ସାଧୁବାଣୀ — ସ୍ବାମୀ ସହିତ ଭୋଜନ କରୁଥିବା ମହିଳା ମାନେ ନିଶ୍ଚିତ ଜାଣନ୍ତୁ ପ୍ରକୃତରେ ଭୋଜନ କରିବାର ନିୟମ କଣ କଣ ?

ମହାଭାରତ ଗ୍ରନ୍ଥରେ ମନୁଷ୍ୟକୁ ଭୋଜନ କରିବା ସମୟରେ କିଛି ବହୁତ ଜରୁରୀ ନିୟମ ବିଷୟରେ କୁହାଯାଇଛି । ଯଦି କୋଣସି ମନୁଷ୍ୟ ଏହି ନିୟମର ପାଳନ କରି ଭୋଜନ କରିବ ତାହେଲେ ସେ ଆରୋଗ୍ୟ ସହିତ ସୁଖ ସମୃଦ୍ଧି ବୈଭବ୍ୟର ପ୍ରାପ୍ତ କରିଥାଏ । ଶାସ୍ତ୍ରରେ କୁହାଯାଇଥିବା ଏହି ନିୟମ ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ପରିପୂର୍ଣ୍ଣ ଅଟେ । ଏହି ପ୍ରକାର ଭୋଜନ କରିବା ଦ୍ବାରା ମନୁଷ୍ୟ ସବୁ ଦେବାଦେବୀଙ୍କର ଆଶିର୍ବାଦ ମଧ୍ୟ ପ୍ରାପ୍ତ କରିଥାଏ । ଆପଣମାନେ ବି ଭୋଜନ କରିବା ସମୟରେ ଏହି ନିୟମ ସବୁକୁ ଅବଶ୍ୟ ପାଳନ କରନ୍ତୁ । ତେବେ ଚାଲନ୍ତୁ ଜାଣିବା ସେହି ସବୁ ନିୟମ ବିଷୟରେ ।

1. ଭୋଜନ କରିବା ଆଗରୁ ପାଦ, ହାତ ମୁଖକୁ ଭଲ ଭାବରେ ଧୋଇକି ଭୋଜନ କରିବା ଉଚିତ୍ । ଭୋଜନ ଆଗରୁ ଅର୍ଣ୍ଣଦେବତା ଏବଂ ଅର୍ଣ୍ଣପୂର୍ଣ୍ଣାଙ୍କୁ ସ୍ତୁତି ଭାବରେ ଧନ୍ୟବାଦ ଦେଇ ସମସ୍ତ ଭୋକିଲା ପ୍ରାଣୀଙ୍କୁ ଭୋଜନ ପ୍ରାପ୍ତ ହେଉ ବୋଲି ଈଶ୍ବରଙ୍କୁ ପ୍ରାର୍ଥନା କରି ଭୋଜନ ଆରମ୍ଭ କରିବା ଉଚିତ୍ ।

ଭୋଜନ ପ୍ରସ୍ତୁତ କରୁଥିବା ମହିଳାଙ୍କୁ ସ୍ନାନ ପରେ ଶୁଦ୍ଧ ମନ୍ତ୍ର ଜପ କରି ରୋଷେଇ ଘରେ ଭୋଜନ ତିଆରି କରିବା ଉଚିତ୍ । ସର୍ବପ୍ରଥମେ 3ଟି ରୁଟି ଗୋଟିଏ ଗାଈ ପାଇଁ , ଗୋଟିଏ କୁକୁର ପାଇଁ ଏବଂ କାଉ ପାଇଁ ଅଲଗା ତିଆରି କରି ସାରି ଅଗ୍ନିଦେବଙଅକୁ ଭୋଗ ଲଗାଇ ଘର ଲୋକଙ୍କୁ ଖାଇବାକୁ ଦେବା ଉଚିତ୍ ।

2. ଭୋଜନ ସବୁବେଳେ ପରିବାରର ସବୁ ସଦସ୍ୟଙ୍କ ସହିତ ମିଶିକି ବସିକି ଭୋଜନ କରିବା ପାଇଁ ଚେଷ୍ଟା କରନ୍ତୁ । ନିୟମ ଅନୁସାରେ ଅଲଗା ଅଲଗା ଭୋଜନ କରିବା ଦ୍ବାରା ପରିବାରର ସଦସ୍ୟଙ୍କ ଭିତରେ ପ୍ରେମ ଏବଂ ଏକତା ରହିନଥାଏ ।

3. ଭୋଜନ ସମୟ ସକାଳ ଏବଂ ସଂନ୍ଧ୍ୟା ସମୟ ହୋଇଥାଏ । କାରଣ ପାଚନକ୍ରିୟାର ଜଟିଳ ଅଗ୍ନି ସୂର୍ଯ୍ୟଦେବଙ୍କର ଉଦୟର 2 ଘଣ୍ଟା ପରେ ଏବଂ ସୂର୍ଯ୍ୟଅସ୍ତ ହେବାର ଅଧଘଣ୍ଟା ଆଗରୁ ରହିଥାଏ । ଯେଉଁ ବ୍ୟକ୍ତି ଗୋଟିଏ ଥ ଭୋଜନ କରେ ୟେ ଯୋଗୀ ହୋଇଥାଏ ଏବଂ ଯେଉଁ ବ୍ୟକ୍ତି 2ଥର ଭୋଜନ କରିଥାଏ ସେ ଭୋଗୀ ହୋଇଥାଏ ।

4. ଭୋଜନ କରିବାର ଦିଗ –

ଭୋଜନ ପୂର୍ବ ଏବଂ ଉତ୍ତର ଦିଗକୁ ମୁଖ କରି କରିବା ଉଚିତ୍ । ଦକ୍ଷିଣ ଦିଗକୁ ମୁଖ କରି ଭୋଜନ କରିବା ଦ୍ବାରା ଏବଂ ପ୍ରେତକୁ ପ୍ରାପ୍ତ ହୋଇଥାଏ । ପଶ୍ଚିମ ଦିଗରେ କରାଯାଇଥିବା ଭୋଜନ ରୋଗ ସୃଷ୍ଟି କରିଥାଏ ।

5. ଶଯ୍ୟା ଉପରେ ବସି ହାତରେ ଧରି କିମ୍ବା ଭାଙ୍ଗିଯାଇଥିବା ବାସନରେ ଭୋଜନ ନକରିବା ଉଚିତ୍ । କଳହ ଏବଂ ଦୁଃଖ ଜାଗାରେ ମଧ୍ୟ ଭୋଜନ କରିବା ଅନୁଚିତ୍ ମାନାଯାଏ । ବରଗଛ ଏବଂ ଅଶ୍ବତଥ୍ବ ଗଛମୂଳେ ବସି ଭୋଜନ କରିବା ଅନୁଚିତ୍ ମାନାଯାଏ ।

6.ଛଡା ଯାଇଥିବା , କାହାରି ଅଇଂଠା ଏବଂ ଅଧିକ ମିଠା ଓ ଅଧିକ ରାଗ ଭୋଜନ କରିବା ଅନୁଚିତ୍ । ଖାଦ୍ୟ ଛାଡିକି ଉଟିବା ପରେ 2ୟରେ ଭୋଜନ କରିବା ଉଚିତ୍ ନୁହେଁ ଏବଂ ପଶୁ ଛୁଇଁଥିବା ଭୋଜନକୁ କେବେବି ଗ୍ରହଣ କରନ୍ତୁ ନାହିଁ । ପାଟିକରି ଖାଇବାକୁ ଦେଉଥିବା ସ୍ଥାନକୁ ଯାଆନ୍ତୁ ନାହିଁ । ଶ୍ରାଦ୍ଧଘରେ ବଳଖା ରହିଥିବା ଭୋଜନ କରିବା ଅନୁଚିତ୍ । ବାଳ ପଡିଥିବା ଖାଦ୍ୟ, ଅନାଦାର କରାଯଇଥିବା ଖାଦ୍ୟ ଏବଂ ବେଶ୍ୟାବୃତି କରୁଥିବା ଲୋକଙ୍କ ଦ୍ବାରା ଭୋଜନ କରନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।