ମାଳିକା ଦେଲା ଶୁଭ ସଂଙ୍କେତ ! ପଢନ୍ତୁ ଅଭୟ ପଞ୍ଜର କରୋନାର ଭୟଙ୍କର ରୂପକୁ ଅଟକାଇବ ଏହି ମନ୍ତ୍ର ! ନିଶ୍ଚିତ ଏହି ପୋଷ୍ଟଟି ପଢନ୍ତୁ ଏବଂ ଅଧିକ ମାତ୍ରାରେ ସେୟାର କରନ୍ତୁ…..

ପ୍ରତ୍ୟେକ ଥରି ମହାପୁରୁଷଙ୍କର ମାଳିକା ଶାସ୍ତ୍ରକୁ ଆମେ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରିଥାଉ । ଛଅ ଶହ ବର୍ଷ ତଳେ ମହାପୁରୁଷ ଯାହା ଆମ ପାଇଁ ରଚନା କରି ଯାଇଥିଲେ ହେ କଳିହତ ମଣିଷ ସତର୍କ ହୋଇଯାଅ କାହିଁକି ନାଁ ଏହି ସବୁ ଜିନିଷ ତମ ପାଇଁ ଅଛି, ଯାହା ଘଟିବ ଆଗକୁ ବୋଲି କହିଥିଲେ ମହାପୁରୁଷ । ଅନ୍ୟାୟ ପଥରେ ଯେମିତି ଯିବ ସେମିତି ଫଳ ଭୋଗିବାକୁ ପଡିବ ସେଥିପାଇଁ ମହାପୁରୁଷ ମାଳିକା ଶାସ୍ତ୍ର ଦ୍ବାରା କରିଛନ୍ତି ଆମ ମାନଙ୍କୁ ସତର୍କ । ମାଳିକା କାହାକୁ ଭୟଭୀତ କରିବା ପାଇଂ ନୁହେଁ କିମ୍ବା କାହାକୁ ଆଘାତ କରିବା ପାଇଁ ବରଂ ଏହା ଆମ ମାନଙ୍କର ଭଗବାନଙ୍କ ପ୍ରତି ଭକ୍ତି ଭାବ ଉତ୍ପନ୍ନ କରିବା ସହିତ ଅନ୍ୟାୟ ପଥରୁ ଓହରି ଯିବା ପାଇଁ ।

ତେବେ ଆଜି ଆମେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ସତ୍ୟସେବା ଆଶ୍ରମ ବିଷୟରେ ମାଳିକାରେ କଣ ବର୍ଣ୍ଣିତ ଅଛି ସେହି ବିଷୟରେ ଜାଣିବା । ତେବେ ଏହି ବିଷୟରେ ମହାପୁରୁଷ ଅଭୟପଞ୍ଜରାରେ କଲମ କରିଛନ୍ତି –

ବେଲମଣିଆ ମହିମା ବାସିବ , ଅନନ୍ତ ଖେଳ ଗୁପ୍ତେ ଲାଗିଥିବ । କୁଣ୍ଡିନଗର ଯେ ଅଳକାପୁର ,ବହୁଛି୍ ପୁଣି ଭିଷ୍ମକୁଣ୍ଡିଧାର ନନ୍ଦଦାସ ସଦା ପାରୁ ସେ ରହି ଦିବାର ଜନି ସେବାରେ ଖଟଇ । ପୁଣି କମାର ରାମଦାସ ଅଛି ବୈରାଗୀ ବାସ ପାରୁ ସେ ବସିଛି ।

ତେବେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ରଚିତ ଶାସ୍ତ୍ର ଅଭୟପଞ୍ଜରାରେ ଏ ସ୍ଥାନ ବିଷୟରେ ସବିଶେଷ ଭାବରେ ବର୍ଣ୍ଣନା କରା ଯାଇଛି ତେଣୁ ଆପଣ ମାନେ ଏହି ଶାସ୍ତ୍ରରୁ ପଢି ମଧ୍ୟ ଏହି ସ୍ଥାନ ବିଷୟରେ ଜାଣିପାରିବେ ଏବଂ ମାଳିକାରେ ଏହି ସ୍ଥାନ ବିଷୟରେ କଣ ଲେଖା ହୋଇଛି ତାହା ମଧ୍ୟ ଜାଣିପାରିବେ ।

ଏହାଛଡା ଅଭୟାପଞ୍ଜରାରେ ଆହୁରି ମଧ୍ୟ ମହାପୁରୁଷ ଲେଖି ଯାଇଛନ୍ତି ଯେ, ଏହାକୁ ଶୁଣିଲେ ନିର୍ଧନୀ ଧନୀ ହେବେ , ଅଜ୍ଞାନୀ ଜ୍ଞାନୀ ହେବେ ଏବଂ ପାପୀର ପାପ ଦୂର ହୋଇଯିବ ଏବଂ ସବୁଠାରୁ ଯେଉଁ ବଡ ପାପ ମହାପୁରୁଷ ଲେଖିଛନ୍ତି – ଗୋରୁ ବ୍ରାହ୍ମଣ ଯେ ବାଳକ ଘାତୀ, ବ୍ରହ୍ମ ଦୋଷୀ ପୁଣି ବୃଷଳୀ ପାତି । ବୃଷଳିପାତିର ଅର୍ଥ ହେଉଛି ମନୁଷ୍ୟ ଜୀବନର ସବୁଠାରୁ ବଡ ପାପ ଯାହା ନାରୀ ହରଣ ଠାରୁ ମଧ୍ୟ ଆହୁରି ବଡ ପାପ ।

ଅବକ୍ଷବକ୍ଷଣ ଯେ ସୁରାପାନ ନିଜ ଜନ ଅର୍ଣ୍ଣ କଲେ ଭୋଜନ ପର ନାରୀ ହରଣ ଯେଉଁ ପାପ ମବାପାତକେ ବଂଶ କରେ ଲୋପ । ପୋଥି ପୁସ୍ତକ ଯେହୁଁ କରେ ଚୋରି ଗୁରୁ ଦୋରେହି ଯେ କପଟାଚୋରୀ , ବ୍ରାହ୍ମଣ ବୈଷ୍ଣବ ନିନ୍ଦଇ ଯେଉଁ ବେଦ ଦେବ ନିନ୍ଦୁକ ଜନ ଯେଉ । ଅର୍ଥାତ ମହାପୁରୁଷ କହୁଛନ୍ତି ଏ ସବୁ ପାପ ନାଶ ହୋଇଯିବ ଏହି ପଞ୍ଜରା ପଢିବା ଦ୍ବାରା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।