲିସ୍ ଏହା ଜାଣି ଏଥିରେ ଏକ ମାମଲା ରୁଜ୍ଜୁ କରିବା ସହ ଉଭୟ ମହିଳା ଙ୍କ ସ୍ୱାମୀ, ଶାଶୁ, ଏବଂ ପଞ୍ଚାୟତ ର କିଛି ଲୋକ ଙ୍କୁ ଗିରୋଫ କରିଛି ।