ଦେଖନ୍ତୁ ଭିଡିଓ , ଏହି ଗରିବ ଅନ୍ଧ ମହିଳା ଙ୍କ ସହିତ ଏମିତି କିଛି ଅଘଟଣ ଘଟିଛି ,,,ଯାହା ପାଇଁ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋ ଭାଈ ମୁଁ ସବୁ କହିଦେବି ! ଦୟାକରି ଏହି ପୋଷ୍ଟ ଟି ପଢନ୍ତୁ ଏବଂ ଜାଣନ୍ତୁ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଏହି ମହିଳାଙ୍କର ସମ୍ପର୍କ କଣ ?

ଦେଶରେ କରୋନା ପରିସ୍ଥିତି ଯେପରି ବଢିବାରେ ଲାଗିଛି ସେହିପିର ଲୋକମାନଙ୍କ ସମସ୍ୟା ମଧ୍ୟ ବଢିବାରେ ଲାଗିଛି । ଏଥିରେ ଅସହାୟ ଲୋକମାନେ ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି । ସମାଜରେ ଏମିତି କିଛି ଲୋକ ଅଛନ୍ତି କି ସେମାନେ ଅନ୍ଧ , ଛୋଟା ପରି ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବା ବଦଳରେ ସେମାନଙ୍କୁ ଘୃଣା କରନ୍ତି ଏବଂ ଅଶ୍ଳୀଳ ଭାଷା କହି ଗାଳି ଦିଅନ୍ତି ।ସେମାନଙ୍କୁ ଆଡ ଆଖିରେ ମଧ୍ୟ ଚାହାଁନ୍ତି ନାହିଁ । ଏହିପରି ଏକ ଭିନ୍ନକ୍ଷମ ମହିଳା ର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଝିଅଟି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ତାଙ୍କର ଭାଇ ବୋଲି କହିଛନ୍ତି ଏବଂ କହିଛନ୍ତି ମୋତେ ଅନଧୁଣୀ କହିଲେ ମୋ ଭାଇ ଙ୍କୁ କହିଦେବି ।ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚା ହେୁଛି । ତେବେ ଆସନ୍ତୁ ଜାଣିବା ଝିଅଟି କ ଣ କହୁଛି ।

ସୂଚନା ଅନୁସାରେ ମହିଳା ଜଣକ ରମାଦେବୀ କଲେଜ୍ ର ପ୍ଲସ୍ 2 ଦ୍ୱିତୀୟ ବର୍ଷର ଛାତ୍ରୀ ।ସେ କହିଛନ୍ତି କି ଘନ ଜେନା ନାମକ ଜଣେ ବ୍ୟକ୍ତି ତାଙ୍କ ଜାଗାରେ ସ୍ଟେ ଅର୍ଡର ମାରିଛନ୍ତି ।ଏହା ଦେଖି ମହିଳା ଜଣକ ତାଙ୍କ ଭାଇ ଙ୍କ ସାହାଯ୍ୟ ମାଗିଲେ କିନ୍ତୁ ତାଙ୍କର ଭାଇମାନେ ତାଙ୍କୁ ଗାଳି ଦେଇ ପଳାଇଯିବାକୁ କହିଲେ ଏବଂ ତାଙ୍କ ଭାଉଜ ଭାଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ । ଏହାକୁ ବିରୋଧ କରି ମହିଳା ଜଣକ ରାଜ କନିକା ଥାନାରେ ଅଭିଯୋଗ କରିଥିଲେ ।

କିନ୍ତୁ ସେଠାରେ କାନନବାାଳା ସାହୁ ନାମକ ଜଣେ ମହିଳା ପୋଲିସ୍ ତାଙ୍କୁ ସାହାଯ୍ୟ କରିବା ବଦଳରେ ତାଙ୍କୁ ଅଶ୍ଳୀଳ ଭାଷା କହି ଗାଳି ଦେଲେ ଏବଂ ଝିଅ ଟି ସହିତ ତୁ ତା ବ୍ୟବହାର କରି ତାଙ୍କୁ ଅନ୍ଧୁଣୀ ବୋଲି କହିଲେ । ମହିଳା ପୋଲିସେ ଜଣକ ଗାଳି ଦେଇ କହିଲେ ତୁ ଏଠିକି କାହିଁକି ଆସିଛୁ , ତୋ କଥା କିଛି ବୁଝାଯିବନି ଏବଂ ମହିଳା ଜଣକ ପ୍ରତିବାଦ କଲାରୁ ତାଙ୍କୁ ଥାନାରେ ପୁରେଇ ଦେବେ କହି ଧମକ ଦେଲେ ।

ମହିଳା ଜଣକ କହିଛନ୍ତି ଯେ ସେ ସବୁ ବର୍ଷ ନବୀନ ପଟ୍ଟନାୟକ ଙ୍କ ପାଖକୁ ରାଖି ବାନ୍ଧିବାକୁ ଯାଆନ୍ତି ।ସେ ତାଙ୍କର ଭାଇ । ସେ ହିଁ ତାଙ୍କୁ ନ୍ୟାୟ ଦେବେ । ସବୁ ସମୟରେ ତାଙ୍କୁ ସାହାଯ୍ୟ କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେଉଁ ମହିଳା ପୋଲିସ୍ ଜଣକ ତାଙ୍କ ପ୍ରତି ଖରାପ ବ୍ୟବାହର କରିଛନ୍ତି ତାଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ । ଯଦି ନ୍ୟାୟ ନ ଦେବେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି । ଅନ୍ଧୁଣୀ ବୋଲି କ ଣ କିଛି ମାନ ମହତ ନାହିଁ କହି କାନ୍ଦି ପକେଇଥିଲେ ମହିଳା ଜଣକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।