ଦେଖନ୍ତୁ ଏହି ଭାଇରାଲ ଭିଡିଓ ! ଶବ ନେବାକୁ କହିବାରୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାରିଲେ ଡ଼ାକ୍ତର .ଦୟାକରି ଏହି ଭିଡିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ନ୍ୟାୟ ପାଇଁ ସ୍ବର ଉତ୍ତୋଳନ କରନ୍ତୁ….

ହସ୍ପିଟାଲରେ ରୋଗୀ ହଇରାଣ ହେଉଛନ୍ତି ଏବଂ ସଂପର୍କୀୟ ହଟହଟା ହେଉଛନ୍ତି । କରୋନା ସମୟରେ କେହି କାହା କଥା ଶୁଣିବାକୁ ନାରାଜ । ଜଣେ କରୋନା ରୋଗୀ ଙ୍କ ସଂପର୍କିୟ ଅନ୍ତିମ ସଂସ୍କାର ପାଇଁ ମାଗି ଥିଲେ ମର ଶରୀର ତ ଗୋଡାଇ ଗୋଡାଇ ପିଟିଲେ ଡାକ୍ତର । ବର୍ତ୍ତମାନ ସମୟରେ ମଧ୍ୟପ୍ରଦେଶର ମାଲାଘାଟ ଅଞ୍ଚଳରୁ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ମାତ୍ରାରେ ବା ନିଆଁ ଭଳି ଭାଇରାଲ ହେଉଛି ।

ଘଟଣା ଅନୁସାରେ, ବାଲା ହସ୍ପିଟାଲ ରେ ଜଣେ ରୋଗୀ ଙ୍କ ର ମୃତ୍ୟୁ ହେବା ପରେ ପରିବାର ବର୍ଗ ଏବଂ ବନ୍ଧୁ ପରିଜନ ଅଭିଯୋଗ ଆଣିଥିଲେ । ଡାକ୍ତରଙ୍କ ଖାମ ଖିଆଲି ଚିକିତ୍ସା ପାଇଁ ତାଙ୍କ ରୋଗୀ ଙ୍କ ର ମୃତ୍ୟୁ ହେଲା । ଆଉ ଯେବେ ଅନ୍ତିମ ସଂସ୍କାର ପାଇଁ ଶବ ମାଗିଲେ ସିଏମଓ ଚାପୁଡା ପରେ ଚାପୁଡା ମାରି ଚାଲିଲେ । ଇଏ କି ଭଳିଆ ରାଗ ହସ୍ପିଟାଲ କର୍ମଚାରୀ ଙ୍କ ର କେହି ବି ବୁଝି ପାରିଲେ ନାହିଂ ।

ଏହି ଘଟଣାରେ ସିଏମଓ କହିଛନ୍ତି ମୃତ କ ଙ୍କ ପରିବାର ବହୁତ ପାଟିତୁଣ୍ଡ କରୁଥିଲେ । ହସ୍ପିଟାଲ କରୋନା ସଂକ୍ରମିତ ରୋଗୀ ଙ୍କୁ ପ୍ରଟୋକଲ୍ ହିସାବ ରେ ବାହାର କରୁଛି ସେଥିରେ ସମୟ ଲାଗିବା ସ୍ବଭାବିକ ।


କିନ୍ତୁ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ଦେଖି ଯାହା ଜଣା ପଡୁଛି ଯେ ନିଜ ପଦ ପଦବୀ ପାଇଁ ଲୋକଙ୍କୁ ହୀନ ନଜରରେ ଦେଖୁଛନ୍ତି ସିଏମଓ । ଲୋକ ଙ୍କ ଇମୋସନ୍ସ୍ ସହ ଖେଳ ଖେଳୁଛନ୍ତି ହସ୍ପିଟାଲ୍ କର୍ମଚାରୀ । ତେବେ ଘଟଣା ର ତଦନ୍ତ ପରେ ସତ ନିଶ୍ଚୟ ସାମ୍ନା କୁ ଆସିବ ବୋଲି ସାଧାରଣ ଲୋକେ ଆଶା କରିଛନ୍ତି । ହେଲେ ଯେଉଁ ଭଳି ସିଏମଓ ଲୋକ ଙ୍କୁ ମାରୁଛନ୍ତି ତାକୁ ସମସ୍ତେ ନିନ୍ଦା କରୁଛନ୍ତି ।

ଅନ୍ୟପଟେ କିଛି ଦିନ ପୂର୍ବରୁ ଏମିତି ଏକ ଘଟଣା ଇନ୍ଦୋରରେ ଘଟିଯାଇଥିଲା । ହସ୍ପିଟାଲ୍ ରେ ଜଣେ ରୋଗୀ ଙ୍କ ର ସଂପର୍କିୟ ଙ୍କୁ ଡାକ୍ତର ମାଡ ମାରୁ ଥିବା ଚିତ୍ର ଖୁବ୍ ଭାଇରାଲ୍ ହେଉଥିଲା । ଏଠାରେ ଜଣେ ବୟଷ୍କ ବ୍ୟକ୍ତି ଙ୍କୁ ଅନ୍ୟ ହସ୍ପିଟାଲ୍ ସ୍ଥାନାନ୍ତର କରା ୟାଉଥିବା ସମୟରେ ହସ୍ପିଟାଲ୍ ତରଫରୁ ଯେଉଁ ସବୁ ବିଲ୍ ଦିଆଗଲା ସେଥିରେ ବିଭିନ୍ନ ପ୍ରକାରର ଏକ୍ସଟ୍ରା ଚାର୍ଜ ଯୋଡା ଯାଇଥିଲା । ଯାହାର ବିରୋଧ କରିଥିଲେ ସଂପର୍କିୟ ଜଣଙ୍କ ।

ସେ ବିରୋଧ କାହିଁକି କରିଲେ କହି ହସ୍ପିଟାଲ୍ ଷ୍ଠାଫ୍ ଏବଂ ଡାକ୍ତର ତାଙ୍କୁ ମିଶି ଆକ୍ରମଣ କଲେ ଯାହାର ଭିଡିଓ ବର୍ତ୍ତମାନ ସମୟରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଆଉ ଏହିଥିରୁ ହିଁ ସ୍ପଷ୍ଟ ବାରି ହୋଇ ପଡୁଛି ମହାମାରୀ ସମୟରେ କେତେ ଚିଡଚିଡା ହୋଇ ଗଲେଣି ହସ୍ପିଟାଲ୍ କର୍ମଚାରୀ ଏବଂ ଠକ୍ ମଧ୍ୟ. ଏଥିରେ କିଛି କମ୍ ନାହାଁନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।