ଦେଖନ୍ତୁ ଭିଡ଼ିଓ – ସ୍ଵାମୀଙ୍କ ମୁହଁରେ ନିଜ ମୁହଁକୁ ଲଗାଇ ତାଙ୍କୁ ଅମ୍ଳଜାନ ଦେଇ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସ୍ତ୍ରୀ, ଆଉ ତା ପରେ….ଦୟାକରି ଏହି ଦୁଃଖନୀୟ ଭିଡିଓକୁ ଅଧିକ ମାତ୍ରାରେ ସେୟାର କରନ୍ତୁ …

ସରି ଆସୁଥିଲା ସ୍ୱାମୀ ଙ୍କ ଆୟୁଷ , କମି ଆସୁଥିଲା ଅକ୍ସିଜେନ୍ । ମୃତ୍ୟୁ ମୁହାଁ ହେଉଥିବା ନିଜର ମଣିଷ ସେ ଯେ ଅଟୋ ରେ ଛଟପଟ ହେଉଥିଲେ , ଆଉ ଏତିକି ବେଳେ ନିଜ ସ୍ୱମୀ ଙ୍କ ଜୀବନ ବଞ୍ଚାଇବାକୁ ନିଜ ମୁହଁ କୁ ସ୍ୱାମୀ ଙ୍କ ମୁହଁ ରେ ଲଗାଇ ଫୁଙ୍କିବାରେ ଲାଗିଥିଲେ ସ୍ତ୍ରୀ ।ପତି ଙ୍କ ପ୍ରାଣ ବଞ୍ଚାଇବାକୁ ପ୍ରାଣ ମୁର୍ଚ୍ଚା ଉଦ୍ୟମ କରିଥିଲେ ପତ୍ନୀ । ସ୍ୱାମୀ ଙ୍କ ଆୟୁଷ ସରୁ ଥିଲା , କିନ୍ତୁ ସରୁ ନ ଥିଲା ସ୍ତ୍ରୀ ଙ୍କର ଆପ୍ରାଣ ଚେଷ୍ଟା ।ନିଜ ସିନ୍ଦୁର କୁ ବଞ୍ଚାଇବାକୁ ଶହେ ଚେଷ୍ଟା କରି ବି ଶେଷରେ ବିଫଳ ହେଲେ ସ୍ତ୍ରୀ । ମରିଗଲେ ସ୍ୱାମୀ , ହାରିଗଲେ ସ୍ତ୍ରୀ ।ପତ୍ନୀ ର କୋଳରେ ପ୍ରାଣ ତ୍ୟାଗ କଲେ ପତି ।ଆଉ ଯମ ସହ ଲଢେଇ କରି କରି ସ୍ତ୍ରୀ ଟିଏ ସାଜି ପାରିଲାନି ଏ ଯୁଗର ସାବିତ୍ରୀ ।

ଅକ୍ସିଜେନ୍ ଅଭାବରେ ଏ ଭୟଙ୍କର ଆଁ ଭିତରେ ଉତ୍ତର ପ୍ରଦେଶର ଆଗ୍ରା ରୁଯେଉଁ ଆସିଛି ଏକ ଛାତି ଥରା କାହାଣୀ । ଯାହାକୁ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ । ଯେଉଁଠି ସ୍ତ୍ରୀ ର ସତ ଚେଷ୍ଟା ପରେ ବି ସ୍ୱାମୀ ପାଲୋଟି ଗଲା ଶବ ।ତେବେ ଆଗ୍ରା ର ବିକାଶ କୋଲନୀ ସେକ୍ଟର 7 ରେ ରହୁଥିବା ରେଣୁ ସିଙ୍ଘଲ ନିଜ ପତି କୁ ହସପିଟାଲ୍ ନେଇ ଆସିଥିଲେ । ସ୍ୱମୀ ରବି ସିଙ୍ଘଲ ଙ୍କ ହଠାତ୍ ଦେହ ଖରାପ ହେବା ସହ ନିଃସ୍ୱାସ ନେବାରେ ଅସୁବିଧା ହେଲା ।

ଆଉ ତାପରେ ସ୍ୱାମୀ ଙ୍କୁ ଏକ ଅଟୋ ରେ ବସାଇ ମେଡିକାଲ୍ ଆଣିଥିଲେ ରେଣୁ ସିଙ୍ଘଲ ।କିନ୍ତୁ ହସପିଟାଲ୍ ରେ ଭର୍ତ୍ତି ହେବା ପୂର୍ବରୁ ହିଁ ଅଣ ନିଃଶ୍ୱସୀ ହୋଇ ଛଟପଟ ହେଉଥିଲେ ରବି । ବାସ୍ ଆଉ ତାପରେ ସ୍ୱାମୀ ଙ୍କର ଏମିତି ଅବସ୍ଥା ଦେଖି ନିଜ ମୁହଁ କୁ ସ୍ୱାମୀ ଙ୍କ ମୁହଁରେ ଲଗାଇ ନିଃଶ୍ୱାସ ଦେବାକୁ ଚେଷ୍ଟା କରିଥିଲେ ରେଣୁ । କିନ୍ତୁ ଶେଷରେ ଅକ୍ସିଜେନ୍ ଅଭାବରେ ସ୍ତ୍ରୀ କୋଳରେ ହିଁ ଆଖି ବୁଜୁଥିଲେ ସ୍ୱାମୀ ।


ଅକ୍ସିଜେନ୍ ପାଇଁ ଏବେ ସବୁଠି ହା ହା କାର । ନ୍ଃଶ୍ୱାସ ନିଅଣ୍ଟ ହେଉଥିବାରୁ ଏବେ ଅଣନିଃଶ୍ୱାସୀ ଭାରତ ।ମହାମାରୀ ଦେଶରେ ମୃତ୍ୟୁର ତାଣ୍ଡବ ରଚୁଥିବା ବେଳେ ଅକ୍ସିଜେନ୍ ର ଅଭାବ ମୃତ୍ୟୁ ର ଦ୍ୱାର ଦେଖାଉଛି ।ଯାହାର ବଡ ଉଦାହରଣ ଆଗ୍ରା ର ଏହି ହୃଦୟ ଦୋହଲା କାହାଣୀ ।

ସ୍ୱାମୀ ସ୍ତ୍ରୀ ଙ୍କର ଏ ଅସହାୟତାର ଫୋଟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଆଉ ଉତ୍ତର ପ୍ରଦେଶର ଛାତି ଉପରେ ଛିଡା ହୋଇଥିବା ଏ ଅଟୋ ଭିତରୁ ଶବ ସରକାର ଙ୍କୁ ଉତ୍ତର ମାଗୁଛି ।